ଆଜି ଜାଗର । କେତେ ଉପାସନା, କେତେ ଆରାଧନା । କିଏ ପରିବାରର ସୁଖ ମନାସି ନିର୍ଜଳା ଉପବାସ କରୁଛି ତ କିଏ ହସଖୁସିର ସଂସାର ପାଇଁ ଶିବ ଆରାଧନାରେ ନିମଗ୍ନ ରହୁଛି । ଏଭଳି ଏକ ବେଳାରେ ଏବଂ ଏଭଳି ଜଣେ ପତ୍ନୀର ଆଖି ସାମ୍ନାରେ ତାଙ୍କ ସ୍ୱାମୀଙ୍କୁ ଯେ କୁମ୍ଭୀର ଭିଡ଼ି ମାରିଦେବ, ଭାବିଲେ ମନ ବିଚଳିତ ହୋଇଯାଉଛି ।
ରାଜନଗର ଥାନା ଯଦୁ ଚନ୍ଦ୍ରପୁର ଗାଁର ମାନସ ରାଉଳ ଏବଂ କଇଁଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କ ମଧ୍ୟରେ ଚାଲିଥିଲା ବିବାହ । ଏଥିପାଇଁ ବରଯାତ୍ରୀ ସହ କଇଥା ଗାଁରେ ପହଞ୍ଚି ପ୍ରୋସେସନବେଳେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ଉପୁଜିଥିଲା ଗଣ୍ଡଗୋଳ ।
ବାପାଙ୍କ ବାଟରେ ଝିଅ। ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଚର୍ଚ୍ଚାରେ ଏ ତିନି ନେତା କନ୍ୟା।
ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।
ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଗଣିତ ପ୍ରଶ୍ନପତ୍ର । ଦୋଷୀଙ୍କୁ କଡ଼ା ଦଣ୍ଡ ପାଇଁ ପିଲା ଓ ଅଭିଭାବକଙ୍କ ଦାବି ।
ଭୋରରୁ ଓସ୍ତପୁର ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହୋଇ ଯାଇଥିଲା। ଏଥିରେ ମୋଟ୍ ୭ଜଣ କଳାକାର ଥିବା ସୂଚନା ମିଳିଛି।
ବୟସ ଶହେ ଟପିଥିଲେ ବି ଏବେ ବି ଯୁବ ସୁଲଭ ପରି ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମନଗର ର ଅନିଲ କର୍ମକର l
ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଅଭିଯୋଗ । ରାଜକୋଷ ଶୂନ ହୋଇଯିବ କହି ବିରୋଧୀଙ୍କ ନିଶାନା ।
ବିଜେଡି କର୍ମୀଙ୍କ ବିନା ପରାମର୍ଶରେ ଭୁବନେଶ୍ୱରରେ ଅଂଶୁମାନଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ସହଜରେ ହଜମ କରି ପାରୁନାହାନ୍ତି।
ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଏହି ହସପିଟାଲରେ ନିଜସ୍ୱ ଡିଜି ସେଟ୍ ନାହିଁ।
ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ଶୁଆଇ ଦିଆଯାଇଥିଲା।
ନିର୍ମାଣ ହେବାଦିନୁ କୋଠଘରେ ଝୁଲୁଛି ତାଲା । ସାଧାରଣରେ ତେଜୁଛି ଅସନ୍ତୋଷ ।
ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।
ଟଙ୍କା ଉଠୁଥିଲା ବ୍ୟାଙ୍କ ଆକାଉଣ୍ଟରୁ, ହେଲେ ନା ଉପଭୋକ୍ତା ଜାଣିପାରିଲେ ନା ବ୍ୟାଙ୍କ କର୍ତ୍ତୃପକ୍ଷ ଆଦିଅନ୍ତ ପାଇଲେ । ୬ ଜଣ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ଉଠାଇ ହରଣଚାଳ କରିଥିବା ଅଭିଯୋଗ ହୋଇଛି ।
ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।
ଆଳି ଥାନାରେ ଏନେଇ ଏତଲା ହେବା ପରେ ପୋଲିସ ମାମଲା ରୁଜୁ କରିବା ସହିତ ବ୍ୟାଙ୍କ ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଲକ୍ଷପତି ମାଛଚାଷୀ ସ୍ୱାମୀ ସ୍ତ୍ରୀଙ୍କ ଏହି ତରିକା, ପରସ୍ପର ପ୍ରତି ସହଯୋଗ ଓ କର୍ମନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।
ଗରିବ ଓ ଅସହାୟଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ହେଲେ ତଳସ୍ତରରେ ଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନଙ୍କର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଘର ଖଣ୍ଡିଏ ମିଳିନି ।
ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ ।
ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୁତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ଦାଦାବଟି ନଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।
୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତର ୧୨ଶହରୁ ଅଧିକ ଯୁବକ ଓ ଯୁବତୀ ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଛନ୍ତି।
ବିଜେପି ତୁଙ୍ଗ ନେତାଙ୍କ ଦମ୍ଭୋକ୍ତିରୁ ମିଳିଲାଣି ଆଭାସ । ବିଜେଡିର ଜବାବ, କିଛି ଫରକ୍ ପକାଇବନି କାଲିର ରେଜଲ୍ଟ ।
'ରାଜ୍ୟରେ ପଦ୍ମ ଫୁଟାଇବାକୁ ବିଜେପିର ସ୍ବତନ୍ତ୍ର ରଣନୀତି । କାମ କରିବନି ମନି ପାୱାର, ମସଲ ପାୱାର ଏବଂ ଅଧିକାରୀ ପାୱାର'
ଗତକାଲି ହସପିଟାଲରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଅନଶନସ୍ଥଳରେ ରୋଗୀ ଦେଖିଲେ ଡାକ୍ତର ।
ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି ।