Advertisment

Air India: ବିମାନରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଫଟା ସିଟ୍; ରାଗ ତମତମ ହୋଇ ଲେଖିଲେ ଏମିତି...

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଟାଟା ଗ୍ରୁପ ହାତକୁ ଏୟାର ଇଣ୍ଡିଆ ଯିବା ପରେ ବିମାନ ସେବାରେ ଉନ୍ନତି ହେବା ନେଇ ଧାରଣା ଏକ ଭ୍ରମ ଥିଲା । ଏହାସହ କେନ୍ଦ୍ରମନ୍ତ୍ରୀ ଏୟାର ଇଣ୍ଡିଆକୁ 'ଚିଟର୍' କହିବା ସହ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
Air India

Air India

ମୋଟା ଅଙ୍କର ଟଙ୍କା ନେଇ ବିମାନରେ ଭଙ୍ଗା ସିଟ୍ ଦେଉଛି ଏୟାର ଇଣ୍ଡିଆ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଖରାପ ବିମାନ ସେବା ପାଇଁ ସେ ଏୟାର ଇଣ୍ଡିଆ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଚିଟର ବୋଲି କହିଛନ୍ତି । ଶନିବାର ଦିନ ଏୟାର ଇଣ୍ଡିଆର ବିମାନରେ ଭୋପାଳରୁ ଦିଲ୍ଲୀ ବିମାନରେ ଯାତ୍ରା କରିଥିଲେ କେନ୍ଦ୍ରମନ୍ତ୍ରୀ । ଯାତ୍ରା କରିବା ସମୟର ତିକ୍ତ ଅନୁଭୂତିକୁ ବର୍ଣ୍ଣନା କରି ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

Advertisment

ଅଧିକ ପଢ଼ନ୍ତୁ :  ବଡ଼ ଭେଟ୍‌ଘାଟ୍, ବଡ଼ ଡିଲ୍...ବିଶ୍ୱ ଦେଖିଲା ଭାରତ-ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏୟାର ଇଣ୍ଡିଆ ବିମାନରେ ବସିବା ଖୁବ୍ ଯନ୍ତ୍ରଣାଦାୟକ ଥିଲା । ସେ ନିଜ ଏକ୍ସରେ ଲେଖିଛନ୍ତି, ‘’ମୋତେ ଭୋପାଳରୁ ଦିଲ୍ଲୀ ଯିବାର ଥିଲା । ମୁଁ ଏୟାର ଇଣ୍ଡିଆ ବିମାନ ଏଆଇ ୪୩୬ରେ ଟିକେଟ କାଟିଥିଲି । ମୋତେ ସିଟ୍ ନଂ ୮ ସି ମିଳିଥିଲା । ମୁଁ ସିଟରେ ବସିବା ବେଳେ ସିଟ୍ ଭାଙ୍ଗିଥିଲା ଏବଂ ଭିତରକୁ ପଶିଯାଇଥିଲା । ଏଥିରେ ବସିବା ଯନ୍ତ୍ରଣାଦାୟକ ରହିଥିଲା । ତଥାପି ଜରୁରୀ କାମ ଥିବାରୁ ମନ୍ତ୍ରୀ ସେହି ସିଟ୍‌ରେ ବସି ଯାତ୍ରା କରିଥିଲେ । ମୋର ସହଯାତ୍ରୀମାନେ ମୋତେ ସିଟ୍ ପରିବର୍ତ୍ତନ କରି ଏକ ଭଲ ସିଟ୍‌ରେ ବସିବାକୁ ଅନୁରୋଧ କରିଥିଲେ । କିନ୍ତୁ ମୁଁ ମୋର ଆରାମ ପାଇଁ ଅନ୍ୟ ବନ୍ଧୁଙ୍କୁ କାହିଁକି କଷ୍ଟ ଦେବି? ତେଣୁ, ମୁଁ ନିଷ୍ପତ୍ତି ନେଇଥିଲି ମୁଁ ସେହି ସିଟରେ ଯାତ୍ରା କରିବି ।'

Advertisment

ଏହାକୁ ନେଇ ମନ୍ତ୍ରୀ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ କର୍ମଚାରୀ କହିଥିଲେ ଭଙ୍ଗା ସିଟ୍ ବାବଦରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ବିମାନରେ ଏମିତି ଅନେକ ଭଙ୍ଗା ସିଟ୍ ଥିବା ନେଇ ବିମାନ କର୍ମଚାରୀ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ବୋଲି କ୍ଷୋଭର ସହ ନିଜ ପୋଷ୍ଟରେ ଲେଖିଛନ୍ତି ମନ୍ତ୍ରୀ । ସେ ପୂରା ଘଟଣାର ଫଟୋ ଉଠାଇ ସୋସିଆଲ ମିଡିଆ ଏକ୍ସ ପ୍ଲାର୍ଟଫର୍ମରେ ଫଟୋ ପୋଷ୍ଟ କରି ଏୟାର ଇଣ୍ଡିଆଙ୍କୁ ଟ୍ୟାଗ୍ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଟାଟା ଗ୍ରୁପ ହାତକୁ ଏୟାର ଇଣ୍ଡିଆ ଯିବା ପରେ ବିମାନ ସେବାରେ ଉନ୍ନତି ହେବା ନେଇ ଧାରଣା ଏକ ଭ୍ରମ ଥିଲା । ଏହାସହ କେନ୍ଦ୍ରମନ୍ତ୍ରୀ ଏୟାର ଇଣ୍ଡିଆକୁ 'ଚିଟର୍' କହିବା ସହ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ତେବେ ଏୟାର ଇଣ୍ଡିଆ କହିଛି ଏହି ଘଟଣାର ତଦନ୍ତ କରାଯାଉଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ପରେ, ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି ।

ଅଧିକ ପଢ଼ନ୍ତୁ : ପ୍ରଧାନମନ୍ତ୍ରୀଙ୍କ ଅଫିସରେ ପୁଣି ଜଣେ ଓଡ଼ିଆ ପୁଅ, ଶକ୍ତିକାନ୍ତ ଦାସଙ୍କୁ ନୂଆ ନିଯୁକ୍ତି

Air India
Advertisment
Advertisment