/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642664263.jpg)
A boatman and another man refuses to take vaccine
ଦେଶରେ କରୋନାର ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ କରିଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ କିଛି ଲୋକ ଟିକା ନେବାକୁ ଭୟ କରୁଥିବା ଦେଖିବାକୁ ମିଳିଛି। ଟିକା ନନେବା ପାଇଁ କିଏ ଦୌଡ଼ି ପଳାଉଛନ୍ତି ତ ଆଉ କିଏ ଗଛ ଉପରେ ଚଢ଼ି ଯାଉଛନ୍ତି। ଏପରି କିଛି ଦୃଶ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି। ଏପରିକି ଜଣେ ଡଙ୍ଗା ଚାଳକ ଟିକା ନନେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୁକ୍ତିତର୍କ କରୁଥିବା ମଧ୍ୟ ନଜର ଆସିଛି।
ଉତ୍ତରପ୍ରଦେଶ ବଲିଆରେ ଟିକା ଦେବାକୁ ଯାଇଥିବା ସ୍ୱାସ୍ଥ୍ୟକର୍ମୀ ହଟହଟା ହୋଇଥିବା ନଜର ଆସିଛି। ଡଙ୍ଗା ଧରି ଲୋକଙ୍କୁ ନଦୀ ପାର୍ କରୁଥିବା ନାଉରିଆ ଟିକା ନେବାକୁ ଅମଙ୍ଗ ହୋଇଥିଲେ। ଟିକା ନେବା ପାଇଁ ଯେତେ ବୁଝାଇଲେ ବି ଡଙ୍ଗା ଚାଳକ ଜଣକ କିଛି ଶୁଣିନଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଟିକାକରଣ ପାଇଁ ଯାଇଥିବା ଅଧିକାରୀଙ୍କୁ ନାଉରିଆ ଜଣକ ଆକ୍ରମଣ କରିବାକୁ ମଧ୍ୟ ପଛାଇଲେ ନାହିଁ। ଏହାପରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ବୁଝାଶୁଝା କରାଯିବା ପରେ ଶେଷରେ ସେ ଟିକା ନେବାକୁ ରାଜି ହୋଇଥିଲେ।
ବିହାରରେ ବି ପ୍ରାୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବିହାର ରିଓତିରେ ଟିକା ଦେବାକୁ ଯାଇଥିବା ଅଧିକାରୀଙ୍କୁ ଦେଖି ଗଛ ଉପରକୁ ଜଣେ ଯୁବକ ଚଢ଼ି ଯାଇଥିଲେ। ଟିକା ନେବା ପାଇଁ ତାଙ୍କୁ ଯେତେ ବୁଝାଶୁଝା କରାଯାଇଥିଲେ ମଧ୍ୟ ସେ ତଳକୁ ଆସିନଥିଲେ। ଖବରପାଇ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ଯୁବକଙ୍କୁ ଗଛରୁ ତଳକୁ ଓହ୍ଲାଇବାରେ ସଫଳ ହୋଇଥିଲେ। ବୁଝାଶୁଝା ପରେ ଯୁବକ ଜଣକ ଟିକା ନେଇଥିଲେ।
#WATCH | Ballia, Bihar: Atul Dubey, Block Development Officer, Reoti says, "A man climbed a tree as he didn't want to take the vaccine, but agreed to take the jab after he was convinced by our team."
(Source: Viral Video) pic.twitter.com/aI054zh9Y4
— ANI (@ANI) January 20, 2022
#WATCH Boatman refuses to take vaccine, mishandles a health care worker
He was apprehensive initially but was convinced eventually to take vaccine. In another instance,a man climbed tree but took the vaccine eventually: Atul Dubey,Block Dev Officer,Reoti
(Source: Viral video) pic.twitter.com/fVk5BGbP46
— ANI (@ANI) January 20, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)