କୋଭିଡ୍ ଟିକା ଦେବାକୁ ବାପାଙ୍କୁ ପିଠିରେ ପକେଇ ବୋହିଲା ପୁଅ। ଦୀର୍ଘ ୧୨ ଘଣ୍ଟା ରାସ୍ତାରେ ଚାଲିଲା। ଏହାର ଏକ ଫଟୋ ଭାଇରାଲ୍ ହେଉଛି।
ଆମେ ଛୋଟ ବେଳୁ ଶୁଣି ଆସିଛୁ ଯେ ବାଦମ ଖାଇବା ଦ୍ୱାରା ବହୁତ କିଛି ଉପକାର ହୋଇଥାଏ । କେବଳ ଶୁଣି ନାହୁଁ ବହି ମଧ୍ୟ ପଢିଛୁ । ଏହାକୁ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ । କେଶ ସହ ସୌନ୍ଦର୍ଯ୍ୟର ଚମକ ବୃଦ୍ଧି ପାଇଥାଏ । କିନ୍ତୁ ଦରକାର ଠାରୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ ।
ଏକ ଜର୍ସି ଗାଈ ଅଜବ ବାଛୁରୀକୁ ଜନ୍ମ ଦେଇଛି। ଏହି ବାଛୁରୀର ତିନୋଟି ଆଖି ଥିବାବେଳେ ଲାଞ୍ଜ ଜଟା ଭଳି ହୋଇଛି। ଲୋକେ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରୁଛନ୍ତି।
ପ୍ରକୃତିର ତାଣ୍ଡବ ଦେଖାଦେଇଛି। ସମୁଦ୍ର ତଳେ ଏକ ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି। ଏହି ବିସ୍ଫୋରଣ ହେତୁ ସମୁଦ୍ରର ତରଙ୍ଗ ଏତେ ଭୟଙ୍କର ହୋଇଛି ଯେ ସୁନାମି ଚେତାବନୀ ଦିଆଯାଇଛି। ୨୦୨୨ର ପ୍ରଥମ ମାସରେ ବିଶ୍ୱ ଏପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି କେହି କଳ୍ପନା କରି ନ ଥିଲେ।
ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ସର୍ବାଧିକ ୩ଶହ ଲୋକ ବା ହଲ୍ କ୍ଷମତାର ୫୦ ପ୍ରତିଶତ ଉପସ୍ଥାନରେ ମିଟିଂ ଆୟୋଜନ କରିହେବ ।
‘ପୋକେମନ୍’ର ଲୋକପ୍ରିୟତା ସମସ୍ତେ ଜାଣନ୍ତି। ତେବେ ଏହାକୁ ଆହୁରି ଦର୍ଶକାଭିମୁଖି କରିବା ନେଇ ଆହୁରି ତିନି ଭାଷାରେ ପ୍ରସ୍ତୁତି କରାଯାଉଛି।
୭ ବର୍ଷ ଧରି ଦଳର ସଫଳତା ପାଇଁ କାର୍ଯ୍ୟ କରିଥିବା ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ପଥ ଯାତ୍ରାରେ ଉତ୍ଥାନ ପତନ ଦେଇ ଗତି କରିଥିବା ମଧ୍ୟ ସେ କହିଛନ୍ତି ।
ବାହାଘର ପ୍ରତ୍ୟେକ ମଣିଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ବିବାହ ଠିକ୍ ହେବା ମାତ୍ରେ ଆରମ୍ଭ ହୋଇଯାଏ ସପିଂ। ଲେହେଙ୍ଗାଠୁ ଆରମ୍ଭ କରି, ଚପଲ, ମେକ ଅପ୍ ଓ ଗହଣାର ସପିଂ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କୋଣସି ସାମଗ୍ରୀର ସପିଂରେ ଯଦି କିଛି ବି ଗଡ଼ବଡ଼ ହୁଏ, ତେବେ ପୂରା ବ୍ରାଇଡାଲ୍ ଲୁକ୍ ବିଗିଡ଼ିଯାଏ। ତେବେ ଆଜି ଆମେ ବାହାଘର ପାଇଁ ଗହଣା ସପିଂ ସମ୍ପର୍କରେ କିଛି ଟିପ୍ସ୍ ଦେବୁ, ଯାହା ଆପଣ ସପିଂ ବେଳେ ସାହାଯ୍ୟ କରିବ ।
