ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି । ଯେତେବେଳେ ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ କରିବା ପ୍ରସଙ୍ଗରେ କଂଗ୍ରେସ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ଏବଂ ଦେଶର ବିଭିନ୍ନ ଇଡି ଅଫିସ ଆଗରେ ଦଳର ନେତା, କର୍ମୀ ପ୍ରତିବାଦ କରୁଛନ୍ତି ଆଉ ଓଡିଶାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି ଏହି ସମୟରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ସପା ସଭାପତିଙ୍କ ସହିତ ବସି ସାମ୍ବାଦିକ ସମିଳନୀ କରିବା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ସମାଜବାଦୀ ପାର୍ଟିରେ ସାମିଲ ହେବେ କି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ଭୁବନେଶ୍ବରରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରେସମିଟ ପରେ ବଢ଼ିଲା ଚର୍ଚ୍ଚା। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭୁବନେଶ୍ବର ଆସି ଶ୍ରୀକାନ୍ତ ଜେନାଙ୍କ ସହ ମିଶି ପ୍ରେସମିଟ୍ କରିଛନ୍ତି।
ପୂର୍ବରୁ କନୌଜ ସିଟ୍ ପାଇଁ ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରାଯାଇଥିଲା । ଏବେ କିନ୍ତୁ ନିଜେ ସପା ମୁଖ୍ୟ ଅଖିଳେଶ ଯାଦବ ଏହି ସିଟରୁ ନିର୍ବାଚନ ଲଢିବେ ।
ଯଦି ନୀତୀଶ କୁମାର I.N.D.I.Aରେ ରହିଥାନ୍ତେ ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ। ପ୍ରଧାନମନ୍ତ୍ରୀ ପଦ ପାଇଁ ଏଠାରେ ଯେକୌଣସି ବ୍ୟକ୍ତିଙ୍କୁ ବିଚାରକୁ ନିଆଯାଇପାରେ।
ସାରା ଦେଶରେ ଟମାଟୋର ଦର ବୃଦ୍ଧି ନେଇ ବିରୋଧି ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ପଛରେ ପଡ଼ିନାହାନ୍ତି ।
କେସିଆରଙ୍କ ଆହ୍ୱାନରେ ଏକାଠି ହେଲେ ବିଭିନ୍ନ ଦଳର ନେତା
ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି । ନୂଆଦିଲ୍ଲୀ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ମୁଲାୟମ ।
ଚାଲିଗଲେ ମୁଲାୟମ ସିଂ ଯାଦବ । ତାଙ୍କ ଦେହାନ୍ତ ପରେ ପରିବାରରେ ଶୋକର ଛାୟା।
ଅଖିଲେଶଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଥିଲେ ।
ଅଖିଳେଶ ଯାଦବଙ୍କ ଏକ ବୟାନକୁ କାଉଣ୍ଟର କରି ବିଜେପି ନେତା କେଶବ ପ୍ରସାଦ କହିଛନ୍ତି, ‘ସତ୍ତା ହରାଇବା ପରେ ଅଖିଳେଶ ଯାଦବ ହତାଶ ହୋଇପଡ଼ିଛନ୍ତି ।
ଇଦ୍ ଅବସରରେ ଭାବପ୍ରବଣ ହୋଇ ପୁତୁରା ଅଖିଳେଶ ଯାଦବଙ୍କୁ ଟାର୍ଗେଟ କଲେ
ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍ ହାତେଇଛି।
ବାରଣସୀର ଏକ ସ୍ଥାନରୁ ତିନିଟି ଟ୍ରକରେ ଇଭିଏମ୍ ଯାଇଥଲା, ଯାହା ଭିତରୁ ଗୋଟିଏକୁ ସମାଜବାଦୀ ପାର୍ଟି କର୍ମୀମାନେ ପିଛା କରିଥିଲେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେ ଶୁଣୁନଥିବା କହିଛନ୍ତି ଅଖିଳେଶ ।
ଯାଦବ ପରିବାରର ଜଣେ ସଦସ୍ୟଙ୍କୁ ଦଳରେ ମିଶାଇ ବିଜେପି ସମାଜବାଦୀ ପାର୍ଟିକୁ ଏକ ଝଟକା ଦେଇଛି । ଏହି ଘଟଣା ଉତ୍ତରପ୍ରଦେଶ ରାଜନୀତି ଉପରେ ଢେର୍ ପ୍ରଭାବ ପକାଇଛି ।
ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଆଉ ମାତ୍ର କିଛି ସପ୍ତାହ ଥିବାବେଳେ ଏହା ପୂର୍ବରୁ ସମାଜବାଦୀ ପାର୍ଟିକୁ ଶକ୍ତ ଝଟ୍କା ଲାଗିଛି। ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି।
ପୀୟୂଷ ଜୈନଙ୍କ ପରେ ଏବେ ଆୟକର ବିଭାଗ ପଞ୍ଝାରେ ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନ । ଆୟକର ବିଭାଗ ପୁଷ୍ପରାଜଙ୍କ ଘର, କାର୍ଯ୍ୟାଳୟ ସମେତ ୫୦ଟି ସ୍ଥାନରେ ଚଢ଼ାଉ କରିଛି। ଏହାକୁ ସମାଜବାଦୀ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ ‘ଲୋକ ସବୁ ଦେଖୁଛନ୍ତି ଓ ସେମାନେ ଭୋଟ୍ ଦ୍ୱାରା ଏହାର ଉତ୍ତର ଦେବେ’।
ଅଖିଳେଶ ଯାଦବଙ୍କୁ ଅଭିଶାପ ଦେଲେ ସୋନମ କିନ୍ନର । କହିଲେ, ମୁଁ ଶପଥ ନେଉଛି ସରକାରରେ ସବୁଦିନ ରହିବ ବିଜେପି, ହେଲେ ଅଖିଳେଶ ଯାଦବ ଆପଣ ଆଉ କେବେ ବି ନିର୍ବାଚନରେ ହେବେ ନାହିଁ ବିଜୟୀ
ଅଖିଳେଶ ଯାଦବଙ୍କ ବଡ଼ ବୟାନ । କହିଲେ ଲଢ଼ିବିନି ବିଧାନସଭା ନିର୍ବାଚନ । ୟୁପିର ମୁଖ୍ୟ ବିରୋଧୀ ଦଳ ସପାର ମୁଖିଆ ଅଖିଳେଶ ଯାଦବଙ୍କ ଏଭଳି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ୟୁପିର ଲଖିନପୁର ଦୁର୍ଘଟଣାକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି। ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ୟୁପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ଆଜି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ କେମିତି ଚାଲିଛି? ସରକାର କଣ କରୁଛନ୍ତି ଏବଂ ଘଟଣାରେ ମାଷ୍ଟରମାଇଣ୍ଡ କିଏ ତାହାକୁ ନେଇ ଅନେକ କହିଛନ୍ତି
ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ନିଜ ବାସଭବନ ଆଗରେ ଧାରଣା ଦେଇଥିବା ଅଖିଳେଶଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଅଟକ ରଖିଛି।