• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ । ହେଲିକପ୍ଟର ଯୋଗେ କେନ୍ଦ୍ରପଡ଼ାର ଚାନ୍ଦୋଳରେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ନେତା, କର୍ମୀ ଓ ଶହ ଶହ ପ୍ରଶଂସକ । ଘଣ୍ଟ ଘଣ୍ଟା ହୁଳହୁଳି ସାଙ୍ଗକୁ ପାରମ୍ପାରିକ ବାଦ୍ୟ ଯନ୍ତ୍ରର ଧ୍ୱନିରେ ବୈଜୟନ୍ତଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପରେ ବୈଜୟନ୍ତଙ୍କୁ ଚାନ୍ଦୋଳରୁ ଦୁହୁରିଆ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି କରି ପାଛୋଟି ନେଇଥିଲେ ପ୍ରଶଂସକ । ସେଠାରୁ ବଳଦେବଜୀଉ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ବୈଜୟନ୍ତ । କେନ୍ଦ୍ରାପଡ଼ା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଏହା ହେଉଛି ବୈଜୟନ୍ତ ପଣ୍ଡାଙ୍କ ପ୍ରଥମ ଗସ୍ତ ।