• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶିକ୍ଷାନୁଷ୍ଠାନରେ ପୁଣି ରାଗିଂ ଅଭିଯୋଗ । ପୂର୍ବରୁ ଅନେକ କଲେଜ ମାନଙ୍କରେ ରାଗିଂ ଅଭିଯୋଗ ଆସୁଥିବା ବେଳେ ଏବେ ବିଦ୍ୟାଳୟରୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ଏବେ ନବରଙ୍ଗପୁର ଉମରକୋଟ ଗୁରୁକୃପା ଆବାସିକ ବିଦ୍ୟାଳୟରୁ ସଙ୍ଗୀନ ଅଭିଯୋଗ ଆସିଛି ।

ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରିବା ଏବଂ ଭିଡିଓ ନ ଦେଖିଲେ ମାଡ଼ ମାରିବା ସହ ପରିଶ୍ରା ପିଆଇବା ନେଇ ଅଭିଯୋଗ ହୋଇଛି । ଛାତ୍ର ଜଣକ ମୁହଁ ଖୋଲିବା ପରେ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଉମରକୋଟ ଥାନାରେ ଛାତ୍ରଙ୍କ ବାପା ଏନେଇ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ ବିଦ୍ୟାଳୟର ୫ ସହପାଠୀ ତାଙ୍କୁ ରାଗିଂ କରିବା ସହ କାହାକୁ କହିଲେ ମାଡ଼ ମାରିବା ପାଇଁ ଧମକ ଦେଉଥିଲେ । ଛାତ୍ର ଜଣକ ବିଦ୍ୟାଳୟରେ ୩ ମାସ ହେଲା ଯୋଗ ଦେଇଥିବା ବେଳେ ଭୟରେ କାହାକୁ କିଛି କହିପାରୁନଥିଲେ । ଘରକୁ ଆସି ମଧ୍ୟ ବହୁତ ଡିପ୍ରେସନରେ ରହୁଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି । ପରେ ପରିବାର ଲୋକଙ୍କ ବୁଝାସୁଝା ପରେ ଛାତ୍ର ଜଣକ ସବୁ କଥା କହିଥିଲେ । ଅନ୍ୟପଟେ ଅଭିଯୋଗ ନେଇ ସଂପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ କି ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

(ରିପୋର୍ଟ-ନବଘନ ବିଷୋୟୀ ,ନବରଙ୍ଗପୁର)