ନିର୍ବାଚନ ଆସିଲେ ଏଠି ନେତାଙ୍କ ପାଦ ପଡ଼େ । ପୁଳାପୁଳା ପ୍ରତିଶ୍ରୁତି ଆଉ ମିଠାମିଠା କଥା କହି ଭୋଟ ନେଇଯାଆନ୍ତି ନେତା । ହେଲେ ଭୋଟ ସରିଲେ ଆଉ ନେତାଙ୍କ ଦେଖା ମିଳେନି ।
ଗୋଟିଏ ଶୁଖିଲା ନଳକୂଅ ରହିଛି, ସେଥିରେ ବାଡେଇ ବାଡେଇ ହାତ ବିନ୍ଧୁଛି ସିନା ପାଣି ବାହାରୁନି। ୧୫ ଦିନ ହେଲା ଶୋଷରେ ଛଟପଟ ହେବା ପରେ ଆଜି ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଅସନ୍ତୋଷ।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ। ଦାଦନ ଖଟି ଦେଶୀ ଯୋଗାଡ଼ରେ ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି। ଉତ୍କଟ ଜଳସଙ୍କଟ ଭିତରେ ପାହାଡ଼ ଶିଖରରୁ ଝରି ଆସୁଥିବା ବୁନ୍ଦା ବୁନ୍ଦା ଜଳକୁ ସଞ୍ଚୟ କରି ଗାଁ ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି ଗଞ୍ଜାମ ସିନ୍ଧୁପଙ୍କ ଗାଁର ଭୀମ ବେହେରା।
ଅସହ୍ୟ ତାତି ସହ ଅସମ୍ଭାଳ ହେଲାଣି ଜଳ କଷ୍ଟ । ରାଜ୍ୟରେ ପାରଦ ୪୬ ଡିଗ୍ରୀ ଛୁଇଁଥିବା ବେଳେ ତା ସହ ତାଳ ଦେଇ ବଢ଼ିବାରେ ଲାଗିଛି ପିଇବା ପାଣିର ସମସ୍ୟା ।
ଅସମ୍ଭାଳ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ଗ୍ରାମବାସୀଙ୍କ ହଲ୍ଲାବୋଲ। ଗାଁକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଘେରି ଜଣାଇଛନ୍ତି ଦାବି। ପ୍ରଶ୍ନ କରିଛନ୍ତି, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଥିବା ନେଇ ବୋର୍ଡ ମାରୁଛ, ପାଣି କାହିଁ ?
ତେଲକୋଇ ଓରିଆ ପଂଚାୟତ ଜଟ ଗାଁର ଜଣେ ମହିଳାଙ୍କ ଅଭିଯୋଗ, ଅନୁସାରେ ଗାଁରେ ୪୦ ପରିବାର ପାଇଁ ଗୋଟିଏ ମାତ୍ର ନଳକୂଅ ରହିଛି । ପୂର୍ବରୁ ସେଥିରେ ଗୋଳିଆ ପାଣି ବାହାରୁଥିଲା, ଏବେ ନଳକୂଅ ହିଁ ଅଚଳ ।
ବାଲେଶ୍ୱର ପୌରପାଳିକାର ୮ ଓ ୧୩ ନମ୍ବରରେ ମିଳୁନି ପାଣି । ୱାର୍ଡରେ ସପ୍ତାହେ ହେବ ଆସୁନି ପାନୀୟ ଜଳ ।
ମଙ୍ଗଳପୁରରେ ୭୦୦ ଘର ଥିବା ବେଳେ ବସୁଧା ଯୋଜନାରେ କେବଳ ୨୮୬ ଘରକୁ ପାନୀୟ ଜଳର ସଂଯୋଗ ହୋଇଛି ।
କେଉଁଥିରେ ଟ୍ୟାପ୍ ନାହିଁ ତ କେଉଁଠି ହୁଗୁଳି ଗଲାଣି ପାଇପ୍ । ଭଲ ପାଣି ଟିକ ନ ମିଳିବାରୁ ମାଧ୍ୟ ହୋଇ ଚୁଆ ପାଣି ସଂଗ୍ରହ କରି ଘରକୁ ନେଇଛନ୍ତି ଲୋକେ ।
ପାଣି ପାଇଁ ହାହା କାର...ସ୍ୱାଧିନତାର ୭୪ ବର୍ଷ ପରେ ବି ବିଶୁଦ୍ଧ ପାଣି ଟୋପେ ପାଉନାହାଁନ୍ତି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଭାଲୁବସା ପଞ୍ଚାୟତର ରଖାସାହି ଓ ଧଳାଡିହି ଗ୍ରାମବାସୀ ।
ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ ।
ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ ।
ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ ।
କେଉଁଠି ପାଣି ଟ୍ୟାପ୍ ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି । ରାଉରକେଲାରେ ପାଣି ନେବା ପାଇଁ ବ୍ୟକ୍ତି ଜଣଙ୍କ ଟ୍ୟାପ୍ ପ୍ରେସ୍ କରୁଛନ୍ତି, ହେଲେ ପାଣି ଆସୁନି ।
ପିଇବା ପାଣିରେ ଘୋର ଅଭାବ । ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଉଛି ପ୍ରଶାସନ ।
ଲୋକଙ୍କୁ କେବଳ ଟ୍ୟାଙ୍କର୍ ହିଁ ଭରସା। ତାହା ବି ସମୁଦ୍ରକୁ ଶଙ୍ଖେ। କୁହାଯାଉଛି- ଜୁନ୍ ଜୁଲାଇ ପୂର୍ବରୁ ସ୍ଥିତି ସୁଧୁରିବାର ନାହିଁ।
ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।
ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।
କଲବଲ କରୁଛି ତାତି..ଏମିତି ସ୍ଥିତିରେ ପିଇବାକୁ ପାନୀୟ ଜଳ ନାହିଁ । ଚୁଆ ପାଣି ସାଜିଛି ସାହାରା..
ମୁନ୍ଦେ ପାଣି ପାଇଁ କଲବଲ ହେଉଛନ୍ତି ଲୋକେ...ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶୁଣୁନାହାଁନ୍ତି ବିଭାଗୀୟ ଅଧିକାରୀ...
ଦୀର୍ଘବର୍ଷ ଧରି ଜଳ ସଂଙ୍କଟର ସାମ୍ନା କରୁଥିବା ଲୋକେ ପ୍ରଶାସନକୁ ଜଣାଇ ଜଣାଇ ନୟାନ୍ତ ହେଲେଣି । କିନ୍ତୁ ପ୍ରଶାସନ ଏନେଇ ବେଫିକର୍ ରହିଥିବାର ଅଭିଯୋଗ ହୋଇଛି ।
ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ବଡ ବଡ ଯୋଜନା ରହିଛି । କିନ୍ତୁ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଭାଙ୍ଗିରୁଜି ଗଲାଣି କେଉଁଠି ଟାଙ୍କି ବସିଥିଲେ ବି ପାଣିର ସୁବିଧା ନାହିଁ ।
ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି ବଢୁଛି ଆଉ ତା ସାଙ୍ଗକୁ ଭୂତଳ ଜଳସ୍ତର ବି ହ୍ରାସ ପାଉଛି । କେଉଁଠି ସରକାରୀ ଯୋଜନାର ବିଫଳ ଯୋଗୁଁ ଲୋକେ ପାଣି ମୁନ୍ଦେରୁ ବଞ୍ଚିତ ରହୁଛନ୍ତି ତ ଅନ୍ୟ କେଉଁଠି କୋଶେ ବାଟ ଚାଲି ଚାଲି ଗଲେ ବି ସୁଦ୍ଧା ସ୍ୱଚ୍ଛ ପାଣି ମିଳିବାର ସୁଯୋଗ ମିଳୁନି । ତତଲା ଓଡ଼ିଶାରେ ଏବେ କେବଳ ଦୁର୍ଗମ ନୁହେଁ । ସହରାଞ୍ଚଳରେ ମଧ୍ୟ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି ।
କେଉଁଠି ନଳକୂପରୁ ଗୋଳିଆ ପାଣି ବାହାରୁଛି ତ ଆଉ କେଉଁଠି ଷ୍ଟାଣ୍ଡପୋଷ୍ଟ ଥାଇ ଆସୁନି ପାନୀୟ ଜଳ । ପାଟଣାଗଡ ବ୍ଲକ ମରୁଆ ପଞ୍ଚାୟତ ପଣ୍ଡରିପାଣି ମହୁଲପଡାରୁ ସାମ୍ନାକୁ ଆସିଛି ଏହି ଘଟଣା ।
ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ । କେଉଁଠି ରାସ୍ତା କଡରେ ପାଇପ୍ ପଡ଼ିଛି ତ ଆଉ କେଉଁଠି ଅଧାଗଢା ପାଣିଟାଙ୍କି ଅଧପନ୍ତରିଆ ଭାବେ ପଡ଼ିଛି । ପୁରୀ କୃଷ୍ଣପ୍ରସାଦ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।