• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟେଷ୍ଟ ପରାଜୟର ବଦଲା ନେବା ଆଶାରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ତିଆ । ଆରମ୍ଭ ହେବାକୁ ଯାଉଛି ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟିକିଆ ଦିନିକିଆ ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ । ବୋନାଲ୍ଡ ପାର୍କ ପାରେଲରେ ଏହି ପ୍ରଥମ ମ୍ୟାଚ ଦିନିକିଆ ଖେଳାଯିଯାଉଛି । ସିରିଜର ପ୍ରଥମ ମ୍ୟାଚରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇଛି ଟିମ ଇଣ୍ଡିଆ । ଦିନିକିଆ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଏହି ମ୍ୟାଚ ଖେଳା ଯିବ । ତେବେ ଟସ୍ ଜିତି ସାଉଥ୍‌ ଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଅଧିନାୟକ ପଦ ଛାଡିବା ପରେ ବିରାଟଙ୍କ ବ୍ୟାଟିଂ ଉପରେ ଫ୍ୟାନ୍ସଙ୍କ ବଡ ନଜର ରହିବ ।

ଟେଷ୍ଟ ସିରିଜରେ ୧-୨ରେ ପରାସ୍ତ ହେବା ପରେ ଟିମ ଇଣ୍ଡିଆ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି । ସେପଟେ ଦକ୍ଷିଣ ଆଫ୍ରିକା ଟେଣ୍ଡା ବାବୁମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇଛି । ଟେଷ୍ଟ ସିରିଜରେ ବିଜୟ ପରେ ଦୃଢ ମନୋବଳ ଥିବା ଦକ୍ଷଣ ଆଫ୍ରିକା ଦଳ ଘରୋଇ ମାଟିରେ ଭଲ ପ୍ରଦର୍ଶନ କରିବା ଲାଗି ଆଶା ରଖିଛି ।

ଭେଙ୍କଟେଶ ଆୟର୍ ଭାରତ ପାଇଁ ନିଜର ODI ଡେବ୍ୟୁ କରିଛନ୍ତି । ଶିଖର ଧାୱନ, ୟୁଜବେନ୍ଦ୍ର ଚହଲ ପୁଣି ଥରେ ଭାରତୀୟ ପ୍ଲେଇଙ୍ଗ ଇଲେଭେନ୍‌ରେ ଫେରିଛନ୍ତି । ଚହଲ ଏବଂ ଆର ଅଶ୍ୱିନ ଦୁହେଁ ନିଜର ସ୍ପିନ୍ ବଲରେ ଯାଦୁ ଦେଖାଇବେ । ସାଉଥ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ପ୍ରଥମଥର ପାଇଁ ODI ରେ ଡେବ୍ୟୁ କରିବେ । ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଟିମ ମେମ୍ବର ଭାବେ ଏହି ମ୍ୟାଚରେ ଖେଳିଥିବାର ଦେଖିବାକୁ ମିଳିବ । ତେଣୁ ଏହି ସିରିଜ ବେସ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି ।