• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bichitra Brahmanda

immortal jellyfish
ଅମର ଜୀବ, ଅମରତାର ରହସ୍ୟ ସମୁଦ୍ର ଭିତରେ ପହଁରୁଛି, ଜାଣନ୍ତି କି, ଏ କେଉଁ ଜୀବ

ଅମରତାର ସନ୍ଧାନରେ ଆମେ ସବୁକିଛି ଦେଖିଛୁ । ମୃତ୍ୟୁକୁ ମାତ୍‌ ଦେବାକୁ ଯାଇ ଅନେକ ପ୍ରୟାସ କରିଛୁ । ଆମେ ଆକାଶରେ ସନ୍ଧାନ କରୁଛୁ, ବୈଜ୍ଞାନିକ ବହିର ଅନେକ ପୃଷ୍ଠା ଲେଉଟାଇଛୁ, ପୃଥିବୀ ପୃଷ୍ଠର କୋଣ ଅନୁକୋଣର ସନ୍ଧାନ କରିବାରେ ଲାଗିଛୁ । କିନ୍ତୁ ଆମେ ଏ କଥା ଜାଣିବି ନଥିବା ଯେ, ଅମରତାର ରହସ୍ୟ ସମୁଦ୍ର ଭିତରେ ପହଁରୁଛି । ଜେଲି ଫିସ୍‌ ରୂପରେ । ଜେଲି ଫିସ ପୁଣି ଅମର, ଏକଥା ଶୁଣି ଟିକେ ତାଜୁବ୍‌ ଲାଗିପାରେ କିନ୍ତୁ ଏ କଥାଟି ବିଲକୁଲ ସତ କଥା । ତେବେ ଚାଲନ୍ତୁ ଜାଣିବା ଏମିତି ଏକ ଜୀବ ବିଷୟରେ ଯିଏ କେବେ ମରେ ନାହିଁ ।

Strange animals
ଏଇଠି ଦେଖାଯାଆନ୍ତି ଆଠଟି ଗୋଡ ଥିବା ଜୀବ

ଯଦି ଆପଣ ଦୁନିଆର କିଛି ବିଚିତ୍ର ଜୀବର ସନ୍ଧାନରେ ଅଛନ୍ତି, ତେବେ ହିମାଳୟରେ ଆପଣଙ୍କର ସନ୍ଧାନ ପୁରା ହୋଇପାରିବ । ଏଠାରେ ଆପଣଙ୍କ ଆଠଟି ଗୋଡ ଥିବା ଜୀବ ମଧ୍ୟ ମିଳିଯିବ ଆଉ ଉଚ୍ଚତାର ମହାରାଜା ବି ମିଳିଯିବ । ଆଉ ଏଭଳି ଜୀବ ସମ୍ପର୍କରେ ଆପଣମାନେ ବେଶି କିଛି ଜାଣି ବି ନଥିବେ । ତେବେ କଣ ଏହି ଜୀବ ସବୁ, କାହିଁକିଏ ମାନେ ଏତେ ବିଚିତ୍ର, ଚାଲନ୍ତୁ ଜାଣିବା ।

Story of ice
ବରଫର ୪୨୧ଟି ନାଁ

ବରଫର ୪୨୧ଟି ନାଁ । ଆଶ୍ଚର୍ଯ୍ୟ ଲାଗିଲା ନା । ତଥାପି କଥାଟି ବିଲକୁଲ ସତ କଥା । କାହାକୁ ବରଫରେ ଖେଳିବାକୁ ଭଲ ଲାଗେ ତ ଆଉ କାହାକୁ ବରଫର ପ୍ରାକୃତିକ ପରିବେଶ ଦେଖିବାକୁ ଭଲ ଲାଗେ । ଏହାରି ଭିତରେ ସାମ୍ନାକୁ ଆସିଛି ବରଫକୁ ନେଇ କିଛି ତଥ୍ୟ… ଏଭଳି ତଥ୍ୟ ଯାହା ଆପଣ କେବେ ବି ନା ଶୁଣିଥିବେ ନା ଜାଣିଥିବେ । ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ପାଇଁ ଯଥେଷ୍ଟ । ତେବେ ଚାଲନ୍ତୁ ଜାଣିବା ସେହି ନିଆରା ତଥ୍ୟ ସମ୍ପର୍କରେ ।

