ଦେଶରେ ଆକ୍ଟିଭ କେଶ୍ ୧୨ ଲକ୍ଷ ୭୨ ହଜାର ୭୩ ରହିଛି। ଦେଶରେ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ଥିବା ଜଣାପଡ଼ିଛି।
ହରିଦ୍ୱାର ଧର୍ମ ସଂସଦରେ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ହେଟ୍ ସ୍ପିଚ୍ (Haridwar Hate Speech) ଦେବା ଘଟଣାରେ ପୋଲିସ୍ ଗତକାଲି ଜଣଙ୍କୁ ଗିରଫ କରିଛି। ଧର୍ମ ସଂସଦରେ ହେଟ୍ ସ୍ପିଚ୍ ଘଟଣାରେ ପୋଲିସ୍ ୱସିମ୍ ରିଜ୍ଭି ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗିଙ୍କୁ ଗିରଫ କରିଛି।
ଗତବର୍ଷ କୁମ୍ଭମେଳା ଭଳି କରୋନାର ହଟ୍ସ୍ପଟ୍ ପାଲଟିବ କି ଗଙ୍ଗାସାଗର ମେଳା ? କରୋନା ସଂକ୍ରମଣ କାଳରେ ଗତବର୍ଷ କୁମ୍ଭମେଳା ଯେଭଳି ବିପଦ ଆଣିଥିଲା ଗଙ୍ଗାସାଗର ମେଳା ଆଉ ବିପଦ ଆଣିବ ନାହିଁ ତ ?
ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ଗତକାଲି ବିକାନେର-ଗୌହାଟି ଏକ୍ସପ୍ରେସ୍ର ୧୨ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିଲା।
ଉଭୟଙ୍କୁ ସ୍ୱାଗତ କରିବା ଲାଗି ଅଭିନୟ ରେଡ୍ଡୀ ନିଜ ସମର୍ଥକଙ୍କ ସହ ବିମାନ ବନ୍ଦରକୁ ଯାଇଥିଲେ। କିନ୍ତୁ ବିମାନ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଅଟକାଇଥିଲେ।
ସମସ୍ତେ କୁହନ୍ତି ମାସ୍କ ପିନ୍ଧିବା ଦ୍ୱାରା ଓ ସାମାଜିକ ଦୂରତା ବଜାୟ ରଖିଲେ କରୋନା ସଂକ୍ରମଣ ଚେନ୍କୁ କିଛି ମାତ୍ରାରେ ବ୍ରେକ୍ ଦେଇ ହେବ । ହେଲେ ଏବେ ଯେଉଁଭଳି ପରିସ୍ଥିତି ସାମ୍ନାକୁ ଆସିଛି, ସେଥିରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି ।
ସାମାନ୍ୟ ଅସାବଧାନତା ଯୋଗୁଁ ଅକାଳରେ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାଗୁଡ଼ିକରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଥିଲେ ।
ଆମେରିକାର କିଛି ବିଶେଷଜ୍ଞ ଏହା ଗବେଶଣା କରି ଜାଣିବାକୁ ପାଇଛନ୍ତି । ସେ କହିଛନ୍ତି ଗଞ୍ଜେଇରେ କାନାବିନଏଡ୍ ଏସିଡ୍ ରହିଛି । ଯାହାକି କୋଭିଡ-୧୯ ସୃଷ୍ଟି କରୁଥିବା ସାର୍ସ-କୋଭ୍-୨ ଭୂତାଣୁକୁ ମଣିଷର କୋଷରେ ପ୍ରବେଶ କରିବାକୁ ଦିଏନାହିଁ ।
ରଅଲ ଯୋଡ଼ିରୁ ରିଲ୍ ଯୋଡି ବନିବେ ନବ ବିବାହିତା ଭିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ୍ । ଫିଲ୍ମ ‘ଜି ଲେ ଜରା’ ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ । ନିକଟରେ ବିବାହ କରିଥିବା ଏହି କ୍ୟୁଟ୍ କପଲ ଖୁବଶୀଘ୍ର ବଡ଼ ପରଦା ନିଜର ଅଭିନୟର ଯାଦୁ ଦେଖେଇବେ।
ଟିକାକୁ ନେଇ କୌଣସି ଭ୍ରମକୁ ଆମେ ପ୍ରଶ୍ରୟ ଦେବା ନାହିଁ। କରୋନା ବିରୋଧରେ ଲଢ଼େଇ ନେଇ ଆମର ୨ ବର୍ଷର ଅଭିଜ୍ଞତା ଅଛି।
ଏଭଳି ଏକ ସହର ସମ୍ପର୍କରେ କେବେ ଶୁଣିଛନ୍ତି ଯାହାର କୌଣସି ଅସ୍ତିତ୍ୱ ନଥିବ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । ତେବେ ଏଭଳି ଏକ ସହର ଅଛି କାହିଁକି । କେଉଁ ବିଶେଷତ୍ତ୍ୱ କାରଣରୁ ଏହି ସହରର ଗଠିଉଠିଥିଲା । ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ତୁର୍କୀର ଦିୟାରବକର ସହର ମଧ୍ୟ ସେହିଭଳି ଏକ ସହର ଯାହାର କୌଣସି ଅସ୍ତିତ୍ୱ ନାହିଁ ବୋଲି କୁହାଯାଏ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେଲେ ଏହା ତୁର୍କୀର କୁଦସ୍ତାନର ରାଜଧାନୀ । ତେବେ କଣ ହୋଇଥାଇପାରେ ରହସ୍ୟ । ଚାଲନ୍ତୁ ଜାଣିବା ।
ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରେଲ୍ୱେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରେନ୍ଟି କାହିଁକି ଓ କେଉଁ ପରିସ୍ଥିତିରେ ଲାଇନ୍ଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।
ଗତ ସପ୍ତାହ ତୁଳନାରେ ୧୦ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ଶିମଲାରେ ସମ୍ପୂର୍ଣ୍ଣ ଥମି ଯାଇଥିବା କରୋନା ମାମଲା ଏବେ ଦ୍ରୁତଗତିରେ ବୃଦ୍ଧି ପାଇଛି ।
ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୯୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୪୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟରେ ୪୬,୯୫୦ ଟଙ୍କା ଓ ୫୦,୨୧୦ ଟଙ୍କା ରହିଛି।
ନିଜର ସିମ୍ପଲ ଡ୍ରେସକୁ ଦିଅନ୍ତୁ ନୂଆ ଲୁକ୍। ଯଦି କୌଣସି ଡ୍ରେସ୍ ଭଲ ଲାଗୁନି ତାହେଲେ ଆପଣ ଏକ ଷ୍ଟୋଲକୁ ଟାଇଅପ୍ କରି ପିନ୍ଧିଲେ ଏହା ଆପଣଙ୍କ ବୋରିଂ ଡ୍ରେସ୍କୁ ଏକ ନୂଆ ଲୁକ୍ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଷ୍ଟୋଲ୍ ପିନ୍ଧିବାର କିଛି ଷ୍ଟାଇଲସ୍ ଟିପସ୍ ଦେବୁ ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ୁଛନ୍ତି ନେତାମନ୍ତ୍ରୀ ।
ବଲିଉଡ୍ ପାଖରେ ସରିଗଲା କି ସ୍କ୍ରିପ୍ଟ ? ଆଉ ନୂଆ କାହାଣୀ ଭାବିବା, ଲେଖିବା ଓ ଏହାକୁ ନିର୍ଦ୍ଦେଶନା ଦେବାକୁ କେହି ନାହାନ୍ତି କି ? ଏପରି ପ୍ରଶ୍ନ ଆମ ମନରେ ନୁହେଁ ଅନେକଙ୍କ ମନରେ। ବଲିଉଡକୁ ଭଲ ପାଉଥିବା, ବଲିଉଡ୍ ଫିଲ୍ମ ପାଇଁ ଦିୱାନା ଥିବା ମୋ ଭଳି ଅନେକଙ୍କ ପାଖରେ ଏବେ ଏମିତି ପ୍ରଶ୍ନ। କାରଣ ବିଗତ କିଛି ବର୍ଷ ଧରି ବଲିଉଡର ଅବସ୍ଥା, ସିନେମା ନିର୍ମାଣ ଓ ଏହାର ପ୍ରସାର ପ୍ରଚାରକୁ ଦେଖି କିଛି ଏପରି ମନେ ହେଉଛି।
ଚୀନର ଗ୍ରେଟ୍ ୱାଲ୍ ଅଫ୍ ଚାଇନା ସମ୍ପର୍କରେ ପୁରା ଦୁନିଆ ଜାଣିଛି । ଏହାକୁ ସପ୍ତାଶ୍ଚର୍ଯ୍ୟରେ ଗଣାଯାଏ । କିନ୍ତୁ ଚୀନରେ ଆଉ ଏକ ମହାନ କାନ୍ଥ ମଧ୍ୟ ରହିଛି, ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି । ଏହା ଏକ ଐତିହାସିକ କାନ୍ଥ, ଯାହା ଇତିହାସ ବଖାଣିଥାଏ । ଆଉ ଏହି କାନ୍ଥ ରହିଛି ଚୀନର ନାନଜିଙ୍ଗ ସହରରେ । ତେବେ କଣ ଏହି କାନ୍ଥ, ଆଉ କଣ ଏହାର ଇତିହାସ, ଚାଲନ୍ତୁ ଜାଣିବା
ବିଦେଶରୁ ଡାକ୍ତର ଆସି ଚିକିତ୍ସା କଲେ, ହେଲେ ସଂକ୍ରମିତଙ୍କ ଜୀବନ ବଞ୍ଚିଲାନି ।
ବିଭାଜନ ବେଳେ ଅଲଗା ହୋଇଥିଲେ, ୭୪ ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ ।
କରୋନାଙ୍କ ସୁପର ସ୍ପିଡ୍ । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସମସ୍ତ ରାଜ୍ୟରେ ସଂକ୍ରମଣ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କରୋନାର କାୟା। ୭ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
କରୋନା ଭୟରେ ଶିଶୁ ଓ ଗର୍ଭବତୀ ମହିଳା ଓ ଅନେକ ଲୋକଙ୍କୁ ମେଟାଲ ବକ୍ସରେ ବନ୍ଦ କରି ରଖୁଛନ୍ତି ଚୀନ୍ ସରକାର ।
ପରିଣତ ବୟସରେ ଦଶମ ପାସ୍ । ୭୭ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଥିଲେ ।