ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେବି କିଛି ରାଜ୍ୟରେ ଆକ୍ଟିଭ୍ କେସ୍ ଅଧିକ ରହିଛି। ଶ୍ରେଷ୍ଠ ୧୦ଟି ଆକ୍ଟିଭ୍ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।
ଭାରତୀୟ ଖାଦ୍ୟ ବନାଇବା ବେଳେ କେତେ ପ୍ରକାର ମସଲା ବ୍ୟବହାର କରାଯାଇଥାଏ । ଯେଉଁଥି ପାଇଁ ଖାଦ୍ୟର ଭିନ୍ନ ଭିନ୍ନ ସ୍ୱାଦ ଆସି ଥାଏ। ସେଥି ମଧ୍ୟରୁ ଲବଙ୍ଗ ଏକ ଏପରି ମସଲା ଯାହା ସମସ୍ତଙ୍କ ଘରେ ଖାଦ୍ୟ ଠାରୁ ଆରମ୍ଭ କରି ସବୁ ପ୍ରକାରର ଜିନିଷରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।
ଦୀର୍ଘ ୧୮ ବର୍ଷ ଏକାଠି ରହିବା ପରେ ଧନୁଷ ଓ ଐଶ୍ୱର୍ଯ୍ୟା ପରସ୍ପରଠୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପରସ୍ପର ସହମତିରେ ଉଭୟ ଅଲଗା ହେବା ପାଇଁ ସେମାନେ ନିଷ୍ପତ୍ତି ନେଇଥିବା ସୋସିଆଲ ମିଡିଆରେ ଏକ ନୋଟ୍ ଶେଆର କରି ଜଣାଇଥିଲେ।
ମହାଦ୍ୱୀପ ଗୁଡିକଠାରୁ ମଧ୍ୟ ପୁରୁଣା ଏକ ପାହାଡ ରହିଛି ସାଉଥ୍ ଆଫ୍ରିକାରେ । କୁହାଯାଏ ମହାଦ୍ୱୀପ ଗୁଡିକର ଉତ୍ପତ୍ତି ଆମ ବ୍ରହ୍ମାଣ୍ଡର ସର୍ବପୁରାତନ ପ୍ରକ୍ରିୟା । କିନ୍ତୁ ସେ ସମୟଠାରୁ ବି ପୂର୍ବରୁ ଅର୍ଥାତ୍ ଆଜିଠାରୁ କୋଟି କୋଟି ବର୍ଷ ପୂର୍ବରୁ ସାଉଥ୍ ଆଫ୍ରିକାରେ ଏକ ପର୍ବତର ଉତ୍ପତ୍ତି ହୋଇଥିଲା । ଯାହାକୁ କୁହାଯାଏ 'ମାଖୋଞ୍ଜୱା ପର୍ବତ'…ଯାହାର ସୃଷ୍ଟି-ଇତିହାସ ବେଶ୍ ରୋମାଂଚକର। ଆଉ ଏହା ବିଶ୍ୱ ଐତିହ୍ୟ ଶ୍ରେଣୀରେ ମଧ୍ୟ ସାମିଲ ହୋଇସାରିଛି ।
କିଛି ଲୋକ ଟିକା ନେବାକୁ ଭୟ କରୁଥିବା ଦେଖିବାକୁ ମିଳିଛି। ଟିକା ନନେବା ପାଇଁ କିଏ ଦୌଡ଼ି ପଳାଉଛନ୍ତି ତ ଆଉ କିଏ ଗଛ ଉପରେ ଚଢ଼ି ଯାଉଛନ୍ତି। ଏପରି କିଛି ଦୃଶ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି।
ଯଦି BCCI କମିଟି ସୁପାରିଶକୁ ଗ୍ରହଣ କରେ ତେବେ ବାରବାଟୀରେ ଏହି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗତକାଲି ବିସିସିଆଇର ଟୁରସ୍, ଫିକ୍ସଚର୍ସ ଏବଂ ଟେକ୍ନିକାଲ କମିଟିର ଏକ ବୈଠକ ବସିଥିଲା ।
ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଥିଲା ବୁଲିବାଇ (‘Bulli Bai’ )ଆପ୍ । କିଛି ଅସାମାଜିକ ବ୍ୟକ୍ତି ବୁଲି ବାଇ ଆପରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଉଥିଲେ । ମାନସିକ ବିକୃତିକୁ ଅନଲାଇନ୍ ପ୍ଲାଟଫର୍ମରେ ଜାହିର କରୁଥିବାରୁ ବିବାଦ ଉପୁଜିଥିଲା ।
