• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲା । ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଗିରଫ କରିଥିବା ସୂଚନା । ଓଡ଼ିଶାରୁ ଜଣକୁ ଗିରଫ ନେଇ ANI ସୂତ୍ରରୁ ସୂଚନା । ପୂର୍ବରୁ ମୁଖ୍ୟ ଅଭିଯୁକ୍ତକୁ ଅାସାମରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଥିଲା ବୁଲି ବାଇ (Bulli Bai App) ଆପ୍ । କିଛି ଅସାମାଜିକ ବ୍ୟକ୍ତି ବୁଲି ବାଇ ଆପରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଉଥିଲେ । ମାନସିକ ବିକୃତିକୁ ଅନଲାଇନ୍‌ ପ୍ଲାଟଫର୍ମରେ ଜାହିର କରୁଥିବାରୁ ବିବାଦ ଉପୁଜିଥିଲା । ଏହି ଆପରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ଟାର୍ଗେଟ କରାଯିବା ସହ ସେମାନଙ୍କ ବିରୋଧରେ ଅଶ୍ଳୀଳ ଓ ଆପତ୍ତିଜନକ ଟିପ୍ପଣୀ ଦେଉଥିଲେ ।

ବୁଲି ବାଇ ଆପରେ କ’ଣ ହୁଏ?

ବୁଲି ବାଇ ଆପ ଖୋଲିବା ମାତ୍ରେ ମୁସଲମାନ ମହିଳାଙ୍କ ଫଟୋ ଦେଖିବାକୁ ମିଳେ । ୟୁଜର ଏହାକୁ ଦିନର ବୁଲି ବାଇ ଭାବରେ ପ୍ରଦର୍ଶନ କରନ୍ତି । ଏହା ପରେ ସେହି ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ସହିତ ଆପରେ ନିଲାମ ଡକାଯାଏ । ଏହା ପରେ ଫଟୋରେ #BulliBai ସହିତ ଦିନସାରା ଟ୍ରେଣ୍ଡ କରାଯାଏ । 

‘ସୁଲ୍ଲି ଡିଲ୍‌’ ଆପ୍ ଭଳି ‘ବୁଲି ବାଇ’ ଆପ୍‌ କାମ କରୁଥିଲା । କିଛି ଦିନ ପୂର୍ବରୁ ‘ସୁଲ୍ଲି ଡିଲ୍’ Githubରେ ଲଞ୍ଚ କରାଯାଇଥିଲା । ଏବେ ‘ବୁଲି ବାଇ’ ଆପ୍‌କୁ ମଧ୍ୟ Githubରେ ଲଞ୍ଚ କରାଯାଇଥିଲା । Github ଏକ ହୋଷ୍ଟିଂ ପ୍ଲାଟଫର୍ମ । ବିଭିନ୍ନ ପ୍ରକାରର ଆପର ସମ୍ମିଶ୍ରଣରେ ଏହି ଆପ୍ ତିଆରି ହୋଇଛି । GitHub ଏକ ଓପନ୍ ସୋର୍ସ ପ୍ଲାଟଫର୍ମ ଅଟେ । ୟୁଜର୍ସଙ୍କୁ ଆପ୍ ସୃଷ୍ଟି ଏବଂ ଉପସ୍ଥାପନ କରିବାକୁ ଅନୁମତି ଦିଏ GitHub । ଏଥିପାଇଁ କେବଳ ଏକ ଇ-ମେଲ୍ ଆଇଡିର ଆବଶ୍ୟକତା ଥାଏ ।

ଜଣେ ମହିଳା ସାମ୍ବାଦିକ ଟ୍ୱିଟ୍‌ର୍‌ରେ ନିଜ ଅଙ୍ଗେ ନିଭା କଥାକୁ ସେୟାର କରିବା କରେ ‘ବୁଲି ବାଇ’ଆପ୍ କଥା ଜଣାପଡ଼ିଥିଲା । ଆପକ୍ ଡେଭଲପ୍ କରିଥିବା ବ୍ୟକ୍ତି ମହିଳା ସାମ୍ବାଦିକଙ୍କ ଫଟୋକୁ ‘ବୁଲି ବାଇ’ ଆପରେ ସେୟାର କରିଥିଲେ ଏବଂ ତାଙ୍କ ସମ୍ପର୍କରେ ଅଶ୍ଳୀଳ ମନ୍ତବ୍ୟ ଲେଖିଥିଲେ । ଏହାକୁ ବିରୋଧ କରି ସାମ୍ବାଦିକା ଜଣକ ଦିଲ୍ଲୀ ପୋଲିସରେ ମାମଲା ରୁଜୁ କରିଥିଲେ ।