/odishatv-khabar/media/post_attachments/uploadimage/library/16_9/16_9_0/_______1642583725.jpg)
After Surgery Woman Speak Properly
ନା କଥା କହିପାରୁଥିଲେ, ନା ଠିକ୍ ଭାବେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିଲେ। ଶେଷରେ ସର୍ଜରୀ ପରେ ନୂଆ ଜୀବନ ଫେରି ପାଇଲେ ମହିଳା। ଦିଲ୍ଲୀରେ ଡାକ୍ତରମାନେ ସର୍ଜରୀ କରି ଏଭଳି କମାଲ ଦେଖାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମିଆଁମାରର ଜଣେ ୫୦ ବର୍ଷୀୟ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଣେ ସମ୍ପର୍କୀୟଙ୍କୁ କିଡ୍ନୀ ଦାନ କରିବା ଲାଗି ସେ ଭାରତ ଆସିଥିଲେ। କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସମ୍ପୃକ୍ତ ମହିଳା ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଯାଞ୍ଚ ପରେ ମହିଳାଙ୍କ ତଣ୍ଟିରୁ Tracheostomy Tube ମିଳିଥିଲା। ଏଥିଯୋଗୁ ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା ବୋଲି ଜଣାପଡ଼ିଥିଲା।
ଡାକ୍ତରଙ୍କ କହିବା ଅନୁସାରେ, କିଛି ବର୍ଷ ପୂର୍ବେ ମିଆଁମାରରେ thyroid ସର୍ଜରୀ ପରେ ଉକ୍ତ ମହିଳା କଥା କହିବା ଶକ୍ତି ହରାଇ ଥିଲେ। ତାଙ୍କ ତଣ୍ଟିରେ ଏକ କୃତ୍ରିମ ଟ୍ୟୁବ୍ ପଶା ଯାଇଥିଲା। ଯାହାକୁ Tracheostomy କୁହାଯାଇଥାଏ। ଏଥିଯୋଗୁ ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା ଓ ସେ କଥା କହିପାରୁ ନଥିଲେ।
ଏସମ୍ପର୍କରେ ଜଣାପଡ଼ିବା ପରେ ଡାକ୍ତରମାନେ ମହିଳା ଓ ତାଙ୍କ ସମ୍ପର୍କୀୟଙ୍କୁ ସର୍ଜରୀ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଫଳରେ ତାଙ୍କ ତଣ୍ଟିରୁ ଏହି ଟ୍ୟୁବ୍କୁ ହଟା ଯାଇପାରିବ। ଏହାପରେ ଜିଆଇ ସର୍ଜରୀ ଓ ଟ୍ରାନ୍ସପ୍ଲାଣ୍ଟେସନ ସିନିଅର Consultent ସର୍ଜନ ଇନ୍ ଜେନେରାଲ ସର୍ଜରୀ ସନ୍ଦୀପ ଗୁଲେରିଆ, Consultent ଇଏନ୍ଟି , ହେଡ୍ ଆଣ୍ଡ୍ ନେକ୍ ରୋବଟିକ୍ ସର୍ଜରୀ ଡାକ୍ତର ନୁର୍ ଉଲ୍ ଦୀନ୍ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ମହିଳାଙ୍କ ସର୍ଜରୀ ହୋଇଥିଲା। ଗତ ନଭେମ୍ବରରେ ଏହି ସର୍ଜରୀ ହୋଇଥିଲା। ସର୍ଜରୀ ପରେ ମହିଳା ଜଣକ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅନୁଭବ କରୁଥିବା ସୂଚନା ମିଳିଛି। ସ୍ୱାଭାବିକ ଭାବେ ସେ କଥାବାର୍ତ୍ତା କରିବା ସହ ଠିକ୍ ଭାବେ ନିଶ୍ୱାସପ୍ରଶ୍ୱାସ ମଧ୍ୟ ନେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)