ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲିଛି।
ଆପଣ ଯଦି ଏମିତି ଭାବରେ ଗ୍ୟାସ୍ ବୁକିଂ କରିବେ ତେବେ ଆପଣ ୫୦ ଟଙ୍କା ଶସ୍ତାରେ ଗ୍ୟାସ୍ ପାଇପାରିବେ...
ମୁମ୍ବାଇ ୨୦ ମହଲା କୋଠାରେ ଅଗ୍ନିକାଣ୍ଡ । ଟାର୍ଡେଓ ଅଞ୍ଚଳରେ ଥିବା କମଲା ବିଲ୍ଡିରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧୫ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୨ ତାରିଖ, ଶନିବାର, ମକର ୯ଦିନ, ମାଘମାସ, କୃଷ୍ଣପକ୍ଷ ଚତୁର୍ଥୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର,କର୍କଟ, ମକର ରାଶିର ଘାତଚନ୍ଦ୍ର, କଣ ରହିଛି ଆଜି ଦିନର ମହତ୍ତ୍ୱ ଜାଣନ୍ତୁ...
ଆଜି ଦେଶରେ ଦିନକରେ ୩ ଲକ୍ଷ ୩୭ ହଜାର ୭୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୭.୨୨ ପ୍ରତିଶତରେ ପହଞ୍ଚିଛି । ଦିନକରେ ୪୮୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ନେ ପ୍ରସୂତି ବିଭାଗରେ ଡାକ୍ତରାଣୀ ଥିଲେ। ଭୃଣ ଚିହ୍ନଟକୁ ବିରୋଧ କରି ଡାକ୍ତର ଚାକିରି ଛାଡ଼ି IPS ହେବାର ସ୍ୱପ୍ନ ଦେଖିଲେ। କଠିନ ପରିଶ୍ରମ କରି ଏବେ IPS ଚାକିରି ବି କଲେ... ପୁରୁଣା ସ୍ମୃତିକୁ ମନେ ପକାଇ କୁହନ୍ତି ଝିଅ ହେଲେ ଲୋକଙ୍କ ମନ ଦୁଃଖ ଆଉ ପୁଅ ହେଲେ ଖୁସି, ଏ ଦୃଶ୍ୟ ଦେଖିଲେ ମତେ ଭାରି କଷ୍ଟ ଦିଏ.
କରୋନା କଟକଣା ପାଇଁ ପ୍ରଶାସନ ବାହାଘର ବନ୍ଦ କରିଦେଉଛି? ଆପଣଙ୍କର ଗୁଡ଼ାଏ ଲସ୍ ହେଉଛି। ହେଲେ ଏଥିପାଇଁ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଆପଣଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। କିନ୍ତୁ ଏଥିପାଇଁ ଛୋଟିଆ କାମଟିଏ କରିବାକୁ ପଡ଼ିବ
ପ୍ରଶାସନିକ ଆବଶ୍ୟକ ଓ ଅଫିସରଙ୍କ ସଂଖ୍ୟାକୁ ଦେଖି ରାଜ୍ୟମାନେ ଏହା ନିର୍ଦ୍ଧାରଣ କରିଥାଆନ୍ତି । ତେବେ କେନ୍ଦ୍ରରେ ଦକ୍ଷ ଅଫିସରଙ୍କ ଅଭାବ ଓ ଅଫିସରଙ୍କୁ ଛାଡିବା ଲାଗି ରାଜ୍ୟମାନଙ୍କ ଅନିଚ୍ଛା ପ୍ରରୀପ୍ରେକ୍ଷୀରେ କେନ୍ଦ୍ର ଆଇଏଏସ କ୍ୟାଡର୍ ରୁଲ୍ରେ ପରିବର୍ତ୍ତନ କରିବାକୁ ଯାଉଛି ।
କଂଗ୍ରେସ ସମେତ ଅନ୍ୟ ବିରୋଧୀ, ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରଛନ୍ତି । ଇତିହାସ ବଦଳାଇ ଦେବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ଆଜି ଦେଶରେ ୩ ଲକ୍ଷ ୮୬ ହଜାର ନୂଆ କୋଭିଡ କେସ୍ ଚିହ୍ନଟ ହୋଇଥିବା ବେଳେ କେବଳ ତାମିଲନାଡୁରେ ୨୮,୫୬୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ କହିଛନ୍ତି ଯେ, ଏହି ମାସ ଶେଷ ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ଆଶା କରାଯାଉଛି ।
ବ୍ଲକ ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା । ଭାରତ ବିରୋଧୀ ଖବର ପ୍ରସାରଣ କରୁଥିବାରୁ ବ୍ଲକ କଲେ କେନ୍ଦ୍ର ସରକାର । କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟଙ୍କ ସୂଚନା ।
ମିଜୋରାମର ଚମ୍ପାଇ ନିକଟରେ ଆଜି ଅପରାହ୍ଣରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଭାରତ-ମିଆଁମାର ସୀମାବର୍ତ୍ତୀ ଚମ୍ପାଇର ଦକ୍ଷିଣ-ପୂର୍ବରେ ୫୮ କି.ମି. ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।
ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ଭାରତୀୟ ଅଲରାଉଣ୍ତର ଅକ୍ଷର ପଟେଲ । ଗତକାଲି ଅକ୍ଷର ୨୮ ବର୍ଷରେ ପାଦ ଥାପିଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ଆଉ ଏକ ଖୁସି ଖବର ଦେଇଛନ୍ତି । ନିଜ ପ୍ରେମିକା ମେହାଙ୍କ ସହିତ ନିର୍ବନ୍ଧ କରି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଅକ୍ଷର ।
ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ବିଲୟ ହୋଇଛି। ଗତ ୫୦ ବର୍ଷ ଧରି ଅମର ଯବାନ ଜ୍ୟୋତି ଜଳୁଥିଲା।
ପ୍ରଥମ ମ୍ୟାଚ୍ ଜିତି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ତେଣୁ ଆଜି ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ଘରୋଇ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଛି । ଏହାର କଡ଼ା ଜବାବ ଦେବାକୁ ଟିମ୍ ଇଣ୍ଡିଆ ମଧ୍ୟ ତୟାର ହେଉଛି । ବିରାଟ କୋହଲି କ୍ୟାପ୍ଟେନସିପ୍ ଛାଡ଼ିବା ପରେ କେଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଏହି ସିରିଜ୍ ଖେଳୁଛି ଭାରତ ।
ଆସନ୍ତା ଦୁଇ ଦିନ ପରେ ଅର୍ଥାତ ଜାନୁଆରୀ ୨୩ରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା(DA) ବୃଦ୍ଧି ପରେ ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ HRA(House Rent Allowance) ବୃଦ୍ଧି ହୋଇପାରେ।
ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ବିଶ୍ୱକପ୍ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।
ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର। ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ମିଳିବ ସମାନ ଅଧିକାର। ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ଦିଲ୍ଲୀ ଇଣ୍ଡିଆ ଗେଟ୍ରେ ଆଉ ଦେଖିବାକୁ ମିଳିବନି ଅମର ଯବାନ ଜ୍ୟୋତି। ୫୦ ବର୍ଷ ଧରି ଅନବରତ ଜଳି ଆସୁଥିବା ଦିଲ୍ଲୀର ଏହି ଐତିହାସିକ ଜ୍ୟୋତି ଏଣିକି ଜାତୀୟ ସମର ସ୍ମାରକୀରେ ବିଲୟ ହେବ।
ଶୁଣ୍ଠୀ ଅର୍ଥ ଶୁଖିଲା ଅଦା । ଏହାର ପ୍ରୟୋଗ ପ୍ରାୟ ସମସ୍ତଙ୍କ ଘରେ କରାଯାଇଥାଏ । କଣ ଆପଣ ଜାଣିଛନ୍ତି ଏହାର ପ୍ରୟୋଗ କେବଳ ଗୋଟିଏ ଔଷଧ ଭାବରେ ନୁହେଁ ମସଲା ଭାବରେ ମଧ୍ୟ କରାଯାଇଥାଏ l ଏହାକୁ ସେବନ କରିବା ଦ୍ୱାରା ଆପଣ ଅଧିକାଂଶ ରୋଗରୁ ରକ୍ଷା ପାଇ ପାରିବେ ।
ଏବେ ଚାଲିଛି ବିବାହର ଋତୁ । ତେବେ ଆପଣ ନିଶ୍ଚୟ ସୁନା କିଣିବାକୁ ଚାହୁଁ ଥିବେ । ତେବେ ଜାଣି ନିଅନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୫୦ ଟଙ୍କା ରହିଛି । ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୩୦୦ ଟଙ୍କା କମି ୬୩,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଆପଣ BSFରେ ଚାକିରି କରିବାକୁ ଚାହଁଉଛନ୍ତି କି ? ବେକାର ଯୁବକ ଯୁବତୀ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BSF ପକ୍ଷରୁ ୨୭୮୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଏନେଇ ତୁରନ୍ତ କରନ୍ତୁ ଆବେଦନ ।
ପର୍ବପର୍ବାଣୀ ହେଉ କି କୈଣସୀ ବାହାଘର ଫଙ୍କସନ୍, ଏଭଳି ନିଆରା ଅବସରରେ କେବଳ ଟ୍ରାଡିସନାଲ୍ ଆଉଟ୍ଫିଟ୍ ପିନ୍ଧି ଦେଲେ ହେବନାହିଁ । ବରଂ ପର୍ଫେକ୍ଟ୍ ଲୁକ୍ ପାଇଁ ଆପଣଙ୍କ ପାଇଁ ମେକଅପ୍ ମଧ୍ୟ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ପାରମ୍ପରିକ ପୋଷାକରେ କିଭଳି ମେକ୍ଅପ୍ ନେବା ଆବଶ୍ୟକ ତାହା ଜଣାଇବୁ।
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେବି କିଛି ରାଜ୍ୟରେ ଆକ୍ଟିଭ୍ କେସ୍ ଅଧିକ ରହିଛି। ଶ୍ରେଷ୍ଠ ୧୦ଟି ଆକ୍ଟିଭ୍ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।