ଆଳି ଥାନାରେ ଏନେଇ ଏତଲା ହେବା ପରେ ପୋଲିସ ମାମଲା ରୁଜୁ କରିବା ସହିତ ବ୍ୟାଙ୍କ ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଲକ୍ଷପତି ମାଛଚାଷୀ ସ୍ୱାମୀ ସ୍ତ୍ରୀଙ୍କ ଏହି ତରିକା, ପରସ୍ପର ପ୍ରତି ସହଯୋଗ ଓ କର୍ମନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।
ଗରିବ ଓ ଅସହାୟଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ହେଲେ ତଳସ୍ତରରେ ଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନଙ୍କର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଘର ଖଣ୍ଡିଏ ମିଳିନି ।
ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ ।
ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୁତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ଦାଦାବଟି ନଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।
୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତର ୧୨ଶହରୁ ଅଧିକ ଯୁବକ ଓ ଯୁବତୀ ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଛନ୍ତି।
ବିଜେପି ତୁଙ୍ଗ ନେତାଙ୍କ ଦମ୍ଭୋକ୍ତିରୁ ମିଳିଲାଣି ଆଭାସ । ବିଜେଡିର ଜବାବ, କିଛି ଫରକ୍ ପକାଇବନି କାଲିର ରେଜଲ୍ଟ ।
'ରାଜ୍ୟରେ ପଦ୍ମ ଫୁଟାଇବାକୁ ବିଜେପିର ସ୍ବତନ୍ତ୍ର ରଣନୀତି । କାମ କରିବନି ମନି ପାୱାର, ମସଲ ପାୱାର ଏବଂ ଅଧିକାରୀ ପାୱାର'
ଗତକାଲି ହସପିଟାଲରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଅନଶନସ୍ଥଳରେ ରୋଗୀ ଦେଖିଲେ ଡାକ୍ତର ।
ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି ।
ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ସଠିକ୍ ବିନିଯୋଗ ଅଭାବରୁ ଏହା କୌଣସି କାମରେ ଲାଗୁନାହିଁ ।
ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା ।
କୁମ୍ଭୀର ଆତଙ୍କ ଲାଗି ରହିଥିବା ନଦୀକୂଳିଆ ଗାଁରେ ଗତ ୧୮ ତାରିଖରେ ସକାଳୁ ବ୍ରାହ୍ମଣୀ ନଦୀ କୂଳରେ ଗାମୁଛା, ଚପଲ ଓ ବାଇକ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ ।
ଗୋବରୀ ନଦୀରେ ବୁଡ଼ିଗଲେ ୨ ସମ୍ପର୍କୀୟ ଭଉଣୀ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି ।
କଲେଜ କମନ୍ ରୁମ୍ରୁ ନିଶା ଦେଇ ଅଭିଯୁକ୍ତ କିଭଳି ନାବାଳିକାକୁ ନେଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମନମୋହୁଛି ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ସଜ୍ଜା....ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା.... ଉତ୍ସବ ମୁଖର ଗାଁଠୁ ସହର....
ଲାଓସରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାମ କରିବାକୁ ଯାଇ ଲାଓସର ଆଟପୁରେ ଫସି ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୩୫ ଜଣ ଓଡ଼ିଆ ଶ୍ରମିକ ।
ଚାଷୀଙ୍କୁ ଧମକାଇ ପୋଲିସ ଟଙ୍କା ଆଦାୟ କରୁଥିବା ବେଳେ ଘେରିଲେ ଲୋକେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
ପୁଣି ବେଆଇନ୍ ବାଣ ତିଆରି ପାଇଁ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡିଆବନ୍ଧ ଗାଁର ଘଟଣାକୁ ନେଇ ଉଦବେଗ ।
ବାଣ ବିସ୍ଫୋରଣରେ ଉଡ଼ିଗଲା କାର୍ । ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର ଚଢ଼ିଯିବାରୁ ବାଣ ବିସ୍ଫୋରଣ ହୋଇଥିଲା।
କାଲିଠୁ କମିବ ବର୍ଷାର ପରିମାଣ, କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖି ନିଅନ୍ତୁ ତାଲିକା...
କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିଛି । ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଛି ।
ଜବାବରେ ବିଜେପି କହିଛି ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ସେ ଜନ ବିରୋଧୀ ହେଇନଥିଲେ ଜଣେ ଆଇଏଏସ୍ ଅଫିସରଙ୍କୁ ସରକାର ଚଳାଇବାକୁ ଲିଜ୍ରେ ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।
ବିଜେଡି ସାମାଜିକ ମିଡିଆ ସେଲ ଅଧକ୍ଷ କହିଛନ୍ତି ଯଦି, ସମାନ୍ତରଳ ଭାବେ ରାଜନୈତିକ କାର୍ଯ୍ୟକ୍ରମର କିଛି ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅଢେଇ ଶହ ମିଟର ରାସ୍ତାକୁ ୭ଥର ବିଲ୍। ଗତ ୫ ବର୍ଷ ଭିତରେ ବିଭିନ୍ନ ଯୋଜନାର ଟଙ୍କାକୁ ଯୋଜନାବଦ୍ଧ ଭାବେ ଆତ୍ମସାତ୍ କରାଯାଇଛି।