Advertisment

ପାରିବାରିକ କଳହର କରୁଣ ପରିଣତି, ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Women jumps into river In Kendrapada

Women jumps into river

ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀ ଆଗରେ ୯ ମାସର ଶିଶୁକନ୍ୟାକୁ ଧରି ଖରସ୍ରୋତା ନଦୀକୁ ଡେଇଁଲା ମାଆ ।  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଏକ ଡଙ୍ଗା ସାହାଯ୍ୟରେ ଛୋଟ ଛୁଆ ଓ ମାଆକୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟ ମାଆ ଓ ୯ ମାସର ଶିଶୁ କନ୍ୟାକୁ କେନ୍ଦ୍ରାପଡ଼ା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ବୋଲି ଜଣାପଡ଼ିଛି ।

Advertisment

ପଢନ୍ତୁ ଏହି ଖବର: କଲେଜ ଛାତରୁ ଡେଇଁ ଜୀବନ ହାରିଲେ ଯୁକ୍ତଦୁଇ ଛାତ୍ରୀ

ସୂଚନା ଅନୁସାରେ, ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଯୁବକଜଣକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର ନିକଟସ୍ଥ ଡାଳିକାଏନ୍ଦା ଗାଁକୁ ଯାଇଥିଲେ। ସେଠାରୁ ଆଜି ସମସ୍ତେ ନିଜ ଗାଁକୁ ଅଟୋ ଯୋଗେ ଫେରୁଥିଲେ । ମାତ୍ର ଅଟୋରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ବେଳେ ତାହା କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା। ଅଟୋଟି ଖରସ୍ରୋତା ନଦୀ ବ୍ରିଜ ଉପରେ ଯାଉଥିବା ବେଳେ ଅତିଷ୍ଠ ହୋଇ ପଡ଼ିଥିବା ମହିଳାଜଣକ ଅଟୋକୁ ଅଟକାଇଥିଲେ। ଏହାପରେ ସେ ନିଜ ଝିଅକୁ ଧରି ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ ।

ସ୍ଥାନୀୟ ଲୋକେ ଏହାଦେଖି ତୁରନ୍ତ ଏକ ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ଓ ମା’ର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହିଛି । ତେବେ କେଉଁ କାରଣ ପାଇଁ ଏମିତି ଘଟିଛି ତା’ର କାରଣ ଜଣାପଡ଼ିନି ।

Advertisment

Odisha News Suicide Case
Advertisment
Advertisment