ଭିତ୍ତିଭୂମି ସୁଧାରିଦେଲେ ସ୍ୱାସ୍ଥ୍ୟସେବାରେ ସୁଧାର ଆସେନି । ବ୍ୟବସ୍ଥାରେ ସୁଧାର ଆସିବାକୁ ସଠିକ ଭିତ୍ତିଭୂମିର ଆବଶ୍ୟକତା ରହିଛି ।
ମେଡିକାଲ ଯାଇଥିଲେ ଚିକିତ୍ସା କରାଇବାକୁ । କିନ୍ତୁ ତାପରେ ଯାହା ହେଲା ଜାଣିଲେ ଆପଣଙ୍କ ଦେହ ମଧ୍ୟ ଶିତେଇ ଉଠିବ । ଥିରୁଭାନନ୍ତପୁରମ୍ରେ ଏମିତି ଏକ ଆଭାବନୀୟ ଘଟଣା ଘଟିଛି ।
କଟକ ଘରୋଇ ନର୍ସିଂହୋମ୍ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ଶିଶୁ ଭବନରେ ଚିକିତ୍ସାଧୀନ ଜଣେ ୧୧ ଦିନର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।
ଦିଲ୍ଲୀ ହସ୍ପିଟାଲକୁ ମିଳିଛି ବୋମା ଧମକ । ଦିଲ୍ଲୀରେ ଥିବା ଚାରୋଟି ହସ୍ପିଟାଲକୁ ମିଳିଲା ବୋମା ଧମକ । ହସ୍ପିଟାଲଗୁଡ଼ିକ ହେଲା ଦୀପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍ ।
କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନାନା ସମସ୍ୟା । ବିଦ୍ୟୁତ ସମସ୍ୟା ସାଙ୍ଗକୁ କାମ କରୁନି ଏସି ଓ ଫ୍ୟାନ । ଚାରି ଆଡେ ମାଳ ମାଳ ମୂଷା । ଏହାକୁ ନେଇ ଅଭିଯୋଗ କଲେ ବି ପଦକ୍ଷେପ ନିଆଯାଇନି ।
ଅନ୍ଧ ବିଶ୍ବାସ ପାଇଁ ମୃତ ଝିଅର ଶରୀର ନେଇ ମାଆ ଫେରାର ହୋଇଯାଇଛି । ରାଉରକେଲା ସରକାରୀ ହସ୍ପିଟାଲର ପୋଷ୍ଟମର୍ଟମ ଗୃହର ତାଲା ଭାଙ୍ଗି ପରିବାର ଲୋକେ ମୃତଶିଶୁର ଶରୀର ନେଇ ଘରକୁ ପଳେଇ ଯାଇଥିବା ଅଭିଯୋଗ ହୋଇଛି।
ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଏହି ହସପିଟାଲରେ ନିଜସ୍ୱ ଡିଜି ସେଟ୍ ନାହିଁ।
କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ଥିବା ଏକ ଘରୋଇ ହସ୍ପିଟାଲ ପ୍ରାଣ ପ୍ରତିଷ୍ଠା ସମାରୋହରେ ଜାନୁଆରୀ ୧୮ ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ମାଗଣାରେ ପ୍ରସବ କରିବାକୁ ଘୋଷଣା କରିଛି ।
ମହଙ୍ଗାଇ ମାଡ଼ରେ ବେହାଲ ସାଧାରଣ ଜନତା । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା, ଖାଦ୍ୟ ସାମଗ୍ରୀ ମହଙ୍ଗା, ଶିକ୍ଷା ମହଙ୍ଗା । ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ମଧ୍ୟ ମହଙ୍ଗା ।
ସରଳୀକରଣ ହେବ ହସ୍ପିଟାଲ ବ୍ୟବସ୍ଥା । ‘ଆମ ହସ୍ପିଟାଲ’ ଯୋଜନାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।
ଶିଶୁକନ୍ୟାକୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ମହିଳାମାନେ ସେହି ଅଞ୍ଚଳର ଜଣେ ମହିଳାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲେ ।
ଏନେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଆପ୍ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ ଜରିଆରେ ଏହି ସୁବିଧା ପାଇ ପାରିବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ।
ଔଷଧ ଓ କର୍ମଚାରୀଙ୍କ ଅଭାବ ପାଇଁ ଅଘଟଣ ଆଶଙ୍କା...ଶନିବାର ଓ ରବିବାର ମଧ୍ୟରେ ଉଦବେଗଜନକ ଘଟଣା..ଭିନ୍ନ ଭିନ୍ନ କାରଣରୁ ୨୪ ଘଣ୍ଟାରେ ୧୨ ଶିଶୁଙ୍କ ସହ ୨୪ ମୃତ
୧୨୫ ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର,ଗୁଜରାଟ ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ।
ଡାକ୍ତରମାନେ ତାଙ୍କର ସିଟି ସ୍କାନ୍ କରିଥିଲେ । ଯେଉଁଥରେ ଅକ୍ଟୋପସ୍ ସ୍ପଷ୍ଟ ଦେଖାଯାଇଥିଲା । ପେଟ ଠାରୁ ଏହା ୮ ସେମି ଦୂରରେ ରହିଥିବା ଜଣାପଡ଼ିଥିଲା । ଯାହାର ଫଟୋ ମଧ୍ୟ ପରେ ପରେ ପ୍ରକାଶ କରାଯାଇଥିଲା ।
ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଅଜବ ଦୃଶ୍ୟ, ଡାକ୍ତରଙ୍କ ମୁଣ୍ଡରେ ହେଲମେଟ୍..
