/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642677388.jpg)
Coronavirus
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେବି କିଛି ରାଜ୍ୟରେ ଆକ୍ଟିଭ୍ କେସ୍ ଅଧିକ ରହିଛି। ଶ୍ରେଷ୍ଠ ୧୦ଟି ଆକ୍ଟିଭ୍ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସ୍ମିଟ୍ରେ ଏହି ସୂଚନା ଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ଟିଭ୍ ସଂକ୍ରମିତ ରହିଛନ୍ତି। ଟପ୍ ୧୦ ଆକ୍ଟିଭ୍ କେସ୍ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜରାଟ, ଓଡ଼ିଶା, ଦିଲ୍ଲୀ ଓ ରାଜସ୍ଥାନ ରହିଛି। ଏନେଇ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।
ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦,୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬,୦୧୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪,୩୫୩ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୭୭,୪୬୨ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦,୮୦,୫୬୨ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ୮୮,୩୪୬ ରହିଛି।
ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କରୋନା ସ୍ଥିତି ଉଦ୍ବେଗଜନକ ରହିଛି। ସ୍ଥିତି ସମୀକ୍ଷା ଲାଗି ଏହିସବୁ ରାଜ୍ୟକୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍କୁ ପଠାଯାଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ରୁ୧୮ ବର୍ଷ ବୟସ ମଧ୍ୟରେ ୫୨% ପିଲାଙ୍କ ଟିକାକରଣ ସରିଲାଣି।
କରୋନାର ତୃତୀୟ ଲହରରେ ଅଧିକ ସଂଖ୍ୟକ ଲୋକ ଗୁରୁତର ଓ ଅଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇ ନାହିଁ। ଟିକାକରଣ ଯୋଗୁ ଏହା ସମ୍ଭବପର ହୋଇପାରିଛି ବୋଲି ICMR ଡିଜି କହିଛନ୍ତି।
ଗତବର୍ଷ ଏପ୍ରିଲ ୩୦ରେ ୩,୮୬,୪୫୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୦୫୯ ଜଣଙ୍କ ମୃତ୍ୟୁ ଓ ୩୧ ଲକ୍ଷ ଆକ୍ଟିଭ୍ କେସ୍ ଥିଲା। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି।
ତେବେ ଚଳିତ ବର୍ଷ ଜାନୁଆରୀ ୨୦ରେ ୩,୧୭,୫୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ଟିଭ୍ କେସ୍ ୧୯,୨୪,୦୫୧ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)