ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା। ଦୀର୍ଘଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ, ତେବେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସାରେ ବାଧା ଉପୁଜିଥିଲା।
ଗୋଟିଏ ପଟେ ପରିବାରର ବୋଝ ତ ଅନ୍ୟ ପଟେ ନିଜର ଚିକିତ୍ସା ଖର୍ଚ୍ଚ । ଏହାରି ଭିତରେ ପେଷି ହେଉଛନ୍ତି ଗଣେଶ । ୨୦୧୩ ମସିହାରେ ଗଣେଶ ବିବାହ କରିଥିଲେ । ବାହାଘରର ଠିକ ଦୁଇବର୍ଷ ପରେ ଗଣେଶଙ୍କ ପାଦ ଫୁଲିବା ଆରମ୍ଭ ହୋଇଥିଲା ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶଃ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ସକ୍ରିୟ ଥିବାରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ । ପୋଖରୀ ପାଲଟିଛି ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି ଛାତ୍ରଛାତ୍ରୀ..
ଆଜିକୁ ୨ ଦିନ ହେଲା, ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି । ଆଉ ଅଜଣା ସୂତ୍ରରୁ ଆସିଥିବା ସେହି ଟଙ୍କାକୁ ଉଠାଇବା ପାଇଁ ଗ୍ରାହକଙ୍କ ମଧ୍ୟରେ ଲାଗିଛି ଧାଁ ଧପଡ଼ ।
ଏତେ ଟଙ୍କା କିଏ ଓ କେଉଁ ଉଦ୍ଦେଶ୍ୟରେ ପଠାଉଛି ? ୨୪ ଘଣ୍ଟା ପରେ ବି ଜାଣିପାରୁନାହାଁନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
କିଏ ପଠାଉଛି ଟଙ୍କା ? କାହା ପାଖକୁ ଆସୁଛି ୧୦ ହଜାର ଟଙ୍କା ତ ଆଉ କାହା ପାଖକୁ ଆସୁଛି ୭୦ ହଜାର ଟଙ୍କା। ଏସମ୍ପର୍କରେ ନା ବ୍ୟାଙ୍କ ଆକାଉଣ୍ଟଧାରୀ ଜାଣିପାରୁଛନ୍ତି ନା ନିଜେ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି କହିପାରୁଛନ୍ତି।
ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ ।
ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଉଛି ।
ବାହା ବେଦୀରେ ବସି ଝିଅର ବାହାଘର ଚାଲିଥିବା ବେଳେ, ସେପଟେ ବନ୍ଧୁବାନ୍ଧବଙ୍କୁ ଡାକି ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ଯୁବତୀଙ୍କ ପରିବାର ଲୋକ।
ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ବିଜେଡିର ହୋର୍ଡିଂକୁ କେନ୍ଦ୍ରାପଡାରେ ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମାର୍ଶାଘାଇ କ୍ରସିଂ ଠାରେ ମହାକାଳପଡ଼ାରେ ସର୍ବବୃହତ ଇସ୍ପାତ କାରଖାନା ପାଇଁ ହୋର୍ଡିଂ ମରାଯାଇଛି।
ମଇଁଷି ଚରାଉ ଥିବାବେଳେ ଚରାଳିଙ୍କୁ ଟାଣିନେଲା କୁମ୍ଭୀର
ବାବୁ ଆମ ଗାଁକୁ ରାସ୍ତା କେବେ ଦେବୁ ? କାହିଁକି ଏତେ ଦିନ ହେଲା ଆମ ଗାଁକୁ ରାସ୍ତା ହେଉନି ? ଜନଶୁଣାଣି ଶିବିରରେ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଏଭଳି ପ୍ରଶ୍ନ କରିଛନ୍ତି ଜଣେ ଅନୁସୂଚିତ ଜନଜାତି ବୃଦ୍ଧା।
ଅଳିଆ ଆବର୍ଜନାରୁ ଜରି ସାଉଁଟି ସ୍ୱଚ୍ଛ ଭାରତ ପାଇଁ ଉଦାହରଣ ପାଲଟିଥିବା କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ହାତ ତିଆରି ଜରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ ନୂଆପାଟଣାସ୍ଥିତ ନମ୍ବର ୱାନ ସୋସାଇଟର ବୁଣାକାରମାନେ ।
ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି ଡେଙ୍ଗୁ । ରୋଗୀଙ୍କ ସଂଖ୍ୟା ୨୫ଶହ ଡେଇଁଲାଣି । ଭୁବନେଶ୍ୱରରେ ତ ସ୍ଥିତି ଉଦବେଗଜନକ । ଏଠାରେ ରୋଗୀ ସଂଖ୍ୟା ୧୨୦୦ ଛୁଇଁଲାଣି ।
କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ ।
ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି।
୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ମାର୍କେଟ କମ୍ପ୍ଲେକ୍ସ ହେଲା। ହେଲେ ନିର୍ମାଣର ଦୁଇ ବର୍ଷ ପରେ ବି କାମରେ ଲାଗି ପାରିଲାନି। ସବୁ କିଛି ଠିକ୍ ହେଲେ ସଟର୍ ପଡ଼ିଛି, ସବୁ ଦୋକାନ ଘରେ ତାଲା ଝୁଲୁଛି ?
କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ଜଣଙ୍କ ବାପା ଫେରିବାଲା, ଆଉ ଜଣଙ୍କ ମାଆ ରୋଷେୟା ।
ବୁଡ଼ି ଯାଇଛି ଚାଷ ଜମି, ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି। ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀ।
ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି କୋରାଇ ବ୍ଲକ ସାଳବା ଗାଁ। କେବଳ କୋରାଇ ବ୍ଲକ ନୁହେଁ, ଜିଲ୍ଲାର ଯାଜପୁର ବ୍ଲକ ସମେତ ଦଶରଥପୁର, ବିଞ୍ଝାରପୁର ବ୍ଲକ ସାଂଘାତିକ ପ୍ରଭାବିତ ହେଲାଣି ବୈତରଣୀ ନଦୀରେ ଆସିଥିବା ବର୍ଷର ପ୍ରଥମ ବନ୍ୟା ଜଳରେ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ଏନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ପର୍ଯ୍ୟଟକ ମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି।