Advertisment

ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ, ଶିଖିବେ ରାଜନୀତିର ଖଡ଼ିପାଠ

ବାପାଙ୍କ ବାଟରେ ଝିଅ। ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଚର୍ଚ୍ଚାରେ ଏ ତିନି ନେତା କନ୍ୟା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Politician Daughter

ବାପାଙ୍କ ବାଟରେ ଝିଅ। ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଚର୍ଚ୍ଚାରେ ଏ ତିନି ନେତା କନ୍ୟା। କାରଣ ବାପାଙ୍କ ରାଜନୈତିକ କ୍ଷେତରେ ଏଥର ଏ ତିନିହେଁ କୁଆଡ଼େ ଚଷିବାକୁ ଯାଉଛନ୍ତି ରାଜନୀତିର ଚାଷ। ଶୁଭଶ୍ରୀ ମିଶ୍ର। ବରିଷ୍ଠ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉତ୍ତରାଧିକାରୀ ଭାବେ ଏବେ ଝିଅ ଶୁଭଶ୍ରୀଙ୍କୁ ନେଇ ସମ୍ବଲପୁର ସାରା ଢେର୍ କଳ୍ପନାଜଳ୍ପନା। କାରଣ ବିଗତ କିଛି ମାସ ହେଲା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ହେଉ କି ସାମାଜିକ କାର୍ଯ୍ୟକ୍ରମ ସବୁଠି ଦେଖିବାକୁ ମିଳୁଛି, ବ୍ୟାଙ୍କ ଚାକିରି ଛାଡ଼ି ଏବେ ସମ୍ବଲପୁରରେ ରହୁଥିବା ଏମବିଏ ପଢୁଆ ଜୟନନ୍ଦିନୀଙ୍କୁ। ଏପରିକି ଗତକାଲି ଟାଟା ପାୱାର ଅଫିସ୍ ଘେରାଉ ସମୟରେ ବି ଉପସ୍ଥିତ ଥିଲେ ଶୁଭଶ୍ରୀ। ତେଣୁ ଏସବୁ ସମ୍ବଲପୁରରେ ଶୁଭଶ୍ରୀଙ୍କ ରାଜନୀତି ପ୍ରବେଶର ପୂର୍ବାଭ୍ୟାସକୁ ଇଙ୍ଗିତ କରୁଥିଲା ବେଳେ ଶୁଭଶ୍ରୀ କିନ୍ତୁ କହିଛନ୍ତି ନିର୍ବାଚନ ଲଢ଼ିବା ନ ଲଢ଼ିବା ଦଳ ଓ ବାପାଙ୍କ ଇଚ୍ଛା ଉପରେ ନିର୍ଭର କରେ।

Advertisment

ଏପଟେ କେନ୍ଦ୍ରାପଡ଼ା ଆଳି ବିଧାନସଭା କ୍ଷେତ୍ରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଡାକ୍ତର ଝିଅ ଦେବସ୍ମିତା ଏଥର ମୈଦାନକୁ ଓହ୍ଲାଇବାକୁ ଆରମ୍ଭ କରି ଦେଇଛନ୍ତି ଜୋରଦାର୍ କସରତ୍। ଶାରୀରିକ ଅସୁସ୍ଥତା ପାଇଁ ବାପା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିବାରୁ ଝିଅ ଡାକ୍ତର ଚାକିରି ଛାଡ଼ି ରାଜନୀତିକୁ ଡେଇଁଛନ୍ତି। ଦଳୀୟ କାର୍ଯ୍ୟକ୍ରମ ସହ ଗାଁ ଗାଁ ବୁଲି ସଂଗଠନ ସଜଡ଼ା କାମରେ ଲାଗିବା ସହ ବିଧାୟକ ପ୍ରାର୍ଥୀ ହେବାକୁ ଟିକେଟ୍ ପାଇଁ ବି ଆବେଦନ କରିଛନ୍ତି। ବାପା ଦେବେନ୍ଦ୍ର ବି କହିଛନ୍ତି ଝିଅର ପ୍ରାର୍ଥିତ୍ୱ ପ୍ରତି ଜନ ସମର୍ଥନ ବଢୁଛି।

ସେମିତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାଜନୀତିରେ ଡାକ୍ତର ଲିପିକା ମାଝୀଙ୍କ ଆବିର୍ଭାବକୁ ନେଇ ବି ସରଗରମ ରାଜନୀତି। ଏମିତି ତ ଡାକ୍ତରୀ ପେଷା ଛାଡ଼ି ଲିପିକା ରାଜନୀତିରେ ପାଦ ଥାପି ପାପଡ଼ାହାଣ୍ଡି ଜିଲ୍ଲାପରିଷଦ ଜୋନ୍-୨ରୁ ସଦସ୍ୟା ବନି ସାରିଛନ୍ତି। ହେଲେ ବାପା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଭୂଜବଳ ମାଝୀ ଏବେ ଝିଅ ଲିପିକାଙ୍କୁ ଡାବୁଗାଁ ବିଧାନସଭା ସିଟରୁ ଲଢାଇ ନିଜେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି। ଲିପିକା ବି କଂଗ୍ରେସ ଟିକେଟ୍ ପାଇଁ ଉଭୟ ଅନଲାଇନ୍ ଓ ଅଫଲାଇନରେ ଆବେନଦ କରିବା ସହ ସଂଗଠନ କାମରେ ଲାଗି ପଡ଼ିଛନ୍ତି।

Advertisment

ବିଜେପି ହେଉ କି କଂଗ୍ରେସ। ଏଯାଏଁ କେହିବି ପ୍ରାର୍ଥୀ ଘୋଷଣା କରି ନ ଥିଲା ବେଳେ ଏ ତିନି ନେତାକନ୍ୟାଙ୍କୁ ନେଇ ହେଉଥିବା ଚର୍ଚ୍ଚା, ଆଲୋଚନା କେତେ ସତ ହେଉଛି ଏବେ ତା ଉପରେ ନଜର।

BJP Congress Jayanarayan Mishra 2024 General Election
Advertisment
Advertisment