rio tinto, spain
ଲାଲ ରଙ୍ଗର ନଦୀ, କିନ୍ତୁ ବିଷାକ୍ତ

'ରିଓ ତିନ୍ତୋ' ନଦୀର କେବେ ନାଁ ଶୁଣିଛନ୍ତି । ଏହି ନଦୀଟି ରହିଛି ସ୍ପେନରେ । ଯାହା ନିଜର ଲାଲ- ନାରଙ୍ଗୀ ରଙ୍ଗର ପାଣି ପାଇଁ ବେଶ୍‌ ପରିଚିତ । ତେବେ ଏହି ନଦୀରେ ପାଣିର ରଙ୍ଗ ଏଭଳି ରଙ୍ଗରେ ରଙ୍ଗୀନ କିଭଳି । କଣ ରହିଛି ଏହି ନଦୀର ବିଶେଷତ୍ତ୍ୱ । ଏହା ପଛରେ ରହିଛି କି କିଛି ବୈଜ୍ଞାନିକ କାରଣ… ଚାଲନ୍ତୁ ଜାଣିବା ।

water pipe house hong kong
ପାଣିର ବଡ଼ ପାଇପରେ ନିର୍ମିତ ହେବ 'ମଡର୍ଣ୍ଣ ମାଇକ୍ରୋ ହାଉସ୍‌ '

ପାଣିର ବଡ଼ ପାଇପରେ ନିର୍ମିତ ହେବ 'ମଡର୍ଣ୍ଣ ମାଇକ୍ରୋ ହାଉସ୍‌ '। ‌ଆଉ ଏହି ଘରେ ରହିବେ ଲୋକମାନେ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । କିନ୍ତୁ ଏହା ସତ ଯେ, ଆଗାମୀ ଭବିଷ୍ୟତରେ ପାଣି ପାଇପ ଭିତରେ ଗୃହ ନିର୍ମାଣ ହେବ । ଆଉ ଏଭଳି ଚମତ୍କାର ହେବ ହଂଗକଂଗରେ । ଏହାର ଡେମୋ ପାଇଁ ମଧ୍ୟ ଘର ନିର୍ମାଣ ହୋଇସାରିଛି । ଯାହା ବେଶ୍‌ ୟୁନିକ ଓ ଆକର୍ଷଣୀୟ ଲାଗୁଛି । ଆଉ ଏଭଳି ଘର ନିର୍ମାଣ ପଛରେ ମଧ୍ୟ ରହିଛି ଏକ ବଡ କାରଣ ।

Natural ac, iran
୪୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଏଠି ହୁଏନି ଗରମ, ହେଲେ କାହିଁକି, ଜାଣନ୍ତି କି ?

ଇରାନରେ ଖରାଦିନେ ଭୀଷଣ ଗରମ ଅନୁଭୂତ ହୁଏ । କାରଣ ତାହା ମରୁଭୂମି ଅଂଚଳ । ତେଣୁ ସେଠାରେ ଏସିର ଆବଶ୍ୟକତା ତ ନିହାତି ପଡୁଥାଏ । ତେବେ ଇରାନରେ ଘର ଥଣ୍ଡା ରଖିବାର ହଜାର ହଜାର ବର୍ଷ ପୁରୁଣା ଟେକନିକର ବ୍ୟବହାର କରାଯାଏ । ୟଜଦ୍‌ ସହରର ଏଭଳି ପ୍ରାକୃତିକ ଏସି ଦେଖିବାକୁ ମିଳେ । ହେଲେ ‘ପ୍ରାକୃତିକ ଏସି’ ପୁଣି କିଭଳି ହୋଇଥିବ । ଏହା କିଭଳି କାମ କରୁଥିବ । ତେବେ ଚାଲନ୍ତୁ ଜାଣିବା ଇରାନର ‘ପ୍ରାକୃତିକ ଏସି’ ବିଷୟରେ ।

Museum of future, dubai
‘ମ୍ୟୁଜିୟମ୍‌ ଅଫ୍‌ ଫ୍ୟୁଚର’: ନିଆରା ଅଟ୍ଟାଳିକା

ଦୁବାଇରେ ସାଧାରଣତଃ ରାତା-ରାତି ବଡ ବଡ ଅଟ୍ଟାଳିକା ମାନ ଠିଆ ହୋଇଯାଏ । କିନ୍ତୁ ଗୋଟେ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଦୀର୍ଘ ସମୟ ଧରି ଚାଲି ଆସୁଥିଲା । ଆଉ ଏହି ଅଟ୍ଟାଳିକାଟି ଦେଖିବାକୁ ବି ବଡ ବିଚିତ୍ର । ନା ଏହା ଲମ୍ବା, ନା ଚଉଡା । ନା ସିଧା ନା ବଙ୍କା । ଏହାର ଆକାର ଅଣ୍ଡାଭଳି । କିଛି କିଛି ତ ଏହାକୁ ଆଙ୍ଗୁଳି ଆକାରର ବି କହିଥାଆନ୍ତି । ତେବେ କଣ ଏହି ଅଟ୍ଟାଳିକା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଏକ ମ୍ୟୁଜିୟମ୍‌ । ତେବେ ଚାଲନ୍ତୁ ଜାଣିବା ଏହି ମ୍ୟୁଜିୟମ୍‌ ବିଷୟରେ…

MAKHONJWA MOUNTAIN,SOUTH AFRICA
କୋଟି କୋଟି ବର୍ଷ ପୂର୍ବରୁ ପୁରାତନ ପର୍ବତ, କେଉଁଠି ଅଛି ଏହି ପର୍ବତ, ଜାଣନ୍ତି କି?

ମହାଦ୍ୱୀପ ଗୁଡିକଠାରୁ ମଧ୍ୟ ପୁରୁଣା ଏକ ପାହାଡ ରହିଛି ସାଉଥ୍‌ ଆଫ୍ରିକାରେ । କୁହାଯାଏ ମହାଦ୍ୱୀପ ଗୁଡିକର ଉତ୍ପତ୍ତି ଆମ ବ୍ରହ୍ମାଣ୍ଡର ସର୍ବପୁରାତନ ପ୍ରକ୍ରିୟା । କିନ୍ତୁ ସେ ସମୟଠାରୁ ବି ପୂର୍ବରୁ ଅର୍ଥାତ୍‌ ଆଜିଠାରୁ କୋଟି କୋଟି ବର୍ଷ ପୂର୍ବରୁ ସାଉଥ୍‌ ଆଫ୍ରିକାରେ ଏକ ପର୍ବତର ଉତ୍ପତ୍ତି ହୋଇଥିଲା । ଯାହାକୁ କୁହାଯାଏ 'ମାଖୋଞ୍ଜୱା ପର୍ବତ'…ଯାହାର ସୃଷ୍ଟି-ଇତିହାସ ବେଶ୍‌ ରୋମାଂଚକର। ଆଉ ଏହା ବିଶ୍ୱ ଐତିହ୍ୟ ଶ୍ରେଣୀରେ ମଧ୍ୟ ସାମିଲ ହୋଇସାରିଛି ।

blue zone city
ରୁହନ୍ତୁ ଏହି ୬ଟି ସହରରେ, ବଢିବ ଆୟୁଷ

ଦୁନିଆର ଏଭଳି କିଛି ଭାଗ ରହିଛି, ଯେଉଁଠାରେ ଲୋକମାନେ ୧୦୦ ବର୍ଷ ଓ ତା ଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଂଚିଥାଆନ୍ତି । ଆଉ ସେଭଳି ସ୍ଥାନକୁ କୁହାଯାଏ ବ୍ଲୁ- ଜୋନ୍‌ । ଏହି ଜୋନରେ ଆସିଥାଏ ବିଶ୍ୱର ୬ଟି ଅଂଚଳ । ବାକି ସହରର ଲୋକମାନଙ୍କ ଅପେକ୍ଷା ଏଠାରେ ଲୋକମାନଙ୍କ ଆୟୁ ଅପେକ୍ଷାକୃତ ଅଧିକ ରହିଥାଏ । ତେବେ ଏଭଳି ସମ୍ଭବ କିପରି ହେଉଛି । କଣ ରହିଛି ରହସ୍ୟ । କଣ ଏହି ବ୍ଲୁ- ଜୋନ୍‌ । ଏହି ବ୍ଲୁ- ଜୋନରେ କେଉଁ କେଉଁ ଅଂଚଳ ସାମିଲ… ଚାଲନ୍ତୁ ଜାଣିବା

Knife massage, taiwan
ଏଠି ଛୁରୀରେ ମସାଜ ନେବା ପାଇଁ ଲୋକଙ୍କର ଲାଗେ ଭିଡ଼, ହେଲେ କାହିଁକି ?

