Advertisment

5G କରୁଛି ହଇରାଣ: ଆମେରିକାକୁ ଉଡିବନି ଏୟାର ଇଣ୍ତିଆ

ଆମେରିକାରେ ଫାଇଭ୍ ଜି ସେବା ପ୍ରଚଳନ ହେଉଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ବିମାନ ଚଳାଚଳ କାଣ୍ଟଛାଣ୍ଟ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାୟାଇଛି । ତେବେ ବିମାନ ଚଳାଚଳ ପୁଣି କେବେ ସ୍ୱାଭାବିକ ହେବ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

author-image
Otv Khabar Bureau
Air India

Air India

ଆମେରିକା ସହ ବିମାନ ଚଳାଚଳ କାଣ୍ଟଛାଣ୍ଟ କରିଛି ଏୟାର ଇଣ୍ଡିଆ । ଆମେରିକାରେ ଫାଇଭ୍ ଜି ସେବା ପ୍ରଚଳନ ହେଉଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ବିମାନ ଚଳାଚଳ କାଣ୍ଟଛାଣ୍ଟ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାୟାଇଛି । ତେବେ ବିମାନ ଚଳାଚଳ ପୁଣି କେବେ ସ୍ୱାଭାବିକ ହେବ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

Advertisment

ୟୁନାଇଟେଡ୍ ଏୟାରଲାଇନସ ପକ୍ଷରୁ କୁହାଯାଇଛି ଯେ, ଆମେରିକାରେ ୫ଜି ପ୍ରଚଳନର ପ୍ରଭାବ ବିମାନ ସେବା ଉପରେ ସାଂଘାତିକ ଭାବେ ପଡୁଛି । ରନେଓ୍ୱ ଉପରେ ୫ଜି ୱେଭ୍ର ପ୍ରଭାବ ରହୁଥିବାରୁ ବିମାନ ଅବତରଣ ଓ ଉଡ଼ାଣ ଆରମ୍ଭ ପ୍ରଭାବିତ ହେଉଛି । ଅଟୋ ପାଇଲଟ୍, ହେଡ୍ସ ଅପ୍ ଡିସପ୍ଲେ, ଟେରେନ୍ ଓ୍ୱାର୍ଣ୍ଣିଂ, ପିଚ୍ କଣ୍ଟ୍ରୋଲ ସିଷ୍ଟମ ପ୍ରଭାବିତ ହେବାକୁ ଥିବା ଆଶଙ୍କା ରହିଛି ।

ବିଶେଷ କରି ହଷ୍ଟନ, ନ୍ୟୁୟର୍କ, ଲସ୍ ଆଞ୍ଜେଲ୍ସ, ସାନ୍ ଫ୍ରାନ୍ସିସ୍କୋ ଓ ଚିକାଗୋ ବିମାନବନ୍ଦରକୁ ବିମାନ ଚଳାଚଳ ଉପରେ କାଣ୍ଟଛାଣ୍ଟ କରିଛି ଏୟାର ଇଣ୍ଡିଆ । ଏହି କାରଣରୁ ସାରା ବିଶ୍ୱରୁ ଆମେରିକାକୁ ଚାଲୁଥିବା ୧୫ ହଜାର ବିମାନ ଓ ୧.୨୫ ମିଲିଅନ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଏୟାରଲାଇନ୍ସର ସୂଚନା ଅନୁସାରେ, ବିମାନ ଚଳାଚଳ ତାର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ।

Advertisment

କରୋନା ପାଇଁ ଏବେ ବିମାନ ସେବା ସେଭଳି ସ୍ୱାଭାବିକ ହୋଇ ନାହିଁ। ଆମେରିକାରୁ ଭାରତକୁ ଆସିବା ପାଇଁ କେବଳ ଏୟାର ଇଣ୍ଡିଆ ହିଁ ବିମାନ ସେବା ଯୋଗାଉଛି। କିନ୍ତୁ ଏବେ ଆମେରିକାରେ 5G ସେବା ଆରମ୍ଭ ହେବା ପରେ ଆମେରିକାରୁ ଭାରତ ସିଧା ଆସିବା ଯାତ୍ରୀଙ୍କ ପାଇଁ କଷ୍ଟକର ହୋଇପାରେ।

ଉଲ୍ଲେଖ ଯୋଗ୍ୟ ଯେ, ୟୁଏସ୍‌ ଆଧାରିତ ଏୟାରଲାଇନ୍ସ ଗ୍ରୁପ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA)କୁ ଚିଠି ଲେଖି ଚିନ୍ତା ମଧ୍ୟ ପ୍ରକଟ କରିଛନ୍ତି। 5G ଯୋଗୁଁ ଭୟଙ୍କର ବିମାନ ସଙ୍କଟ ଆସିପାରେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ଏହି ୟୁଏସ୍‌ ଆଧାରିତ ଏୟାରଲାଇନ୍ସ ଗ୍ରୁପରେ ୟୁନାଇଟେଡ୍ ଏୟାରଲାଇନ୍ସ, ଆମେରିକାର ଏୟାରଲାଇନ୍ସ, ଡେଲ୍ଟା ଏୟାରଲାଇନ୍ସ ଏବଂ ଫେଡଏକ୍ସ ସାମିଲ ଅଛି।

Air India America 5G Service
Advertisment
Advertisment