ଓମିକ୍ରନ୍ ଭ୍ୟାରିଆଣ୍ଟ ତଥା କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି ।
ଏଣିକି ଜାନୁଆରୀ ୨୪ ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୩ରୁ ଗଣତନ୍ତ୍ର ଦିବସ ପାଳନ କରାଯିବ। ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରୁ ଆରମ୍ଭ ହେବ ଏହି ଚାରିଦିନିଆ ସମାରୋହ ପାଳନ । ନେତାଜୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନ ଜଣାଇ ଗଣତନ୍ତ୍ର ଦିବସ ସମାରୋହରେ ତାଙ୍କ ଜୟନ୍ତୀକୁ ସାମିଲ କରିବା ପାଇଁ ମୋଦି ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ବଲିଉଡ୍ରେ ଭାରତୀୟ ସେନାକୁ ନେଇ ଅନେକ ଫିଲ୍ମ ରହିଛି। ଏହି ଫିଲ୍ମଗୁଡିକୁ ପ୍ରାୟ ଦର୍ଶକ ପସନ୍ଦ କରିଥାନ୍ତି। ତେବେ ଆସନ୍ତୁ ନଜର ପକେଇବା ସେହିଭଳି ୫ଟି ଫିଲ୍ମ ଉପରେ।
ହ୍ରାସ ପାଇଲା ସୁନାର ଦାମ୍, ଭାରତୀୟ ବଜାରରେ ଆଜି ହ୍ରାସ ପାଇଛି ସୁନାର ଦାମ୍। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୯୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କା ରହିଛି । ଦେଶରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ସେହିପରି ଆଜି ରୁପା ମୂଲ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୨୦୦ ଟଙ୍କା ରହିଛି ।
ବିନା କାରଣରେ ଆପଣ ଟ୍ରେନ୍ରେ ଚେନ୍ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ବହୁତ ବଡ଼ ଅପରାଧ ବୋଲି ଧରି ନିଆଯାଇଥାଏ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ୍ରେ ଚେନ୍ ପୁଲିଂ କରାଯାଇଥାଏ।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଲଢ଼ିବେ।
ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି । ପୋଷ୍ଟରେ ଏକ ଫୋଟ ସେୟାର ହୋଇଛି, ଯେଉଁଥିରେ ବିଲେଇ ତାର ମାଲିକର କବରରେ ବସି ତାଙ୍କୁ ଝୁରୁଥିବାର ଦେଖିବାକୁ ମିଳିଛି । ବିଲେଇଟି ପ୍ରାୟ ଦୁଇମାସ ହେବ ଏହିପରି ବସି ରହିଛି ବୋଲି ଜଣାପଡ଼ିଛି ।
ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।
ମାତ୍ର ଗୋଟେ କିସ୍ କରି ପାଇଲେ କୋଟି କୋଟି ଟଙ୍କା । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗିଥାଇପାରେ ହେଲେ ଏହା ସତ । ହଲିଉଡ୍ ସୁନ୍ଦରୀ କାଇଲି ଜେନ ଏ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାଇଲି ହେଉଛନ୍ତି ପ୍ରଥମ ମହିଳା ଯାହାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରାୟ 300 ମିଲିୟନ୍ ଫଲୋର୍ସ ଅଛନ୍ତି ।
ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଏନେଇ କ୍ଲିନିକାଲ ପ୍ରମାଣ ମିଳିଛି।
ଆମ ଦୁନିଆର ସବୁଠାରୁ ସୁନ୍ଦର ଆଉ କ୍ୟୁଟ୍ ସ୍ଥାନ ରହିଛି ଜାପାନରେ । ଜାପାନ ପ୍ରତିଟି କ୍ଷେତ୍ର ବିକାଶ ଆଉ ଆଧୁନିକତାର କଥା ବଖାଣିଥାଏ । ହେଲେ ଏହି ଦେଶରେ ହିଁ ରହିଛି ଅନେକ ବିଚିତ୍ର ସ୍ଥାନ । ଆଉ ସେ ସବୁ ସ୍ଥାନର ରହିଛି ଅନେକ ବିଶେଷତ୍ତ୍ୱ, ଇତିହାସ ଆଉ ରହସ୍ୟ… ସେହିଭଳି ଏକ ସ୍ଥାନ ହେଉଛି, ଜାପାନରେ ଥିବା 'ଫକ୍ସ ଭିଲେଜ' ବା 'କୋକିଶିଆଳ ମାନଙ୍କ ଗାଁ' । ଏଠାରେ ରୁହନ୍ତି ଶହ ଶହ ସଂଖ୍ୟାରେ କୋକିଶିଆଳ ବା ଫକ୍ସ । ଆଉ ଏହି କାରଣରୁ ସ୍ଥାନଟି ବିଶ୍ୱ ପ୍ରସିଦ୍ଧ ହୋଇସାରିଛି । ତେବେ କଣ ଏହି ସ୍ଥାନର ରହସ୍ୟ… ଚାଲନ୍ତୁ ଜାଣିବା ।
ମହଙ୍ଗା ପଡ଼ିଲା ସମାଜବାଦୀ ପାର୍ଟିର ସଭା। ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।
ଉଡ଼ାଣ ଭରିବା ପାଇଁ ଏକାସଙ୍ଗେ ଗୋଟିଏ ରନ୍ୱେରେ ଆସିଗଲା ୨ଟି ବିମାନ। ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥାନ୍ତା, ହେଲେ ଉଚିତ୍ ସମୟରେ ସଠିକ୍ ନିଷ୍ପତ୍ତି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪୧କୁ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଦେଇଛି।
ଦିଆସିଲି ଖୋଳରେ ରହିପାରୁଛି 5.5 ମିଟର ଶାଢ଼ୀ । ତେଲେଙ୍ଗାନାର ଜଣେ ବୁଣାକାର ନଲ୍ଲା ବିଜୟ ଏହି ନିଆରା ଶାଢ଼ୀକୁ ତିଆରି କରିଛନ୍ତି । ତିଆରି କରିବା ପରେ ସେ ଏହି ଶାଢ଼ୀକୁ ତେଲଙ୍ଗାନା ମନ୍ତ୍ରୀ କୋଟି ରାମା ରାଓ, ପି ସବିତା ଇନ୍ଦିରା ରେଡ୍ଡୀ, ଭି ଶ୍ରୀନିବାଶ ଗୌଡ ଓ ଏରାବେଲ୍ଲି ନୟାକର ରାଓଙ୍କ ସାମ୍ନାରେ 5.5ମିଟର ଲମ୍ବା ଶାଢୀ ପ୍ରଦର୍ଶନ କରିଛନ୍ତି ।
ଆପଣଙ୍କ ଶରୀରର ମୁହଁ, ବେକ, ହାତ ଓ ପାଦର ଚମଡା ପରି ଖପୁରି ତ୍ୱଚା ଓ କେଶ ମଧ୍ୟ ସୂର୍ଯ୍ୟକିରଣରୁ ରକ୍ଷାକାରୀ ଉପାୟ ଦରକାର କରିଥାଏ। କେଶକୁ ସୂର୍ଯ୍ୟକିରଣ ବା ଅଲଟ୍ରାଭାଓଲେଟ୍ ରଶ୍ମୀରୁ ରକ୍ଷା କରିପାରିଲେ ହିଁ ସୁସ୍ଥ କେଶ ପାଇଁ କରୁଥିବା ଅନ୍ୟ ଉପାୟ ଓ ଚିକିତ୍ସା ଫଳପ୍ରଦ ହୋଇଥାଏ।
ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ବିଭିନ୍ନ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହାକି ଆପଣଙ୍କ ରୂପି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ ।