/odishatv-khabar/media/post_attachments/uploadimage/library/16_9/16_9_0/Corona_1642420033.jpeg)
Corona
ଦିନକରେ ୧୦ ହଜାର ପାର ନୂଆ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଆଜି ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର । ଦିନକରେ ଚିହ୍ନଟ ହେଲେ ୧୦,୩୬୮ କରୋନା ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ ଚିହ୍ନଟ । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨କୁ ବୃଦ୍ଧି । ସେହିଭଳି ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ।
ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୫୦୧କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୩,୦୩୬ ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡ଼- ୧୫୦୫, କଟକ- ୯୪୦, ବାଲେଶ୍ୱର- ୩୦୪, ଯାଜପୁର- ୨୯୦, ସମ୍ବଲପୁର- ୨୪୭, ରାୟଗଡ଼ା- ୨୦୮, କୋରାପୁଟ- ୨୦୨, ନୂଆପଡ଼ା- ୧୯୬ ଆକ୍ରାନ୍ତ ଚିହ୍ନଟ ।
ସେପଟେ ଦେଶରେ ଦିନକରେ ୪୯୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି । ଏବେ ଆକ୍ଟିଭ୍ କେସ୍ ୧୯,୨୪,୦୫୧ ରହିଥିବା ବେଳେ ସୁସ୍ଥ ହେଲେଣି ୩,୫୮,୦୭,୦୨୯ ଜଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)