ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କୁଏତ ସରକାରଙ୍କ ସହ ସଫଳତାର ସହ ଆଲୋଚନା ଶେଷ କରିଛି ସର୍ବଦଳୀୟ ଟିମ୍ । ଆତଙ୍କବାଦକୁ ଘୋର ବିରୋଧ କରୁଥିବା ଭାରତକୁ ସମର୍ଥନ ଜଣାଇଛି କୁଏତ । ଭାରତକୁ କ୍ଷତି ହେଲେ ପ୍ରତିଶୋଧ ନେବୁ ବୋଲି କହିଛନ୍ତି ବୈଜୟନ୍ତ ।
ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ବିଦେଶ ଗସ୍ତ କରୁଛି ସର୍ବଦଳୀୟ ଟିମ୍ । ଆଜି ଆଉ ୪ ସଂସଦୀୟ ପ୍ରତିନିଧି ଦଳ ବିଦେଶ ଗସ୍ତ କରିଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଆଜିଠୁ ଗସ୍ତ ଆରମ୍ଭ କରିଛନ୍ତି ।
ପାକିସ୍ତାନର ଆତଙ୍କୀ ମୁଖା ଖୋଲିବାକୁ ଆଜିଠୁ ବିଭିନ୍ନ ଦେଶକୁ ଗସ୍ତ ଆରମ୍ଭ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଆଜି ୟୁଏଇକୁ ପ୍ରଥମ ପ୍ରତିନିଧି ଦଳ ଗସ୍ତ କରିବ। ଏହାର ନେତୃତ୍ବ ନେବେ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ।
ବିଶ୍ବ_ଆଗରେ_ଖୋଲିବୁ_ପାକ୍_ମୁଖା’ ‘ସୀମା ପାର ଆତଙ୍କବାଦ ପାଇଁ ଆମେ ଶୂନ୍ୟ ସହନଶୀଳତା ଆପଣାଉଛୁ। ଆମର ଏହି ମେସେଜ ସମଗ୍ର ବିଶ୍ବ ନିକଟରେ ପହଞ୍ଚିବା ଦରକାର। କାରଣ ମୁହଁତୋଡ଼ ଜବାବ ପାଇବା ପରେ ବି ପାକିସ୍ତାନ ମିଥ୍ୟା ପ୍ରଚାର ଚଳାଇଛି। ତେଣୁ ବିଦେଶ ଯାଇ ବିଭିନ୍ନ ସଂସ୍ଥା ଆଗରେ ଆମ ଆଭିମୁଖ୍ୟ ରଖିବୁ।’ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏପରି କହିଛନ୍ତି।
ଆତଙ୍କବାଦ ବିରୋଧୀ ଲଢ଼େଇ ନେଇ ସର୍ବଦଳୀୟ ପ୍ରତିନିଧି ଦଳ ଗଠନ । ପ୍ରତ୍ୟେକ ଟିମ୍ର ନେତୃତ୍ୱ ନେବେ ୭ ଜଣ ପ୍ରମୁଖ ନେତା । ବିଜେପିରୁ ବୈଜୟନ୍ତ ପଣ୍ଡା, ରବିଶଙ୍କର ପ୍ରସାଦ ଏବଂ କଂଗ୍ରେସରୁ ଶଶି ଥରୁର ନେବେ ନେତୃତ୍ୱ ।
ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ପରିଦର୍ଶନ କରିବା ସହ ଲଢୁଆ ହେଲିକପ୍ଟରରେ ଉଡାଣ ଭରିଛନ୍ତି ପବ୍ଲିକ ଅଣ୍ଡରଟେକିଙ୍ଗସ କମିଟି ଚେୟାରମ୍ୟାନ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ସ୍ୱଦେଶୀ ହେଲିକପ୍ଟର ଉଡ଼ାଇଲେ ବୈଜୟନ୍ତ । ସାଂସଦ ତଥା ପିଏସୟୁ କମିଟି ଚେୟାରମ୍ୟାନ ଭାବରେ ସେ ହାଲ୍ ଭିଜିଟ୍ କରି ସ୍ୱଦେଶୀ ହେଲିକପ୍ଟର ଉଡ଼ାଇଛନ୍ତି ।
ପହଲଗାମ୍ ନରସଂହାରରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୃତକଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅକୁ ଭେଟି ସାନ୍ତ୍ୱନା ଜଣାଇଲେ ।
ରାଜ୍ୟର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ । ୭୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠ ବ୍ୟକ୍ତି ବୟୋ ବନ୍ଦନା ଯୋଜନାରେ ଏଥିରେ ସାମିଲ ହେବେ । ଦେଶର ବିଭିନ୍ନ ସ୍ଥାନରେ ୨୯ ହଜାର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଏହି ସୁବିଧା ମିଳିବ ।
ତିନି ତିନି ଥର ହୋଇଥିଲେ ରାଜ୍ୟ ବିଜେପି ସଭାପତି । ତତ୍କାଳୀନ ବାଜପେୟୀ ସରକାରରେ ଥିଲେ ଟାଣୁଆ ମନ୍ତ୍ରୀ । ବୃତ୍ତି ଥିଲା ଡାକ୍ତରୀ, ହେଲେ ପାଲଟି ଯାଇଥିଲେ ଜଣେ ପୋଖତ ରାଜନେତା ।
ଭାରତ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି। ଆଗାମୀ ଦିନରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ବିଶ୍ବ ବ୍ୟାଙ୍କର ଆକଳନ ଅନୁଯାୟୀ ସମଗ୍ର ବିଶ୍ବରେ ବର୍ତ୍ତମାନ ଭାରତର ଜିଡିପି ସବୁଠାରୁ ଅଧିକ ରହିଛି। ନିକଟରେ ଭାରତ ବିଶ୍ବର ବୃହତ ଅର୍ଥନୀତି ତାଲିକାରେ ଇଂଲଣ୍ଡକୁ ଅତିକ୍ରମ କରିଥିଲା।
ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଉତ୍ତମ ମହାନ୍ତି ଆଉ ନାହାନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ରାଜନେତା ଓ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଦିଲ୍ଲୀରେ ବିଜେପି ପାଇଁ ରେଖା ରଚିଲେ ନୂଆ ଇତିହାସ । ୨୭ ବର୍ଷ ପରେ କମଳ ଖେଳିଲା, ବିଜେପି ହାତକୁ ଶାସନ ଫେରିଲା । ଐତିହାସିକ ରାମଲୀଳା ମୈଦାନ... ବିକଶିତ ଦିଲ୍ଲୀ ଶପଥ ସମାରୋହ ନାଁରେ ଭବ୍ୟ ଉତ୍ସବ
ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଅଘଟଣରେ ଗଭୀର ଶୋକପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୃତକଙ୍କ ପରିବାର ପ୍ରତି ଜଣାଇଲେ ସମବେଦନା ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ହିସାବରେ ଲୋକଙ୍କ ପାଖକୁ ଯିବା ସମୟରେ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶକୁ ଆମେ ଅନୁଭବ କରିଥିଲୁ ।
ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଏଥିରେ ଉପସ୍ଥିତ ରହିବେ ।
ହୋଲି, ଦୀପାବଳିରେ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ।
ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏନେଇ ଆଲୋଚନା ହେଉଥିବା ସୂଚନା ମିଳିଛି ।
RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ତେବେ ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି।
କୈଳାଶ ଗେହଲଟ୍ କହିଛନ୍ତି ଯେ, ଇଡି କିମ୍ବା ସିବିଆଇର ଚାପରେ ମୁଁ ଆମ୍ ଆଦମୀ ପାର୍ଟି ଛାଡ଼ି ନାହିଁ । ମୁଁ ବୃତ୍ତିରେ ଜଣେ ଓକିଲ । ମୁଁ ଓକିଲାତି ଛାଡ଼ି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲି । ଏବେ କିନ୍ତୁ ଆପରେ ନାହିଁ ସେ ଆଦର୍ଶ
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ । ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଯୋଗଦେଲେ ।
କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କନସଲଟେଟିଭ୍ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
କେନ୍ଦ୍ରାପଡା ରାଜନଗର ଅଞ୍ଚଳ ଗସ୍ତରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଓଡ଼ିଶାରେ ବିଜେପିର ସଭ୍ୟ ସଂଗ୍ରହ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୂଚନା । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ‘ଏକ୍ସ’ରେ ସୂଚନାକୁ ନେଇ ରିଟ୍ବିଟ୍ ।