/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743821134.jpg)
Rukuna Rath Of Lord Lingaraj
ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ସକାଳର ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ଯାତ୍ରାପୂଜା ହେବାର ବିଧି ରହିଛି । ସେହିଭଳି ଶ୍ରୀଜିଉଙ୍କ ପହଣ୍ଡି ଓ ରଥାରୁଢ଼ ସମୟ ଅପରାହ୍ନ ୧୨ଟା ୩୦ରୁ ଅପରାହ୍ନ ଗୋଟାଏ ୩୦ ଯାଏ ରହିଛି ।
ଏହାପରେ ଗୋଟାଏ ୩୦ ମିନିଟ୍ରୁ ୩ଟା ୩୦ ମିନିଟ୍ ମଧ୍ୟରେ ରଥରେ ପୂଜା ହେବ । ୩ଟା ୩୦ ମିନିଟ୍ରୁ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି । ସଂଧ୍ୟା ସାଢ଼େ ୭ଟାରେ ରାମେଶ୍ବର ମନ୍ଦିରକୁ ବିଜେ କରିବେ ଶ୍ରୀଜିଉ । ସାଢେ ୭ଟାରୁ ଶ୍ରୀଜିଉଙ୍କ ଅନ୍ୟାନ ରୀତିନୀତି ଆରମ୍ଭ ହେବ ।
ଅନ୍ୟପଟେ ଯାତ୍ରାକୁ ଶୃଙ୍ଖଳତି କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇଛି । ରଥ ଯାତ୍ରାରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ସହିତ ସାଦା ପୋଷାକରେ ନିୟୋଜିତ ହେବେ ପୋଲିସ କର୍ମଚାରୀ ।
ଷ୍ଟ୍ରାଇକିଂ ଫୋର୍ସ ସହିତ ୨ ଡିସିପି ରାଙ୍କ ଅଧିକାରୀ, ୩ ଆଡିସିନାଲ ଡିସିପି ରାଙ୍କ ଅଧିକାରୀ, ୫ ଏସିପି ରାଙ୍କ ଅଧିକାରୀ, ୧୨ ଇନ୍ସପେକ୍ଟର, ୬୫ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ । ଏଥିସହିତ ଯାନବାହନ ନିୟନ୍ତ୍ରଣ ଏବଂ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଅଧିକ ଟ୍ରାଫିକ୍ ପୁଲିସ ମଧ୍ୟ ରହିବେ ।
ରଥ ଚଳନକୁ ଦୃଷ୍ଟିରେ ରଖି ୨ଶହରୁ ୩ ଶହ ମିଟର ପର୍ଯ୍ୟନ୍ତ ରାସ୍ତା ଖାଲି କରାଯିବା ସହ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)