/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642645941.jpg)
Covaxin -Covishield
ଖୁବ୍ଶୀଘ୍ର ଖୋଲା ବଜାରରେ ମିଳିପାରେ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ । ଏହି ୨ଟି କୋଭିଡ୍ ଭ୍ୟାକ୍ସିନର ଖୋଲା ବଜାରରେ ବିକ୍ରି ଅନୁମତି ପାଇଁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ର ଆବେଦନକୁ ମଞ୍ଜୁର କରିଛି ବିଶେଷଜ୍ଞ କମିଟି । ଏଥିସହ ଚୂଡ଼ାନ୍ତ ଅନୁମୋଦନ ପାଇଁ ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା DCGIକୁ କମିଟି ସୁପାରିଶ ମଧ୍ୟ କରିଛି ।
ତେବେ ମାର୍କେଟ୍ ଅନୁମତି ପାଇଁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଥିବା ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୩ ତାରିଖରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡକୁ କରୋନା ଟିକା ଭାବେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।
ଅନ୍ୟପଟେ ଏଣିକି ଖୁବ୍ ସହଜରେ ହେବ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ । ଏଥିପାଇଁ ରାଜ୍ୟରେ ପହଞ୍ଚିସାରିଛି ଓମିସିଓର କିଟ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଓମିକ୍ରନ ପରୀକ୍ଷା ନେଇ ସେ କହିଛନ୍ତି, ରାଜ୍ୟରେ ଓମିସିୟୋର କିଟ୍ ପହଞ୍ଚି ସାରିଛି । କିଟ୍ ପହଞ୍ଚବା ପରେ ଡ୍ରାଏ ରନ୍ ଚାଲିଛି, ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର ହେବ । ଯେଉଁ ଜିଲ୍ଲାରେ ଅଧତ୍କ ପଜିଟିଭ କେସ୍ ଆସୁଛି, ସେଠାକୁ କିଟ୍ ପଠାଯିବ । ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ।
ରାଜ୍ୟରେ ଏବେ ସୁଦ୍ଧା ୩୦ ହଜାର ଓମିସିୟୋରର କିଟ୍ ପହଞ୍ଚି ସାରିଛି । ପ୍ରାଥମିକ ପର୍ଯ୍ୟାୟରେ ୪ଟି ସହରରେ ଏହାକୁ ବ୍ୟବହାର କରାଯିବ । ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ ବ୍ୟବହାର ହେବ । ଓମିସିୟୋର କିଟ୍ ବ୍ୟବହାର ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)