ଲକ୍ଷ୍ମଣ ସିଂହଙ୍କ ୧୩ ବର୍ଷର ଝିଅ ମାଧୁରୀ ସିକଲ୍ ସେଲ୍ ଆନେମିଆ(ରକ୍ତହୀନତା ରୋଗ)ରେ ପୀଡିତ ଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଠାରୁ ଦୂର ଶାହଡୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଥିଲା।
କେବଳ ଧରମପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର କଥା ନୁହେଁ, ୩ ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୧୦୯ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ତେଣୁ ଭାବନ୍ତୁ ଏଠି କେମିତି ଚିକିତ୍ସା ସେବା ପାଉଥିବେ ରୋଗୀ।
ଆଟେଣ୍ଡାଣ୍ଟ ଦେଉଛନ୍ତି ଇଞ୍ଜେକ୍ସନ, ସୁଇପର ମାପୁଛନ୍ତି ବ୍ଲଡ୍ ପ୍ରେସର। ଖୋଦ ରାଜଧାନୀ ପାଖ ଖୋର୍ଦ୍ଧା ଗ୍ରାମାଞ୍ଚଳ ହସପିଟାଲରେ ଅବ୍ୟବସ୍ଥାର ବିକଳ ଚିତ୍ର। ଯୁଆଡ଼େ ଦେଖିବେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସ୍ଥିତି, ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ
କଟକ ଦୂର ହୋଇଥିବାରୁ ଅଧିକ ଖର୍ଚ୍ଚାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ସେପଟେ ଏକ ଅଘଟଣରୁ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଦେହରେ ନିଆଁ ଲାଗିଯିବାରୁ ସେ ବି ନାହିଁ ନଥିବା ହଇରାଣ ହୋଇଛନ୍ତି ।
ମାଥିଲି ବ୍ଲକ୍ ବିରେନପାଲିର କୌଶଲ୍ୟା ଭୂୟାଁ ଗର୍ଭବତୀ ଥିବା ମିଛ ବାହାନା କରି ପ୍ରତିମାସରେ ଏଏନଏମଙ୍କ ପାଖକୁ ଯାଉଥିଲେ ।ଏପରିକି ଗର୍ଭବତୀ କାର୍ଡ କରି ସମସ୍ତ ସରକାରୀ ସୁବିଧା ପାଉଥିଲେ ।
ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।
ଭାରତ ପାକିସ୍ତାନ ଶତ୍ରୁତା ବିଷୟରେ କିଏ ନ ଜାଣେ। ଉଭୟ ଦେଶର ଲୋକେ ପରସ୍ପରକୁ ଘୃଣା ଚକ୍ଷୁରେ ଦେଖିବା ସ୍ୱାଭାବିକ ହୋଇଯାଇଛି। କିନ୍ତୁ ଏକ କୁନିଝିଅ ଆଗରେ ଏସବୁ ଫିକା ପଡିଯାଇଛି । ଜାଣନ୍ତୁ ପୂରା ଖବର…
ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।
ଗତକାଲି ଓଟିଭି କ୍ୟାମେରା କଏଦ ହୋଇଥିଲା ପିପିଇ କିଟ ପଡିଥିବା ଭିଜୁଆଲ। କିନ୍ତୁ ଆଜି ସକାଳେ ଦେଖିଲା ବେଳକୁ ପିପିଇ କିଟ୍ ଉଭାନ।