ବୁଧବାର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଅରୁଣାଚଳ ପ୍ରଦେଶର ଦୁଇଜଣଙ୍କୁ ବଳପୂର୍ବକ ଅପହରଣ କରାଯାଇଥିଲା ।
ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ। ଧକ୍କା ହୋଇଥାନ୍ତା ୨ଟି ଉଡ଼ନ୍ତା ବିମାନ। ଆଉ ନିମିଷକେ ମଧ୍ୟରେ ଚାଲି ଯାଇଥାନ୍ତା ୪୦୦ରୁ ଅଧିକ ଜୀବନ।
ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୫୦୧କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୩,୦୩୬ ଆକ୍ରାନ୍ତ ଚିହ୍ନଟ ।
ଜ୍ୟୋତିଷ ବାଣୀ-ଯଦି ଚାକିରି କରିବା ପାଇଁ ଯୋଗ୍ୟତା ଥାଇବି ଚାକିରି ପାଇବାରେ ବିଫଳ । ତେବେ ଶନିଙ୍କ ଖରାପ ପ୍ରଭାବ ଯୋଗୁଁ ଏହିପରି ହୋଇଥାଏ । ତେଣୁ ଏହି ପ୍ରତିକାର କରନ୍ତୁ । ୧- କାଉକୁ ଖାଦ୍ୟ ଦିଅନ୍ତୁ । ୨- ଓସ୍ତ ଗଛ ମୂଳରେ ରାଶିତେଲର ଦୀପଟିଏ ଜଳାନ୍ତୁ । ୩ - ଶନିଙ୍କର ସ୍ତୋତ୍ର ପାଠ କରନ୍ତୁ ।
ମାର୍କେଟ୍ ଅନୁମତି ପାଇଁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଥିବା ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୩ ତାରିଖରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡକୁ କରୋନା ଟିକା ଭାବେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।
ଗତ ୭ ତାରିଖରେ ୨ଟି ଇଣ୍ଡିଗୋ ବିମାନ ବେଙ୍ଗଳୁରୁରୁ ଉଡ଼ାଣ ଆରମ୍ଭ କରିବା ପରେ ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯିବା ଘଟଣାରେ ସାମ୍ନାକୁ ଆସିଲା ପ୍ରକୃତ କାରଣ ।
ଆମେରିକାରେ ଫାଇଭ୍ ଜି ସେବା ପ୍ରଚଳନ ହେଉଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ବିମାନ ଚଳାଚଳ କାଣ୍ଟଛାଣ୍ଟ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାୟାଇଛି । ତେବେ ବିମାନ ଚଳାଚଳ ପୁଣି କେବେ ସ୍ୱାଭାବିକ ହେବ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
ସୁଇସ୍ ବ୍ୟାଙ୍କ ୟୁବିଏସ୍ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିବା ବେଳେ ତାଙ୍କ ଆବେଦନ କିନ୍ତୁ ଅଗ୍ରାହ୍ୟ ହୋଇଯାଇଛି।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଥମରେ ଅଛି।
ସର୍ଜରୀ ପରେ ନୂଆ ଜୀବନ ଫେରି ପାଇଲେ ମହିଳା। Thyroid ସର୍ଜରୀ ପରେ ମହିଳା ଜଣକ କହିବା ଶକ୍ତି ହରାଇ ଥିଲେ। ନା କଥା କହିପାରୁଥିଲେ, ନା ଠିକ୍ ଭାବେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିଲେ।
