• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୦ ତାରିଖ, ଗୁରୁବାର, ମକର ୭ ଦିନ, ମାଘମାସ, କୃଷ୍ଣପକ୍ଷ ।

ଦ୍ୱିତୀୟାଯୁକ୍ତ ତୃତୀୟା ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି ।
ଆଜି ତୁଳା ଓ କୁମ୍ଭ ରାଶିର ଘାତବାର, କର୍କଟ ଓ ମକର ରାଶି ପୁରୁଷଙ୍କର ଘାତଚନ୍ଦ୍ର ।
ଆଜି ଯୋଗିନୀ ଉତ୍ତର ଦିଗରେ ରହିବେ ଏବଂ ସକାଳ ୮ ଟା ୮ ପରେ ଆଗ୍ନେୟା କୋଣରେ ରହିବେ ।

ପାଣି ପୋଟଳ ଖାଇବା ମନା ।

ଏବେ ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କେମିତି ରହିବ ?

ମେଷ
କାର୍ଯ୍ୟକ୍ଷେତ୍ରରେ ବିବାଦ ଦେଖାଦେଇପାରେ ।
ନିଜର ଭୁଲ କାର୍ଯ୍ୟକୁ ନେଇ ଅନୁତାପ କରିପାରନ୍ତି ।
ବ୍ୟବସାୟରେ ସାମାନ୍ୟ ଲାଭ ହେବ, ପରିବାରରେ ଶାନ୍ତି ରହିବ ।
ପ୍ରତିକାର- ରାମରକ୍ସା ସ୍ତୋତ୍ର ପାଠ କରନ୍ତୁ ।

ବୃଷ

ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ ହେବେ ।
ଜମିବାଡି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ ।
ବନ୍ଧୁ ବାନ୍ଧବଙ୍କ ସହଯୋଗ ପାଇବେ ।
ପ୍ରତିକାର-ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

ମିଥୁନ

ସମସ୍ତ କାର୍ଯ୍ୟରେ ସଫଳତା ଅର୍ଜନ କରିବେ ।
ଗୁପ୍ତ ଶତ୍ରୁ ହଇରାଣ କରି ପାରନ୍ତି । 
ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ ।
ପ୍ରତିକାର-  ଗଂ ଗଣପତୟେ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

କର୍କଟ

ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ।
ନୂତନ କାର୍ଯ୍ୟଭାର ହାତକୁ ନେଇ ସଫଳତା ଅର୍ଜନ କରିବେ ।
ପରିବାରରେ ଶାନ୍ତି ମିଳିବ କିନ୍ତୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ।
ପ୍ରତିକାର- ଧଳା ରଙ୍ଗର ବ୍ୟବହାର କରନ୍ତୁ ।

ସିଂହ

ବ୍ୟବସାୟରେ ସ୍ଥିତି ସାମାନ୍ୟ ରହିବ ।
କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ସହଯୋଗ ପାଇବେ ।
ପରିବାରରେ ଶାନ୍ତି ବଜାୟ ରହିବ ।
ପ୍ରତିକାର- ନାଲି ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

କନ୍ୟା

କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ।
ପୁରୁଣା ବାଦବିବାଦର ଅବସାନ ଘଟିବ ।
ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ ।
ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ ।

ତୁଳା

ପରିଶ୍ରମ ଦ୍ୱାରା ବ୍ୟବସାୟରେ ସଫଳତା ଲାଭ କରିବେ ।
ଶୁଭ ଖବର ପାଇ ମନ ଖୁସି ରହିବ ।
ପରିବାରରେ ସୁଖଶାନ୍ତିରେ ଦିନଟିକୁ ଅତିବାହିତ କରିବେ କିନ୍ତୁ ଆଘାତ ଲାଗିପାରେ ।
ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ।

ବିଛା

ଅର୍ଥ ଜନିତ ସମସ୍ୟା ଦେଇ ଗତି କରିବେ ।
ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ ।
ମହିଳାମାନେ ଧର୍ମ କାର୍ଯ୍ୟରେ ମନ ବଳାଇବେ ।
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ ।

ଧନୁ

ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ
ସହଯୋଗୀ ମାନଙ୍କ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ଆଗକୁ ବଢିବେ ।
ଦୁର୍ଘଟଣା ଘଟିବାର ଭୟ ରହିଛି ସେଥିପାଇଁ ସତର୍କ ରୁହନ୍ତୁ ।
ପ୍ରତିକାର- ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

ମକର

ସମସ୍ତ କ୍ଷେତ୍ରରେ ସଫଳତା ପାଇବେ
ନୂତନ କାର୍ଯ୍ୟଭାର ହାତକୁ ନେବେ, ନୂତନ ଯାନବାହନ କ୍ରୟ କରିବା ପାଇଁ ଯୋଜନା କରିବେ
ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ସତର୍କ ରୁହନ୍ତୁ ।
ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ ଏବଂ ଚନ୍ଦନ ତିଳକ ମଥାରେ ଲଗାନ୍ତୁ ।

କୁମ୍ଭ

କର୍ମକ୍ଷେତ୍ରରେ ସଫଳତା ପାଇବେ । 
ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ।
ଗୁପ୍ତ ଶତୃ ହଇରାଣ ହରକତ କରିପାରନ୍ତି ସତର୍କ ରହନ୍ତୁ ।
ପ୍ରତିକାର- ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ ।

ମୀନ

ଅଚାନକ ବାଣିଜ୍ୟରେ କ୍ଷତି ହୋଇପାରେ । ସେଥିପାଇଁ ସତର୍କ ରହି କାର୍ଯ୍ୟ କରନ୍ତୁ ।
ନିଜ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ ।
ପରିବାରରେ ସୁଖ ଶାନ୍ତି ରହିବ ।
ପ୍ରତିକାର-  କେଶରର ତିଳକ ମଥାରେ ଲଗାନ୍ତୁ ।