ହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯିବାର ଅଭିଯୋଗ ଆଣି ଗତକାଲି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଞ୍ଚାତ ଅଫିସ୍ ସାମ୍ନାରେ ଅନଶନରେ ବସିଥିଲେ। ତେବେ ଅନଶନ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଯାଇ ବାଘମାରି ପଞ୍ଚାୟତ ଅଫିସ୍ ସାମ୍ନାରେ ପହଞ୍ଚିଥିଲା। ରିଲିଫ୍ ଚୁଡ଼ା ପୋତାଯାଇନାହିଁ, କଂଗ୍ରେସ ହୀନ ରାଜନୀତି କରୁଛି କହି ବିଜେଡି କର୍ମୀମାନେ ଗୋବର ପାଣିରେ କଂଗ୍ରେସ କର୍ମୀଙ୍କ ଅନଶନ ସ୍ଥଳୀରେ ଗୋବରପାଣି ସିଞ୍ଚି ଥିଲେ
ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ ଧୀରେ ଲୀନ ହେବାକୁ ବସିଛି । ଜନବସତି ଆଡ଼କୁ ସମୁଦ୍ର ମୁହାଁଇବା ହେତୁ ପାଣିରେ ମିଶିବାକୁ ବସିଲାଣି ସାତଭାୟାର ମା ପଞ୍ଚୁ ବରାହୀଙ୍କ ମନ୍ଦିର
ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର । ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।
ରାଜେନ୍ଦ୍ରଙ୍କ ପରିବା ଉଦ୍ୟାନ ଭରିଯାଇଛି, ଜହ୍ନି, କଲରା, ଭେଣ୍ଡି, ଝୁଡଙ୍ଗ, ଶିମ୍ବ, ବିନ୍ସ, କାକୁଡି । ପୁଞ୍ଜାପୁଞ୍ଜା ଝୁଡଙ୍ଗ,କଲରା, ଭେଣ୍ଡି ଗଛରେ ଶୋଭା ପାଉଥିବା ବେଳେ ଛୋଟିଆ ଛୋଟିଆ କଲମୀ ଗଛରେ ପିଜୁଳି, ସପେତା,କାଗିଜି ଝୁଲୁଛି ।
ବର୍ଷା ଦିନ ଆସିଲେ ମାଡିଆସେ ଆତଙ୍କ। କୁମ୍ଭୀର ଆତଙ୍କ। ତେଣୁ କୁମ୍ଭୀର ପାଇଁ ତିଆରି ହେଉଛି ବାଉଁଶ ବାଡ। ହେଲେ ସତରେ କ’ଣ ଏହି ବାଡ ତାଙ୍କୁ ଦେବ ସୁରକ୍ଷା ଦେବ !
ଜନ୍ମରୁ ଦୁଇ ହାତ ଓ ଗୋଡ଼ ଠିକରେ କାମ କରୁ ନାହିଁ । ହେଲେ ଦୃଢ଼ ମନୋବଳ ଓ ନିଜର ଇଚ୍ଛା ଶକ୍ତି ବଳରେ ସେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ।
ଟଙ୍କା ତ ମିଳିଲାନି ବରଂ ବାଟମାରଣା ହୋଇଥିବା ଶୁଣିଲେ। ତେବେ ସେହି ଗାଁର ଏହି ସଫଟେଓ୍ୱର ଇଂଜିନିୟ ସୁବ୍ରତ ପରିଡ଼ାଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ସେପଟେ, ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ।
ସଫ୍ଟଓୟାର ଇଂଜିନିୟର ଓ ବିଧବା ମହିଳାଙ୍କ ନାଁରେ ଆବାସ ଯୋଜନାରେ ଟଙ୍କା ହଡପ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବାଟିପଡା ପଂଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