/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642992807.jpg)
Wild Bear Spotted Atop Tree in Nabarangpur
ଗାଁରେ ଭାଲୁ ଆତଙ୍କ । ନବରଙ୍ଗପୁର ଉମରକୋଟ ବ୍ଲକ୍ ଅନ୍ତର୍ଗତ UV-୧୧ ନାଏକଗୁଡ଼ା ଗାଁରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା । ଲୋକଙ୍କ ଗହଳି ଦେଖି ଭାଲୁଟି ଭୟରେ ନିକଟରେ ଥିବା ଏକ ନିମ୍ବ ଗଛ ଉପରେ ଚଢ଼ି ଯାଇଛି । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଛନ୍ତି ।
ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପକ୍ଷରୁ ଏକ ଟିମ୍ ପହଞ୍ଚି ଭାଲୁକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଭାଲୁଟି ଗଛ ଉପରେ ରହିଥିବାର ଜଣାପଡିଛି । ଖବର ପ୍ରଚାର ହେବାପରେ ଭାଲୁକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଗତ କିଛି ଦିନ ତଳେ ଉମରକୋଟ ବୁର୍ଜା ଅଂଚଳରେ ମଧ୍ୟ ଦୁଇଟି ଭାଲୁ ଗାଁ ଭିତରେ ପଶି ଆତଙ୍କ ଚଳାଇଥିଲେ ।
ସେହିପରି, ଗତ ୫ ତାରିଖରେ ମଧ୍ୟ ମାଲକାନଗିରି ଜିଲ୍ଲା MV-୨୦ ଗ୍ରାମରେ ଭାଲୁଟି ଗଛ ଉପରେ ବସିଥିବା ଦେଖିବାକୁ ମିଳିଥିଲା । ଭାଲୁ ଦେହରେ ଦୁଇଟି ତୀର ବାଜିଥିବାର ଜଣାପଡିଥିଲା । ଭାଲୁକୁ କେହି ଶିକାର କରୁଥିବା ସମୟରେ ଭାଲୁ ଦେହରେ ଦୁଇଟି ତୀର ବାଜିଥିଲା ବୋଲି କୁହାଯାଉଛି। ଏହା ପରେ ଭାଲୁଟି ଭୟଭୀତ ହୋଇ ଆହତ ଅବସ୍ଥାରେ ଗଛରେ ଚଢିଯାଇଥିଲା । ସ୍ଥାନୀୟ ଲୋକେ ଭାଲୁଟିକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ ଭାଲୁଟିକୁ ଉଦ୍ଧାର କରିବାକୁ ସେଠାରେ ପହଞ୍ଚି ପ୍ରାୟ ୬ଘଣ୍ଟାର ଅପରେସନ ପରେ ଉଦ୍ଧାର କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)