ଟେଷ୍ଟ ସିରିଜରେ ୧-୨ରେ ପରାସ୍ତ ହେବା ପରେ ଟିମ ଇଣ୍ଡିଆ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି । ସେପଟେ ଦକ୍ଷିଣ ଆଫ୍ରିକା ଟେଣ୍ଡା ବାବୁମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇଛି । ଟେଷ୍ଟ ସିରିଜରେ ବିଜୟ ପରେ ଦୃଢ ମନୋବଳ ଥିବା ଦକ୍ଷଣ ଆଫ୍ରିକା ଦଳ ଘରୋଇ ମାଟିରେ ଭଲ ପ୍ରଦର୍ଶନ କରିବା ଲାଗି ଆଶା ରଖିଛି ।
ଯାଦବ ପରିବାରର ଜଣେ ସଦସ୍ୟଙ୍କୁ ଦଳରେ ମିଶାଇ ବିଜେପି ସମାଜବାଦୀ ପାର୍ଟିକୁ ଏକ ଝଟକା ଦେଇଛି । ଏହି ଘଟଣା ଉତ୍ତରପ୍ରଦେଶ ରାଜନୀତି ଉପରେ ଢେର୍ ପ୍ରଭାବ ପକାଇଛି ।
ବେସ୍ ଜୋରସୋର୍ରେ ଚାଲିଛି ଭାରତୀୟ ଯବାନଙ୍କ ଦିଲ୍ଲୀ ରାଜପଥରେ ରିହର୍ସଲ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ତେବେ ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍ର ବିନାଶ ଫର୍ମେସନ୍ ।
ଖୋଦ୍ ଅରବିନ୍ଦ କେଜ୍ରିୱାଲ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି କେଜରିୱାଲ । ଏବେ ଗୋଆରେ ଆମିତଙ୍କ ନେତୃତ୍ୱରେ ଆପ୍ ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରସ୍ତୁତ ।
ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଆଉ ମାତ୍ର କିଛି ସପ୍ତାହ ଥିବାବେଳେ ଏହା ପୂର୍ବରୁ ସମାଜବାଦୀ ପାର୍ଟିକୁ ଶକ୍ତ ଝଟ୍କା ଲାଗିଛି। ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି।
ସୁନ୍ଦରଗଡ଼- ୧୨୧୯, କଟକ- ୮୯୮, ଷ୍ଟେଟ୍ପୁଲ୍- ୮୭୭, ସମ୍ବଲପୁର- ୩୯୦, ବାଲେଶ୍ୱର- ୩୦୫, ଯାଜପୁର- ୨୩୧, ରାୟଗଡ଼ା- ୨୨୯, ବଲାଙ୍ଗିର- ୨୨୯, ଝାରସୁଗୁଡ଼ା- ୨୧୯, ନୟାଗଡ- ୨୦୬, ଅନୁଗୁଳ- ୧୮୫, ମୟୂରଭଞ୍ଜ- ୧୭୪, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି ।
ଏଥର କୌଣସି ମନ୍ତ୍ରୀ କି ନେତା ସାଧାରଣତନ୍ତ୍ର ଦିବସରେ ନିଜର ଆତ୍ମ ପ୍ରଚାର କିମ୍ବା ସରକାରୀ ସଫଳତା ବଖାଣିପାରିବେନି ।
ICMR ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଟେଷ୍ଟିଂ ବହୁ ପରିମାଣରେ ହ୍ରାସ ପାଇଛି । ଏହା ଫଳରେ ଦୈନିକ ସଂକ୍ରମଣ ମଧ୍ୟ ତଳମୁହାଁ ହୋଇଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟମାନଙ୍କୁ ପରମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା ।