ଏପଟେ ପୂଜାର୍ଚ୍ଚନା, ସେପଟେ ଚିକିତ୍ସା । ମାଲକାନଗିରିରି ମାଥିଲି । ବର୍ଷା ବନ୍ୟା ଆଣିଲା ଅଜଣା ରୋଗ । ଆଉ ପାହାଡ଼ି ଆଦିବାସୀ ମୂଲକରୁ ବଢ଼ି ଛାଡୁ ଛାଡ଼ୁ ବଢ଼ିଲା ସଂକ୍ରାମକ ରୋଗ।
ଝାଡ଼ାବାନ୍ତି ପାଇଁ ପୂଜା ପାଠ । ଗ୍ରାମ ଦେବତୀଙ୍କୁ ଶାନ୍ତି କରିବା ପାଇଁ ଚଣ୍ଡୀ ପାଠ ଓ ହୋମ କରୁଛନ୍ତି ଗ୍ରାମବାସୀ ।
ଗାଁରେ ମେଡିକାଲ ଟିମ୍ ରହି ଚିକିତ୍ସା ଜାରି ରଖିଛନ୍ତି। ବର୍ତ୍ତମାନ ୨ ଜଣ ଚିକିତ୍ସିତ ହେଉଛନ୍ତି l ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।
କ୍ଳୋରିନେସନ ସହ ପାଣି ଟାଙ୍କି କ୍ଳିନିଂ ଓ ପାଇପ ଲାଇନ ମରାମତି କରାଯାଉଛି ବୋଲି ଓ୍ବାଟକର ମ୍ୟାନଜର କହିଛନ୍ତି । ଅନ୍ୟପଟେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଓ୍ବାଟକୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।
ଭରା ନଦୀର ଗୋଟିଏ ପଟରୁ ଆର ପାରିକୁ ଲୋକଙ୍କ ପାଖରେ ପହଞ୍ଚି ନପାରିବାରୁ ମେଡିକାଲ୍ ଟିମ୍ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଇବା ସହ ପଲିଥିନରେ ମେଡିସିନ୍ ଭର୍ତ୍ତି କରି ଏହାକୁ ନଦୀର ଆରପଟକୁ ଫିଙ୍ଗି ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି।
ପୁଣି କାଶୀପୁରରେ ଝାଡ଼ାବାନ୍ତି । ଦୁଇ ଦିନରେ ଦୁଇ ଗାଁରୁ ୫ ଜଣଙ୍କ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କାଶୀପୁର ଟିକିରି ପଞ୍ଚାୟତର ସଦର ଟିକିରି ଗାଁର ଝଡ଼ିଆ ସାହି ଯେଉଁଠୁ ଆଜି ଗୋଟିଏ ଦିନରେ ଝାଡ଼ାବାନ୍ତି ନେଇଛି ୩ ଜଣଙ୍କ ଜୀବନ ।
ରାୟଗଡ଼ା କାଶିପୁର ବ୍ଲକ୍ରେ ଝାଡ଼ାବାନ୍ତି ଆତଙ୍କ.....