/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642091464.jpg)
Covid Hospital
ଦେଶରେ କରୋନା ଟେଷ୍ଟିଂ ହ୍ରାସ ପାଇବା ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ର ସରକାର । ଏହାସହ ଟେଷ୍ଟିଂକୁ ଆହୁରି ତ୍ୱରାନ୍ୱିତ କରିବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।
ICMR ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଟେଷ୍ଟିଂ ବହୁ ପରିମାଣରେ ହ୍ରାସ ପାଇଛି । ଏହା ଫଳରେ ଦୈନିକ ସଂକ୍ରମଣ ମଧ୍ୟ ତଳମୁହାଁ ହୋଇଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟମାନଙ୍କୁ ପରମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା । ଏ ସମ୍ପର୍କରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ସଂକ୍ରମଣକୁ ରୋକିବାକୁ ହେଲେ ଯଥାଶୀଘ୍ର ଟେଷ୍ଟିଂ, ଚିକିତ୍ସା ଓ ଆଇସୋଲେସନ ବ୍ୟବସ୍ଥା ବୃଦ୍ଧି କରିବାକୁ ହେବ । ଅଧିକରୁ ଅଧିକ ଟେଷ୍ଟିଂ କରି ନୂଆ କ୍ଲଷ୍ଟର ଓ ନୂଆ ହଟସ୍ପଟ୍ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
କଣ୍ଟେନମେଣ୍ଟ ଜୋନରେ କଣ୍ଟାକ୍ଟ ଟ୍ରେସିଂ, କ୍ୱାରେଣ୍ଟିନ ଓ ଆଇସୋଲେସନ ବ୍ୟବସ୍ଥା କରାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ ଅଛି । ଏଥି ସହିତ ICMR ପକ୍ଷରୁ ଜାରି ପୂର୍ବ ଗାଇଡଲାଇନ ଅନୁଯାୟୀ ସମସ୍ତ ଲକ୍ଷଣଯୁକ୍ତ ରୋଗୀଙ୍କ ଟେଷ୍ଟିଂ ହେବା ଆବଶ୍ୟକ ବୋଲି ଦୋହାରାଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)