Advertisment

UP Election 2022: ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କଲା ବିଜେପି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଥମରେ ଅଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Releases Star Campaigner For UP Elction

BJP Releases Star Campaigner For UP Elction

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ( UP Election 2022) ପାଇଁ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ଦଳ ପକ୍ଷରୁ ଘୋଷଣା ହୋଇଥିବା ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଥମରେ ଅଛି। ଏହି ତାଲିକାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଯୋଗୀ ଆଦିତ୍ୟ ନାଥ, ହେମାମାଳିନୀଙ୍କ ନାଁ ରହିଛି।

Advertisment

ଏହି ୩୦ ଜଣ ଷ୍ଟାର କ୍ୟାମ୍ପେନର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର କରିବେ। ୭ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଫେବୃଆରୀ ୧୦ରୁ ନିର୍ବାଚନ ହେବାକୁ ଥିବାବେଳେ ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Advertisment

ନିକଟରେ ବିଜେପି ୟୁପି ବିଧାନସଭା ନିର୍ବାଚନ ପାଇଁ ୧୦୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ସେପଟେ ନିର୍ବାଚନ ହେବାକୁ ଆଉ ମାତ୍ର କିଛି ସପ୍ତାହ ଥିବାବେଳେ ଏହା ପୂର୍ବରୁ ସମାଜବାଦୀ ପାର୍ଟିକୁ ଶକ୍ତ ଝଟ୍‌କା ଲାଗିଛି।

ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଅପର୍ଣ୍ଣା ସମାଜବାଦୀ ପାର୍ଟି ପରିବାରରୁ ଆସିଥିଲେ ମଧ୍ୟ ନିଜର ବ୍ୟକ୍ତିଗତ ବିଚାରକୁ ସମ୍ମାନ ଜଣାଇ ସେ ବିଜେପିର ସାମିଲ ହୋଇଛନ୍ତି ବୋଲି ଦୋହରାଇଛନ୍ତି। 

BJP Uttar Pradesh Election 2022 Uttar Prdesh Assembly Election UP Election 2022
Advertisment
Advertisment