ଯଦି ଆପଣ ନିଜ ଚେହେରାକୁ ସୁଟ୍ କଲା ଭଳି ଚଷମା ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଚଷମାର ଫ୍ରେମ୍ ପସନ୍ଦ କରିବା ପାଇଁ ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ୍ ଦେଉଛୁ । ଏହି ଅନୁସାରେ, ଚଷମା ଫ୍ରେମ୍ ବ୍ୟବହାର କଲେ, ଆପଣଙ୍କୁ ଖୁବ୍ ମାନିବ ଏବଂ ଆପଣ ବି ବେଶ୍ ଷ୍ଟାଇଲିଶ୍ ଦିଶିବେ । କେଉଁ ଫ୍ରେମ୍ର ଚଷମା ଆପଣଙ୍କ ମୁହଁକୁ ଖୁବ୍ ମାନିବ, ଜାଣନ୍ତୁ !
କଣ୍ଟେନମେଣ୍ଟ ଜୋନରେ କଣ୍ଟାକ୍ଟ ଟ୍ରେସିଂ, କ୍ୱାରେଣ୍ଟିନ ଓ ଆଇସୋଲେସନ ବ୍ୟବସ୍ଥା କରାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ ଅଛି।
ଆପଣ CISFରେ ଚାକିରି କରିବାକୁ ଚାହୁଁଛନ୍ତି କି ? ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ରେ ହେଡ୍ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।
ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ମିଳିଥିବା ଖବର ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଦିଲ୍ଲୀ ପୋଲିସକୁ ନଅ ପୃଷ୍ଠାର ଆଲର୍ଟ ମଧ୍ୟ ସେୟାର କରିଛି ।
ମାର୍ଚ୍ଚ 17 ତାରିଖରେ ଯୋଗୀ ଗୋରଖପୁର ଫେରିଆସିଲେ । ପରେ ଅମିତ ଶାହ ଫୋନ୍ କରି କହିଲେ, ତୁରନ୍ତ ଦିଲ୍ଲୀ ଆସ । ସନ୍ଧ୍ୟାରେ ଗୋରଖପୁରରୁ ଦିଲ୍ଲୀକୁ ଫ୍ଲାଇଟ୍ ଓ ଟ୍ରେନର ସୁବିଧା ନଥିଲା । ତା ପରଦିନ ଯୋଗୀଙ୍କୁ ନେବା ପାଇଁ ଦିଲ୍ଲୀରୁ ଚାଟର୍ଡ ବିମାନ ଆସିଲା ।
ପଞ୍ଜାବ ନିର୍ବାଚନ ପାଇଁ ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ପଞ୍ଜାବବାସୀ ଭଗବନ୍ତ ମାନ୍ଙ୍କୁ ବାଛିଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ ।
ଦୁନିଆର ଏଭଳି କିଛି ଭାଗ ରହିଛି, ଯେଉଁଠାରେ ଲୋକମାନେ ୧୦୦ ବର୍ଷ ଓ ତା ଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଂଚିଥାଆନ୍ତି । ଆଉ ସେଭଳି ସ୍ଥାନକୁ କୁହାଯାଏ ବ୍ଲୁ- ଜୋନ୍ । ଏହି ଜୋନରେ ଆସିଥାଏ ବିଶ୍ୱର ୬ଟି ଅଂଚଳ । ବାକି ସହରର ଲୋକମାନଙ୍କ ଅପେକ୍ଷା ଏଠାରେ ଲୋକମାନଙ୍କ ଆୟୁ ଅପେକ୍ଷାକୃତ ଅଧିକ ରହିଥାଏ । ତେବେ ଏଭଳି ସମ୍ଭବ କିପରି ହେଉଛି । କଣ ରହିଛି ରହସ୍ୟ । କଣ ଏହି ବ୍ଲୁ- ଜୋନ୍ । ଏହି ବ୍ଲୁ- ଜୋନରେ କେଉଁ କେଉଁ ଅଂଚଳ ସାମିଲ… ଚାଲନ୍ତୁ ଜାଣିବା
ଟେଷ୍ଟ ସିରିଜରେ ୧-୨ରେ ପରାସ୍ତ ହେବା ପରେ ଟିମ ଇଣ୍ଡିଆ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ଦକ୍ଷିଣ ଆଫ୍ରିକା ଟେଣ୍ଡା ବାବୁମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ । ଟେଷ୍ଟ ସିରିଜରେ ବିଜୟ ପରେ ଦୃଢ ମନୋବଳ ଥିବା ଦକ୍ଷଣ ଆଫ୍ରିକା ଦଳ ଘରୋଇ ମାଟିରେ ଭଲ ପ୍ରଦର୍ଶନ କରିବା ଲାଗି ପ୍ରାକଟିକ୍ସ ଜାରି ରଖିଛି ।
ଦୀର୍ଘ ୧୮ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇ ଅଲଗା ହେବାକୁ ଘୋଷଣା କରିଛନ୍ତି ତାମିଲ ଅଭିନେତା ଧନୁଷ । ସୋସିଆଲ ମିଡିଆରେ ଏସମ୍ପର୍କିତ ଏକ ନୋଟ୍ ସେୟାର କରିଛନ୍ତି ଧନୁଷ । ଯେଉଁଥିରେ ପରସ୍ପର ଠାରୁ ଅଲଗା ହେବା ପାଇଁ ଘୋଷଣା କରିବା ସହ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବାକୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଛନ୍ତି ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୯୧କୁ ବୃଦ୍ଧି ପାଇଛି । କାଲି ଠାରୁ ଆଜି ୮.୩୧% ଅଧତ୍କ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସଂଶୋଧିତ ଗାଇଡଲାଇନ୍ ଅନୁସାରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁନଥିବା ରୋଗୀଙ୍କୁ ସାମାନ୍ୟ ଲକ୍ଷଣଯୁକ୍ତ ରୋଗୀ ଭାବେ ଗଣାହେବ ।
ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ରସାତଳଗାମୀ ହେଉଥିବା ବେଳେ, ଏଥିରୁ ମୁକୁଳିବାକୁ ଇମ୍ରାନ୍ ଖାନ୍ ସରକାର ନୂଆ ଫର୍ମୁଲା ଆପଣାଇଛନ୍ତି । ଅର୍ଥନୀତିକୁ ଟ୍ରାକ୍କୁ ଆଣିବାକୁ ବିଦେଶୀ ଧନୀଙ୍କୁ ସ୍ଥାୟୀ ନିବାସର ଲୋଭ ଦେଖାଇଛନ୍ତି । ବିଶେଷ କରି ଆଫଗାନିସ୍ତାନ ଓ ଚୀନ୍ ନାଗରିକ ଏବଂ ଆମେରିକା ଓ କାନାଡ଼ାରେ ରହୁଥିବା ଶିଖ୍ଙ୍କ ପାଇଁ ଏହି ଯୋଜନା ଲାଗୁ କରାଯାଇଛି ।
ବିସ୍ଫୋରଣରେ ୨ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ମୃତ । ବିସ୍ଫୋରଣରେ ଆଉ ୬ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା । ଏହାସହ ଅନ୍ୟ କ’ଣ ସବୁ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ ।
ଦେଶରେ ଏବେ ତଳମୁହାଁ ହୋଇଛି ଦୈନିକ ସଂକ୍ରମଣ । ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଓମିକ୍ରନ ଅଧିକ ସଂକ୍ରାମକ । କିନ୍ତୁ ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯାଉଛି । ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇପଡୁଥିବାରୁ କ୍ଷତି କରିପାରୁନି ଓମିକ୍ରନ୍ ।
ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନ । ଫେବ୍ରୁଆରୀ ୧୪ରେ ହେବାକୁ ଥିବା ଭୋଟ ପ୍ରକ୍ରିୟା ୨୦କୁ ଘୁଞ୍ଚିଲା । ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଟକଣା ବଢ଼ାଇଛନ୍ତି ନିର୍ବାଚନ କମିଶନ ।
