ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ାରେ ପୁଣି ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର। ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର।
କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରାପଡା ଆଳିର ମେଢ଼ପୁର ପଂଚାୟତର ୭ ନମ୍ବର ୱାର୍ଡ ଗାଁ ଲୋକେ ।
ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବର୍ଷା ଲାଗି ରହିବ।
ବିଦ୍ୟୁତ ବିଭାଗ ଅଫିସ ଉପରକୁ କଲେ ଅଣ୍ଡା ଓ ଟମାଟ ମାଡ଼ । ଆସନ୍ତା ୨୭ରେ ସବୁ ଜିଲ୍ଲାରେ ବିଦ୍ୟୁତ୍ ଅଫିସ୍ ଘେରିବ କଂଗ୍ରେସ ।
ପିଲାଛୁଆ କେହି ନାହାନ୍ତି । ଘର ଦ୍ୱାର ବି କିଛି ନାହିଁ...ଭଙ୍ଗା କୁଡିଆରେ ୮୫ ବର୍ଷରେ ରହୁଛନ୍ତି ଏଇ ଦମ୍ପତି । ଏତେ ଅଭାବରେ ରହୁଥିବା ପରେ ବି ଦିନେ ଏମାନଙ୍କ ଭିତରେ ଝଗଡା ହୋଇନି କି ମନମାଳିନ୍ୟ ହୋଇନି । କେବେ କିଛି ମାଗିନାହାନ୍ତି... ବୟସର ଅପରାହ୍ନରେ ମାଗୁଛନ୍ତି ଖଣ୍ଡେ ଘର।
ଜୀବନ ବଞ୍ଚାଇବାକୁ ଜୀବନ ବିକଳରେ ପୀଡ଼ିତା ଗାଁ ରାସ୍ତାରେ ଦୌଡ଼ି ପଳାଉଥିବାବେଳେ ରାସ୍ତା ଉପରେ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।
ସୋସିଆଲ ମିଡିଆରେ ଭିଜୁଆଲ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ମା' ପାଖରୁ ପୁଅକୁ ଝାଂପି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଅତି ପାଖରୁ ୧୦ ବର୍ଷର ପୁଅକୁ ଝାଂପି ନେଇଗଲା କୁମ୍ଭୀର । ଖିନଭିନ କରି ଜୀବନ ନେବା ପରେ ଛାଡିଚାଲିଗଲା ମଝି ଦରିଆରେ ।
ଭୟଙ୍କର ସ୍ଥିତି ! ପିଇବା ପାଣି ଲାଗି ଅଧ ରାତିରୁ ହେଉଛି ଟିକେଟ୍ । ୨୦୦ ପରିବାରକୁ ଅଛି ମାତ୍ର ଗୋଟିଏ ଟ୍ୟୁବୱେଲ । ବିଡିଓ କହୁଛନ୍ତି, ସମସ୍ୟାର ସମାଧାନ ହେବ ଖୁବଶୀଘ୍ର।
ରାଜ୍ୟଠୁ ଦେଶ...ସବୁଠି ଖେଳି ମାଳମାଳ ମେଡାଲ ଆଣିଥିଲେ । ହେଲେ ଆଜି ଭୋକ ଉପାସରେ ପଡିଛନ୍ତି ଦିବ୍ୟାଙ୍ଗ ଆଥଲେଟ୍ । ବାପା ଯିବା ପରେ ଜୀବନ ଏବେ ଦୁର୍ବିସହ
କ୍ଲଥଷ୍ଟୋରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କପଡ଼ା ।
ବସ୍ତିର କିଛି ବାସିନ୍ଦା ୨୦୧୭ରୁ ପଟ୍ଟା ପାଇଥିଲେ ବି ଜମି ଚିହ୍ନଟ କରାଉନି ପ୍ରଶାସନ । ସ୍ଥାୟୀ ଜମି କିମ୍ବା ସରକାରୀ ପଟ୍ଟା ମିଳିନଥିବାରୁ ଘର ଖଣ୍ଡିଏ କରି ପାରୁନାହାନ୍ତି ହିତାଧିକାରୀ । ଏମିତି ସ୍ଥିତିରେ ଦୋଛକିରେ ଛିଡା ହୋଇ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି ଚାରା ବି ନାହିଁ।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଣ୍ଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ ବାକିରେ ଆଣି ଘର କାର୍ଯ୍ୟ ଆରମ୍ଭ କରିଥିଲେ । ଘର କାମ ସିନା ଆରମ୍ଭ ହେଲା ହେଲେ ଦୀର୍ଘ ଦିନ ହେବ ହିତାଧୀକାରୀ ରଂଜନଙ୍କ ଆକାଉଣ୍ଟକୁ ଆବାସ ସହାୟତା ଟଙ୍କା ଆସିନଥିଲା।
ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ରୋନାଲି ।
ବାଙ୍କୀ ଥାନାରେ ମାମଲା ରୁଜୁର ୨ ମାସ ପରେ ସାମ୍ନାକୁ ଆସିଲେ ବୋହୂ । ନିର୍ଯାତନାର କାହାଣୀ ବଖାଣିଲେ ବୋହୂ ରୋନାଲି, ଶଶି କହିଲେ ଭିତ୍ତିହୀନ ।
ଗାଁରେ ବ୍ୟାପିଥିଲା ହଇଜା । ଭେଣ୍ଡା ପିଲାଙ୍କର ଗଡୁଥିଲା ମଣ୍ଡା...ମାଆଙ୍କ ପାଖରେ ଅଧିଆ ପଡିଲେ ଗାଁ ଲୋକେ । ଭେଣ୍ଡା ବଦଳରେ ଦିଆଗଲା ମଣ୍ଡା । ୨୦୦ ବର୍ଷ ହେଲାଣି ଏମିତି ଲାଗୁଛି ଭୋଗ
ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ ଆରମ୍ଭ ହେଲା ରାସ୍ତା କାମ।
ଏବେ ମରି ମରି ବଞ୍ଚୁଛନ୍ତି ଆଳି ବ୍ଲକ ଏକମାଣିଆର ସୁଦର୍ଶନ ସ୍ୱାଇଁଙ୍କ ବିଧବା ପତ୍ନୀ ଓ ପୁଅ ।
କେନ୍ଦ୍ରାପଡା ରାଜକନିକା ବ୍ଲକ ପେଗରପଡ଼ା ଓ ଓଳାଭର ପଂଚାୟତରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପୋଲଟିଏ ନିର୍ମାଣ କରିବାକୁ ଦୀର୍ଘଦିନ ହେବ ଦାବି କରୁଥିଲେ ଲୋକେ । ହେଲେ ପ୍ରଶାସନ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିଲା । ସେଇଥି ଲାଗି ତ ଏକାଠି ହୋଇ ପୋଲ ନିର୍ମାଣ କରିବାକୁ ଅଂଟା ଭିଡିଲେ ଗାଁ ଲୋକେ । ଖାଲି ଏକାଠି ହେଲେ ତାହା ନୁହେଁ ପୋଲ ନିର୍ମାଣର ଶୁଭ ବି ଦେଲେ ।
କରୋନା ସମୟରେ ସବୁଠୁ ବଡ଼ ଟିକାକରଣ ହେଉ ବା ଆଉ କିଛି। ସୁଦାନରେ ଫସିଥିବା ଭାରତୀୟଙ୍କୁ ଏବେ ଉଦ୍ଧାର କରୁଛନ୍ତି। ଅନ୍ୟ ଦେଶ ସେପରି କରିପାରୁ ନାହାନ୍ତି, କିନ୍ତୁ ଭାରତ କରିପାରୁଛି।
ପିଡିଏସ୍ ବଣ୍ଟନରେ ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଯୋଗୁଁ ହଇରାଣ ହେଉଛନ୍ତି ବିପିଏଲ୍ ହିତାଧିକାରୀ ।
ନବୀକରଣ ନାଁରେ ଭାଙ୍ଗି ଦେଲେ ପୁରୁଣା ବସ୍ଷ୍ଟାଣ୍ଡ। ହେଲେ ଏଯାଏ ନୂଆ ବସ୍ଷ୍ଟାଣ୍ଡ କାମ ଆରମ୍ଭ ହୋଇପାରୁନି। ଡହ ଡହ ଖରାରେ ହନ୍ତସନ୍ତ ଯାତ୍ରୀ। ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା ଟିକେ ଅଛି। ପୁରୁଣା ବସ୍ଷ୍ଟାଣ୍ଡ ଭାଙ୍ଗିବା ପରେ କେନ୍ଦ୍ରାପଡ଼ା ବସ୍ଷ୍ଟାଣ୍ଡରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ଆଳି ଅଞ୍ଚଳ ଗସ୍ତରେ ଆସୁଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ତେଣୁ ସେତୁ ନିର୍ମାଣରେ ଚକ୍ରାନ୍ତ, ସ୍ବାସ୍ଥ୍ୟକେନ୍ଦ୍ରର ଅବନତି, ଡାକ୍ତର ଅଭାବ, ଶିକ୍ଷକ ଅଭାବ ଆଦି ସମସ୍ୟାକୁ ଧରି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରାଯିବ ବୋଲି କହିଛି କଂଗ୍ରେସ।
କେବଳ ଗଙ୍ଗା, ରଙ୍ଗା କି ହଳଧରଙ୍କ କାହାଣୀ ନୁହେଁ । ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ବୃଦ୍ଧ ହିତାଧିକାରୀଙ୍କ ଅବସ୍ଥା ଏଭଳି । ଆକାଉଣ୍ଟକୁ ଆସିଥିବା ଭତ୍ତା ଟଙ୍କା ଉଠାଣ ପାଇଁ ମାସ ପୂରିଲେ ବିପଦଜନକ ଯାତ୍ରା କରିବାକୁ ପଡ଼େ ଏମାଣିଆ, ନଳପହି ଓ ଦକ୍ଷିଣଦିଆ ଲୋକଙ୍କୁ । କାରଣ ପଞ୍ଚାୟତକୁ ୪ପଟୁ ଘେରିରହିଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ।