• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାହାଘର ପାଇଁ ସମସ୍ତଙ୍କ ଥିଲା ଅପେକ୍ଷା । ପହଞ୍ଚିଥା’ନ୍ତା ବର । ହୋଇଥା’ନ୍ତା ବାହାଘର । କନ୍ୟା ବି ସଜେଇ ହୋଇ ଚାହିଁଥିଲା ତା’ର ଜୀବନ ସାଥୀକୁ । ବାଜା ବାଣ ଫୁଟାଇ ରୋଷଣୀ କରି କନ୍ୟାକୁ ନିଜ ଘରକୁ ନେଇଥା’ନ୍ତା ବର । ହେଲେ ଏସବୁ ସୁନ୍ଦର ସମୟ ପୂର୍ବରୁ ଘଟିଲା ଅଘଟଣ । ବାହାର ହେଲା ସିନା, ହେଲେ ବର ଓ କନ୍ୟା ଘର ମଧ୍ୟରେ ହେଲା ପ୍ରବଳ ବଚସା । ଆଉ ତା’ ପରେ ହେଲା ହାତାହାତି । ଖାଲି ସେତିକି ନୁହେଁ, ଗାଡ଼ି ମଧ୍ୟ ପୋଡ଼ିଦେଲେ ବରପକ୍ଷ ଲୋକ ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଇଁଥା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ବର ପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ପରେ କନ୍ୟା ପକ୍ଷଙ୍କ ଏକ ଅଟୋକୁ ବର ପକ୍ଷ ଲୋକେ ଜାଳିଦେଇଥିଲେ । ପରେ ଗାଁ ଲୋକ ବର ସହ କନ୍ୟା ଅଟକ ରଖିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରାଜନଗର ଥାନା ଯଦୁ ଚନ୍ଦ୍ରପୁର ଗାଁର ମାନସ ରାଉଳ ଏବଂ କଇଁଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କ ମଧ୍ୟରେ ଚାଲିଥିଲା ବିବାହ । ଏଥିପାଇଁ ବରଯାତ୍ରୀ ସହ କଇଥା ଗାଁରେ ପହଞ୍ଚି ପ୍ରୋସେସନବେଳେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ଉପୁଜିଥିଲା ଗଣ୍ଡଗୋଳ ।

ଏହି ଗଣ୍ଡଗୋଳରେ ବରଯାତ୍ରୀ ମାନେ କନ୍ୟାପକ୍ଷ ଅଟୋକୁ ଜାଳି ଦେଇଛନ୍ତି । ଉତ୍ତେଜନା ତୀବ୍ର ହେବା ଫଳରେ କଇଥା ଗ୍ରାମବାସୀମାନେ ବରକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ରାଜନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ କରି ଆପୋଷ ସମାଧାନ କରାଯିବା ସହ ଅଟୋ ପୋଡ଼ିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ଗାଁ ଲୋକଙ୍କ ଆପୋଷ ସମାଧାନ ପରେ କନ୍ୟାଙ୍କୁ ଧରି ଘରକୁ ଫେରିଛନ୍ତି ବର ମାନସ ରାଉଳ ।

  • Reported by:
  • MANOJ SWAIN