ଖାଲି ଡେଲ୍ଟା ନୁହେଁ ବରଂ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍କୁ ନେଇ ସାରା ଦେଶ ଆତଙ୍କିତ ହୋଇପଡିଛି । ଏମିତିକି ଦେଶରେ ପ୍ରାୟ ସ୍ଥାନରେ ବୁଷ୍ଟର ଡୋଜ ଟିକାକରଣ ମଧ୍ୟ କରାଯାଉଛି। ଏହାରି ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ, କୌଣସି ବ୍ୟକ୍ତିର ଇଚ୍ଛା ବିରୁଦ୍ଧରେ କିମ୍ବା ବାଧ୍ୟତାମୂଳକ ଭାବେ ଟିକା ଦିଆଯିବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯିବ ନାହିଁ ।
ମସାଜ୍ ନେବାକୁ କାହାକୁ ବା ଭଲ ଲାଗେନି । କାରଣ ଏହା ବେଶ୍ ଆରାମଦାୟକ । କିନ୍ତୁ କେବେ ଭାବିଛନ୍ତି ମସାଜ୍ ନେବା ସମୟରେ ଭୟର ଅନୁଭୂତି ବି ମିଳିପାରେ ଆପଣଙ୍କୁ । କିଛି ହୋଇଯିବ ବା ଆଘାତ ଲାଗିବାର ଭୟ । ଅଜବ ଲାଗୁଛି ନା । ଭାବୁଛନ୍ତି ନା ଏହା କିଭଳି ମସାଜ ହୋଇଥିବ ଯେ, ଏହା ନେବା ସମୟରେ ଭୟ ଲାଗିବ । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ମସାଜର ବିଷୟରେ ।
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଏହି ସପ୍ତାହରେ, ଆପଣ ଅତୀତରେ ପାଇ ନଥିବା ସୁଯୋଗଗୁଡିକ ଏହି ସପ୍ତାହରେ ପ୍ରାପ୍ତ ହୋଇପାରିବ । ବୃତ୍ତିଗତ ଭାବରେ, ଏହା ଆପଣଙ୍କ ପାଇଁ ଏକ ଅନୁକୂଳ ସପ୍ତାହ ହେବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...
କ୍ରିପ୍ଟୋକରେନ୍ସି(Cryptocurrency)ରେ ଆଜିକାଲି ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନୂଆ ଟୋକେନ୍ ଗତ ସପ୍ତାହକ ମଧ୍ୟରେ ଭଲ ରିଟର୍ଣ୍ଣ ଦେଇଥିବା ସୂଚନା ମିଳିଛି। ଯାହା ଅବିଶ୍ୱସନୀୟ।
କରୋନାର ଉପରମୁହାଁ ଦୈନିକ ସଂକ୍ରମଣ ଭିତରେ ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଗତକାଲି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୧୮ ହଜାର ୨୮୬ ନୂଆ କେସ୍ ସାମ୍ନାକୁ ଆସିଥିଲା।
ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକ ହୋଇଛି। ପଦ୍ମ ବିଭୂଷଣ ସମ୍ମାନ ଓ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଶୀତରେ ଗାଧୋଇବାକୁ କିଏ ବା ଭଲପାଏ। କେହି କେହି ଦିନ ଦିନ ଧରି ଗାଧୋଉ ନଥିବା ବେଳେ କେତେକ ଖାଲି ପାଣି ଛିଞ୍ଚି ହୋଇପଡନ୍ତି। କିନ୍ତୁ ବ୍ୟକ୍ତି ଶୀତରେ ଆରାମରେ ଗାଧୋଇବା ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି।
ଦୀର୍ଘ ୩ ବର୍ଷ ହେଇଗଲା ପଡିନି ଆଖିର ପଲକ। ଶୋଇବାକୁ ହେଲେ ଆଖି ଉପରେ ପକେଇବାକୁ ହେଉଛି ଟେପ୍। ଭୁଲ ସର୍ଜରୀ ହିଁ କାଳ ହେଲା।