• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ ରାଜନୀତି। ନିର୍ବାଚନ ପୂର୍ବରୁ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ନେତା । ଏହାରି ଭିତରେ କଂଗ୍ରେସ୍‌କୁ ଲାଗିଛି ଆଉ ଏକ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା। ଚିରଞ୍ଜୀବ ବିଶ୍ୱାଳଙ୍କ ପରେ ଏବେ ଗଣେଶ୍ୱର ବେହେରା ଦଳ ଛାଡିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଗଣେଶ୍ୱର ।

କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ଗଣେଶ୍ୱର । ୧୯୮୫ ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ । ଏହାପରେ ୧୯୯୦ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ । ହେଲେ ୧୯୯୫ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ବନ୍ଧ ଭାଙ୍ଗିଲାଣି ବିଜେଡି ବିଦ୍ରୋହ, କଡ଼ା ଚେତାବନୀ ଦେଲେଣି ଅସନ୍ତୁଷ୍ଟ ନେତା

ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ ଗଣେଶ୍ୱର । ରାଜ୍ୟ କଂଗ୍ରେସର ବହୁ ପଦ ପଦବୀରେ ରହିଥିଲେ ଗଣେଶ୍ୱର । ତେବେ ଆଜି ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପିସିସି ସଭାପତିଙ୍କୁ ଚିଠି ଲେଖି ଜଣାଇଛନ୍ତି । ଦଳ ଛାଡିବା ପରେ ତାଙ୍କର ଆଗାମୀ ପଦକ୍ଷେପ କଣ ରହିବ ତା’ଉପରେ ନଜର ରହିଛି।