• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବର୍ଷକ ଭିତରେ ଚାଲିଗଲା ୨ ଜୀବନ । ପ୍ରଥମେ ୮ ମାସ ତଳେ ଶ୍ୱଶୁର ଆଉ ଏବେ ସ୍ୱାମୀ ଚାଲିଗଲେ । ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାରରେ ଏବେ ଘେରିଛି ଦୁଃଖର କଳାବାଦଲ । ୨ ଜଣ ମଣିଷକୁ ହରାଇବା ପରେ ଭାଙ୍ଗି ପଡ଼ିଛନ୍ତି ସଭିଏଁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ ।

ସୂଚନା ଅନୁସାରେ, ଗତ ୧୮ ତାରିଖରେ ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ନବରଙ୍ଗପୁର ପାପଡାହାଣ୍ଡି ସୋରିଷପଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୋଲିଂ ପାର୍ଟି ବସ୍‌ରେ ସି.ଏଚ. ସେଶାରାଓଙ୍କ ସମେତ ୩ ଜଣ ପ୍ରାଣ ହରାଇଥିଲେ । ୮ ମାସ ତଳେ ଶେସାଙ୍କ ବାପାଙ୍କର ହୋଇଥିଲା ଦେହାନ୍ତ ଆଉ ଏବେ ପରିବାରର ଏକମାତ୍ର ରୋଜଗାରିଆ ପୁଅ । ଯାହା ପରେ ଏବେ ବେସାହାରା ହୋଇପଡ଼ିଛନ୍ତି ଗ୍ରାମରକ୍ଷୀ ଶେସା ରାଓଙ୍କ ପରିବାର ।

ପ୍ରଥମେ ବାପା ଏବଂ ପରେ ପୁଅ ବର୍ଷକ ଭିତରେ ଚାଲିଗଲେ ଦୁଇଜଣ ଏବେ କିଭଳି ଚଳିବେ କଣ କରିବେ ସେ ନେଇ ଚିନ୍ତାରେ ପରିବାର । ତେବେ ନିର୍ବାଚନ ଡ୍ୟୁଟି ବେଳେ ମୃତ୍ୟୁ ଘଟିଲେ ରାଜ୍ୟ ନିର୍ବାଚନ କମିଶନ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଘୋଷଣା କରିଥିଲେ । ଜିଲ୍ଲା ପ୍ରଶାସନ ଦ୍ୱାରା ରେଡ୍‌କସ୍ ପକ୍ଷରୁ ୨୦ ହଜାର ଟଙ୍କା ଏବଂ ୱେଲ୍‌ଫେୟାର ଫଣ୍ଡରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୨୫ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ବାକି ସହାୟତା ରାଶି ଯୋଗାଇଦେବାକୁ ଦାବି ହୋଇଛି । ସେହିପରି ମୃତ ସେଶାରାଓଙ୍କ ପତ୍ନୀଙ୍କୁ ଚାକିରି ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେଶାରାଓଙ୍କ ପଡ଼ୋଶୀ ନିବେଦନ କରିଛନ୍ତି ।

ନବଘନ ବିଷୋୟୀଙ୍କ ରିପୋର୍ଟ