/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711974252.jpg)
Baijayant Panda, Kendrapara
କେନ୍ଦ୍ରାପଡ଼ା ଲୋକସଭା ଆସନ ସହ ଦେଶରେ ୪ଶହ ସିଟ୍ ଜିତିବ ବିଜେପି । କେନ୍ଦ୍ରାପଡ଼ା ଗସ୍ତରେ ଆସି ଶକ୍ତି ପ୍ରଦର୍ଶନ କରିଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ଏହା କହିଛନ୍ତି । କେନ୍ଦ୍ରାପଡ଼ାରେ ସ୍ୱାଗତ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବୈଜୟନ୍ତ ଆହୁରି କହିଛନ୍ତି ଯେ, କେନ୍ଦ୍ରାପଡ଼ାରେ ବିଜେପିର ନିଶ୍ଚିତ ଜିତ୍ ହେବ । ସାରା ଭାରତ ସହ କେନ୍ଦ୍ରାପଡ଼ା ବି ଚାହୁଁଛି, ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ । ସାରା ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲହର ରହିଛି ବୋଲି କହିଛନ୍ତି ବୈଜୟନ୍ତ ।
ବିଜେପି ପକ୍ଷରୁ କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ତାଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରାପଡ଼ାର ହଜାର ହଜାର ଯୁବକ, ଯୁବତୀ, ବୃଦ୍ଧ, ବୃଦ୍ଧା ସମସ୍ତେ ବାହାରି ଆସିଥିଲେ । ଜୟ ଶ୍ରୀରାମ ନାରା ସହ ବୈଜୟନ୍ତ ପଣ୍ଡା ଜିନ୍ଦାବାଦ୍ ନାରାରେ କମ୍ପିଥିଲା ପରିବେଶ । ଏକ ବିଶାଳ ରାଲି କରି ଲୋକେ ତାଙ୍କୁ ପାଛୋଟି ନେଇଥିଲେ । ନିଜର ହେଲିକପ୍ଟର ଯୋଗେ ବୈଜୟନ୍ତ ପହଞ୍ଚିଥିଲେ କେନ୍ଦ୍ରାପଡ଼ାର ଚାନ୍ଦୋଳରେ ।
ଅଧିକ ପଢ଼ନ୍ତୁ: ‘ଗତ ଥର ଆମେ ଭୁଲ କରିଦେଇଥିଲୁ, ଏଥର ସଂଶୋଧନ କରିବୁ’
ବୈଜୟନ୍ତଙ୍କ ଆସିବା ଖୁସିରେ ଅନେକ ଲୋକ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଉ କହିଛନ୍ତି ‘ବୈଜୟଙ୍କ ଆମ ନିଜ ଲୋକ । ସେ ଆମର ଭାରି ଘନିଷ୍ଠ । କେନ୍ଦ୍ରାପଡ଼ା ପାଇଁ ସେ ବହୁତ କିଛି କରିଛନ୍ତି । ଚାଷୀଙ୍କ ପାଇଁ ପାଣି ଟାଙ୍କି କରିଛନ୍ତି । ଯାହା ଫଳରେ ଚାଷୀ ଆଜି ଭଲ ଫସଲ କରୁଛି । କେନ୍ଦ୍ରାପଡ଼ାର ବିକାଶରେ ତାଙ୍କର ବଡ଼ ଭୂମିକା ରହିଛି । କେନ୍ଦ୍ରାପଡ଼ା ପାଇଁ ବହୁତ କିଛି କରିବାର ତାଙ୍କ ଉଦେଶ୍ୟ । ବୈଜୟନ୍ତଙ୍କ ପାଇଁ ଆଜି ଆମେ କେନ୍ଦ୍ରାପଡ଼ାବାସୀ ଘରେ ଘରେ ପାଣି ପାଇପାରୁଛୁ ।’
‘ଆମେ ଗତ ଥର ଭୁଲ କରିଦେଇଥିଲୁ । ଏଥର କିନ୍ତୁ ବୈଜୟନ୍ତଙ୍କୁ ଭୋଟ ଦେଇ ଜିତାଇବୁ । ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ କରି କେନ୍ଦ୍ରାପଡ଼ା ପଠାଇଛନ୍ତି । ଗତ ଥର ଆମେ ଯେଉଁ ଭୁଲ କରିଥିଲୁ ଏଥର ଆଉ ସେଇ ଭୁଲ କରିବୁନି । ଏଥର ସେହି ଭୁଲର ସଂଶୋଧନ କରିବୁ । ବୈଜୟନ୍ତ ବାବୁ ଆମର ପୁରୁଣା ଲୋକ ପୁରୁଣା ପରିଚିତ । ଆମ ଦୁଃଖ ବୁଝିପାରନ୍ତି ସେ ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)