Advertisment

ରାଜ୍ୟରେ ବଡ଼ ଫାଇଟ୍ ପାଇଁ ପ୍ରସ୍ତୁତ ବିଜେପିର ହେଭିୱେଟ୍

୧୮ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି ବଡ଼ ଚେହେରା । ମଇଦାନକୁ ଓହ୍ଲାଇବେ ବୈଜୟନ୍ତ, ଧର୍ମେନ୍ଦ୍ର, ସମ୍ବିତ ଓ ଅପରାଜିତା।

author-image
Satyendu Shekher Mishra
undefined

BJP

ବିଜେପିର ଲୋକସଭା ସିଟ୍ ତାଲିକାରେ ବଡ଼ ଚେହେରା। ହାଇଭୋଲଟେଜ୍ ଫାଇଟ୍ ପାଇଁ ତୟାର ଯୋଦ୍ଧା। ୨୧ରୁ ୧୮ଟି ସିଟ୍ ପାଇଁ ଘୋଷଣା ହୋଇଥିବା ତାଲିକାରେ ଅଛନ୍ତି ବହୁ ହେଭିୱେଟ୍ ନେତା। ସବୁଠୁ ଅଧିକ ହାଇଭୋଲଟେଜ ଫାଇଟ ହେବ କେନ୍ଦ୍ରାପଡ଼ା, ସମ୍ବଲପୁର, ଭୁବନେଶ୍ବର, ପୁରୀ ଓ ବ୍ରହ୍ମପୁରରେ। କେନ୍ଦ୍ରାପଡ଼ାରୁ ରିପିଟ୍ ହୋଇଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଏହି ଆସନରୁ ଦୁଇ-ଦୁଇ ଥର ସାଂସଦ ରହିସାରିଥିବା ବୈଜୟନ୍ତ ପଣ୍ଡା।

Advertisment

ସେହିପରି ସମ୍ବଲପୁରରୁ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ଭୁବନେଶ୍ବରରୁ ପୁଣି ଥରେ ଅପରାଜିତା ଷଡଙ୍ଗୀଙ୍କ ଉପରେ ଭରସା କରିଛି ଦଳ। ସେହିପରି ୨୦୧୯ରେ କ୍ଲୋଜ୍ ଫାଇଟ୍ ହୋଇଥିବା ପୁରୀ ଓ ଭଦ୍ରକରେ ରିପିଟ୍ ହୋଇଛନ୍ତି ସମ୍ବିତ ପାତ୍ର ଓ ଅଭିମନ୍ୟୁ ସେଠୀ। ଏପଟେ ବ୍ରହ୍ମପୁରରେ ଗୋପାଳପୁର ବିଧାୟକଙ୍କୁ ପ୍ରାର୍ଥୀ କରି ବିଗ୍ ଗେମ୍ ଖେଳିଛି ବିଜେପି।

କୁହାଯାଉଛି ପ୍ରଦୀପଙ୍କର ପୂରା ଗଞ୍ଜାମ ଜିଲ୍ଲାରେ ଦବଦବା ରହିଛି। ପୂର୍ବରୁ ୩-୩ ଟି ନିର୍ବାଚନରେ ସେ ବିଜେଡିର ସବୁ କିଛି ବୁଝୁଥିବାରୁ ଏଥର ଗଞ୍ଜାମ ସମୀକରଣ ବଦଳି ପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ତାଲିକାରେ ଦେଖିବାକୁ ମିଳିଛି ୪ ନୂଆ ମୁହଁ। ବରଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ। ସେହିପରି ମୟୁରଭଞ୍ଜରୁ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଓ କଳାହାଣ୍ଡିରୁ ମାଳବିକା କେଶରୀ ଦେଓଙ୍କୁ ଟିକେଟ୍ ଦେଇଛି ଦଳ। ଆଉ କୋରାପୁଟରୁ ବି କାଲେରାମ ମାଝୀ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି।

ଅନ୍ୟପଟେ ୪ ସାଂସଦଙ୍କ ଟିକେଟ କଟିଛି। ବାଦ୍ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ, ନୀତେଶ ଗଙ୍ଗଦେବ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା। ଚର୍ଚ୍ଚା ହେଉଛି ଏମାନଙ୍କୁ ଦଳ ବିଧାନସଭରେ ଲଢାଇପାରେ। ବାରିପଦାରୁ ବିଶ୍ୱେଶ୍ୱର ଟୁଡୁ, ନୂଆପଡାରୁ ବସନ୍ତ ପଣ୍ଡା ଏବଂ ବ୍ରଜରାଜନଗରରୁ ସୁରେଶ ପୂଜାରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ବାକି ୩ ଆସନ ଯାଜପୁର, କଟକ ଓ କନ୍ଧମାଳ ଅଙ୍କ ଏ ଯାଏଁ ଛିଣ୍ଡି ପାରିନି। କୁହାଯାଉଛି କଟକ ପାଇଁ ଦଳର ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ରେସ୍ ଆଗରେ ଥିବା ବେଳେ ବିଜେଡିରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି। ତେଣୁ ଏଠି ପ୍ରାର୍ଥୀକୁ ନେଇ ଦ୍ବନ୍ଦରେ ରହିଛି ଦଳ। ଅନ୍ୟ ପଟେ କନ୍ଧମାଳରେ ପୂର୍ବ ଥର ପ୍ରାର୍ଥୀ ଖାରବେଳ ସ୍ବାଇଁ ସେଠୁ ଲଢିବାକୁ ମନା କରିଥିବା ବେଳେ କର୍ଣ୍ଣେଲ ଶିଶିର ଘୋଷ ଚର୍ଚ୍ଚାରେ ଅଛନ୍ତି। ସେହିପରି ଯାଜପୁରରେ ମଧ୍ୟ ୨୦୧୯ରେ ପ୍ରାର୍ଥୀ ଅମୀୟ ମଲ୍ଲିକ ଲବିରେ ଥିଲେ ମଧ୍ୟ ଦଳ ହୁଏତ ନୂଆ ମୁହଁ ଖୋଜୁଛି।

ସେପଟେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଲାଗି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଥରେ ବିଜେପି ପ୍ରାର୍ଥୀ କରାଯିବାକୁ ରାଜନଗର ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ଏହି ଅବସରରେ ରାଜନଗର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ବୈଜୟନ୍ତଙ୍କ ବ୍ୟାନର ଧରି ଆଜି ଏକ ରାଲିରେ ବାହାରିଥିଲେ । ରାଲି ତ୍ରିନାଥ ବଜାରରୁ ବାହାରି ପୂରା ରାଜନଗର ବଜାର ବୁଲିଥିଲା । ଏଥିରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତାଙ୍କ ସହ ସ୍ଥାନୀୟ ଜନତା ସାମିଲ ହୋଇଥିଲେ।

BJD BJP Congress Odisha Politics General Election 2024
Advertisment
Advertisment