• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କର୍ମ ପାଖରେ ହାର ମାନିଛି ବୟସ । କର୍ମ ପାଖରେ ହାର ମାନିଛି ବୟସ । ବୟସ ଶହେ ଟପିଥିଲେ ବି ଏବେ ବି ଯୁବ ସୁଲଭ ପରି ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମନଗରର ଅନିଲ କର୍ମକର l କମାର ଶାଳ ତାଙ୍କ ପାଇଁ କର୍ମଭୂମି ।

କମାର ଶାଳରେ ଶତାୟୁ l କର୍ମ ପାଖରେ ହାର ମାନିଛି ବୟସ l ବୟସ ଶହେ ଟପିଥିଲେ ବି ଏବେ ବି ଯୁବ ସୁଲଭ ପରି ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମନଗର ର ଅନିଲ କର୍ମକର l କମାର ଶାଳ ତାଙ୍କ ପାଇଁ କର୍ମଭୂମି । ରଡ ନିଆଁରେ ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ ତିଆରି କରୁଥିବା ଅନିଲ କର୍ମକରଙ୍କ ବୟସ ସହେ ଟପିଛି l ଆଉ ବୟସର ଏହି ଅପରାହ୍ନରେ ହାର୍ ମାନି ନାହାନ୍ତି ସେ l ନିଜ କର୍ମକୁ ଭଗବାନ ଭାବି ନିଷ୍ଠାର ସହ ଏବେ ବି କାମ କରୁଛନ୍ତି l ଜୀବନ ଯୁଦ୍ଧରେ ହାର ମାନିନି ବାର୍ଦ୍ଧକ୍ୟ l ଦୈନନ୍ଦିନ କର୍ମମୟ ଜୀବନ ଭିତରେ କେବେବି ପଛକୁ ଫେରି ନାହାନ୍ତି ସେ l ପ୍ରତ୍ୟେକ ଦିନ ୨ କିମି କମାର ଶାଳ ଯାଏ ଚାଲିଚାଲି ଯାଆନ୍ତି ସେ ।

ଅଧିକ ପଢ଼ନ୍ତୁ: ବୟସ ଖାଲି ଏକ ନଂ, ୯୦ରେ ବି ଫିଟ୍ ଶିବ ବଇଦ

୧୯୧୯ରେ ବାଂଲାଦେଶର ଫରିଦପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଅନିଲ l ୧୯୫୪ ମସିହା ସାମ୍ପ୍ରଦାୟିକ ଦଙ୍ଗା ପରେ ଓଡିଶାର ଚୌଦ୍ୱାରରେ ପରିବାର ସହ ଶରଣlର୍ଥୀ ଭାବେ ଆଶ୍ରୟ ନେଇଥିଲେ l ପରେ ଅବିଭକ୍ତ କଟକ ଜିଲ୍ଲାର ରାମନଗର ଠାରେ ସରକାର ରହିବାକୁ ଅନୁମତି ଦେଇଥିଲେ l ସେହିଦିନ ଠାରୁ ସେ ନିଜର କୌଳିକ ବୃତ୍ତି ରୂପେ ଏହି ଲୁହା କାମକୁ ଧରି ଆଜିଯାଏ ପରିବାର ପ୍ରତିପୋଷଣ କରୁଛନ୍ତି l ସରକାରୀ ସାହାଯ୍ୟ କହିଲେ କେବଳ ବାର୍ଦ୍ଧକ୍ୟ ଭତ୍ତା l ତଥାପି ନିଜ ଭାଗ୍ୟକୁ ଆଦରି ପୁଅ ସହ କୌଳିକ ବୃତ୍ତିକୁ ଆଜିଯାଏ ଆଦରିଛନ୍ତି ଶତାୟୁ ଅନିଲ l

କର୍ମ ବିମୁଖ ହୋଇ ଯୁବ ସମାଜ ପଥ ଭ୍ରଷ୍ଟ ହେଉଥିବା ବେଳେ ଶତାୟୁ ଅନିଲ କର୍ମକର ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l

  • Reported by:
  • PRABIR KUMAR NAYAK