• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବିଜେଡିକୁ ବଡ଼ ଝଟ୍‌କା । ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ଆଜି ସକାଳୁ ସକାଳୁ ବିଜେଡିକୁ ଲାଗିଛି ୩ ବଡ଼ ଝଟ୍‌କା । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର, ପରେ ଆକାଶଦାଶ ନାୟକ । ଆଉ ଏବେ ଅନୁଭବ ମହାନ୍ତି । ବିଜେଡିକୁ ଏକାଦିନେ ଅଲ୍‌ବିଦା କଲେ ଦୁଇ ସିନେ ଷ୍ଟାର । ଚକଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡ଼ିଲେ । ୨ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ିଥିଲେ । ଷ୍ଟାଇଲିସ୍‌ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡ଼ିଥିଲେ ।

Anubhav MohantyAnubhav Mohanty

ଅନୁଭବ ଥରେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଥରେ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ତେବେ ଅନୁଭବଙ୍କ ଇସ୍ତଫା ବିଜେଡି ପାଇଁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି । ଜଣଙ୍କ ପରେ ଜଣେ ଅଭିନେତା ଦଳ ଛାଡ଼ିବା ବିଜେଡି ପାଇଁ ଶୁଭଙ୍କର ନୁହେଁ ବୋଲି ଅନେକ ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି ।

ଏହା ପୂର୍ବରୁ ସକାଳୁ ଭୁବନେଶ୍ୱରରେ ନିଜର ପତିଆରା ଜାହିର କରି ଆସୁଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବି ଦଳ ଛାଡ଼ିଛନ୍ତି । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର ପରେ ଆକାଶ ଦାଶ ନାୟକ ଦଳ ଛାଡ଼ିବା ବିଜେଡିକୁ ଏକ ଝଟ୍‌କା ଦେଇଛି । ଉଭୟ ନେତାଙ୍କର ଖୁବ୍‌ ଲୋକପ୍ରିୟତା ରହିଛି । ସେମାନଙ୍କର ନିଜସ୍ୱ ସଂଗଠନ ରହିଛି ।

ତେବେ ଅନ୍ତରଆତ୍ମାର ସ୍ୱର, ଆତ୍ମସମ୍ମାନ, ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ଆକାଶ । ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ । ଆଗାମୀ ଦିନରେ କୋରେଇ ବାସୀଙ୍କ ଭଲ ପାଇବାକୁ ପାଥେୟ କରି ମୋର ସମର୍ଥକ ଓ ସାଥୀଙ୍କ ପରାମର୍ଶରେ ମୋର ଆଗାମୀ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିବି ବୋଲି କହିଛନ୍ତି ଆକାଶ । ଆକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ କୋରେଇ ବିଧାୟକ ଥିଲେ ।