/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642571019.jpg)
Aparna Yadav
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ହେବାକୁ ଆଉ ମାତ୍ର କିଛି ସପ୍ତାହ ଥିବାବେଳେ ଏହା ପୂର୍ବରୁ ସମାଜବାଦୀ ପାର୍ଟିକୁ ଶକ୍ତ ଝଟ୍କା ଲାଗିଛି। ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଭାଇ ଓ ମୁଲାୟମ ସିଂ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ଅପର୍ଣ୍ଣା ବିଜେପିରେ ସାମିଲ ହୋଇଛନ୍ତି।
ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଅପର୍ଣ୍ଣା ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବିଜେପି ୟୁପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଥିବା ଅପର୍ଣ୍ଣା କହିଛନ୍ତି।
ଅପର୍ଣ୍ଣା ସମାଜବାଦୀ ପାର୍ଟି ପରିବାରରୁ ଆସିଥିଲେ ମଧ୍ୟ ନିଜର ବ୍ୟକ୍ତିଗତ ବିଚାରକୁ ସମ୍ମାନ ଜଣାଇ ସେ ବିଜେପିର ସାମିଲ ହୋଇଛନ୍ତି ବୋଲି ଦୋହରାଇଛନ୍ତି। ଗତ କିଛି ଦିନ ଧରି ଅପର୍ଣ୍ଣାଙ୍କୁ ନେଇ ୟୁପି ରାଜନୀତିରେ ଚର୍ଚ୍ଚା ଜୋ ଧରିଥିଲା। ସେ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଆକଳନ କରୁଥିଲେ ରାଜନୀତି ବିଷାରଦ। ଏବେ ଅପର୍ଣ୍ଣାଙ୍କ ବିଜେପିର ଯୋଗଦାନ ପଶ୍ଚିମ ୟୁପି ପାଇଁ ଫାଇଦା ଦେବ ବୋଲି ବିଜେପି ଆଶା ରଖିଛି।
ସୂଚନାଥାଉ କି, ୨୦୧୭ରେ ଅପର୍ଣ୍ଣା ସମାଜବାଦୀ ପାର୍ଟି ଟିକେଟ୍ରୁ ଲକ୍ଷ୍ନୌ କ୍ୟାଣ୍ଟ୍ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କଠୁ ହାରିଥିଲେ। ୨୦୧୭ ବିଧାନସଭା ନିର୍ବାଚନ ପରେ ଅପର୍ଣ୍ଣା ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ସେତେବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କର ୨ଥର ସାକ୍ଷାତ ମଧ୍ୟ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)