• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ । ନିମିଷକେ ଚାଲିଯାଇଥାନ୍ତା ୪୦୦ରୁ ଅଧିକ ଜୀବନ । ଧକ୍କା ହୋଇଥାନ୍ତା ୨ଟି ଉଡ଼ନ୍ତା ବିମାନ । ଗତ ୭ ତାରିଖରେ ୨ଟି ଇଣ୍ଡିଗୋ ବିମାନ ବେଙ୍ଗଳୁରୁରୁ ଉଡ଼ାଣ ଆରମ୍ଭ କରିବା ପରେ ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯିବା ଘଟଣାରେ ସାମ୍ନାକୁ ଆସିଲା ପ୍ରକୃତ କାରଣ ।

DGCA ପ୍ରାଥମିକ ରିପୋର୍ଟ ଅନୁସାରେ, ବେଙ୍ଗଳୁରୁରୁ କୋଲକାତା ଯାଉଥିବା 6E 455 ଏବଂ ବେଙ୍ଗଲୁରୁରୁ ଭୁବନେଶ୍ୱର ଆସୁଥିବା 6E 246 ବିମାନ ଗୋଟିଏ ରନ୍‌ୱେରୁ ଉଡ଼ାଣ ଆରମ୍ଭ କରିବାରୁ ଏଭଳି ସ୍ଥିତି ଉପୁଜିଥିଲା । ସେଦିନ ବେଙ୍ଗଲୁରୁରୁ ଭୁବନେଶ୍ୱର ଆସୁଥିବା ଫ୍ଲାଇଟ୍‌ରେ ୨୩୮ ଯାତ୍ରୀଙ୍କ ସହ ୬ କ୍ରିଉ ମେମ୍ବର ଥିଲେ । ବେଙ୍ଗଲୁରୁ ଏୟାରପୋର୍ଟ ରନେଓ୍ୱ ସିଫ୍ଟ ଇନ୍‌ଚାର୍ଜ ସାଉଥ୍ ରନ୍‌ୱେକୁ ବନ୍ଦ ରଖି କେବଳ ନର୍ଥ ରନ୍‌ୱେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ ।

ହେଲେ ଏନେଇ ସାଉଥ୍ ଟାଓ୍ୱାର୍ କଣ୍ଟ୍ରୋଲରଙ୍କୁ ଜଣାଇ ନଥିଲେ । ଫଳରେ ଉଭୟ ବିମାନକୁ ଗୋଟିଏ ରନ୍‌ୱେରୁ ଉଡ଼ିବାକୁ ଅନୁମତି ଦିଆଯାଇଥିଲା ଏବଂ ମଝି ଆକାଶରେ ସେମାନେ ପରସ୍ପରର ଅତି ନିକଟକୁ ଚାଲିଆସିଥିଲେ । ତେବେ ଠିକ୍ ସମୟରେ ରାଡାର୍ କଣ୍ଟ୍ରୋଲର୍ ଆଲର୍ଟ କାରଣରୁ ଅଳ୍ପକେ ବିମାନ ଦୁଇଟି ଧକ୍କା ହେବାରୁ ବର୍ତ୍ତି ଯାଇଥିଲା । ଏହି ଘଟଣାରେ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ପରିଚାଳନା କରୁଥିବା ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅବହେଳା ମଧ୍ୟ DGCA ନଜରକୁ ଆସିଛି । ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଆଗାମୀ ଦିନରେ ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ DGCA ।