ମସାଜ୍ ନେବାକୁ କାହାକୁ ବା ଭଲ ଲାଗେନି । କାରଣ ଏହା ବେଶ୍‌ ଆରାମଦାୟକ । କିନ୍ତୁ କେବେ ଭାବିଛନ୍ତି ମସାଜ୍ ନେବା ସମୟରେ ଭୟର ଅନୁଭୂତି ବି ମିଳିପାରେ ଆପଣଙ୍କୁ । କିଛି ହୋଇଯିବ ବା ଆଘାତ ଲାଗିବାର ଭୟ । ଅଜବ ଲାଗୁଛି ନା । ଭାବୁଛନ୍ତି ନା ଏହା କିଭଳି ମସାଜ ହୋଇଥିବ ଯେ, ଏହା ନେବା ସମୟରେ ଭୟ ଲାଗିବ । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ମସାଜର ବିଷୟରେ ।

Jabal-al-Akhdar or Green Mountain
ଗ୍ରୀନ ମାଉଣ୍ଟେଟନର ଏହି ନିଆରା ଗାଁ, କଣ ରହିଛି ଏହାର ରହସ୍ୟ

ଗ୍ରୀନ୍‌ ମାଉଣ୍ଟେନ୍ ବିଷୟରେ କିଛି ଜାଣିଛନ୍ତି । ଏହା ନିଜ ଭିତରେ ହିଁ ଏକ ନିଆରା ସ୍ଥାନ । ତେବେ ଏହି ମାଉଣ୍ଟେଟନରେ ରହିଛି ଏକ ଗାଁ । ଯାହା ବିଚିତ୍ରର ଅନ୍ୟନାମ କହିଲେ କିଛି ଭୁଲ୍‌ ହେବନାହିଁ । ତେବେ ଚାଲନ୍ତୁ ଜାଣିବା କଣ ଏହି ଗ୍ରୀନ ମାଉଣ୍ଟେଟନ ଓ ଏହାର ନିଆରା ଗାଁ । କଣ ରହିଛି ରହସ୍ୟ ଓ ବିଶେଷତ୍ତ୍ୱ...

fox village japan
ଏମିତି ଗାଁ, ଯେଉଁଠି ରହନ୍ତି ଖାଲି କୋକିଶିଆଳ

ଆମ ଦୁନିଆର ସବୁଠାରୁ ସୁନ୍ଦର ଆଉ କ୍ୟୁଟ୍‌ ସ୍ଥାନ ରହିଛି ଜାପାନରେ । ଜାପାନ ପ୍ରତିଟି କ୍ଷେତ୍ର ବିକାଶ ‌ଆଉ ଆଧୁନିକତାର କଥା ବଖାଣିଥାଏ । ହେଲେ ଏହି ଦେଶରେ ହିଁ ରହିଛି ଅନେକ ବିଚିତ୍ର ସ୍ଥାନ । ଆଉ ସେ ସବୁ ସ୍ଥାନର ରହିଛି ଅନେକ ବିଶେଷତ୍ତ୍ୱ, ଇତିହାସ ଆଉ ରହସ୍ୟ… ସେହିଭଳି ଏକ ସ୍ଥାନ ହେଉଛି, ଜାପାନରେ ଥିବା 'ଫକ୍ସ ଭିଲେଜ' ବା 'କୋକିଶିଆଳ ମାନଙ୍କ ଗାଁ' । ଏଠାରେ ରୁହନ୍ତି ଶହ ଶହ ସଂଖ୍ୟାରେ କୋକିଶିଆଳ ବା ଫକ୍ସ । ଆଉ ଏହି କାରଣରୁ ସ୍ଥାନଟି ବିଶ୍ୱ ପ୍ରସିଦ୍ଧ ହୋଇସାରିଛି । ତେବେ କଣ ଏହି ସ୍ଥାନର ରହସ୍ୟ… ଚାଲନ୍ତୁ ଜାଣିବା ।

CLIPPERTON ISLAND, FRANCE
ସବୁଠାରୁ ସୁଦୂର ଟ୍ରପିକାଲ ଦ୍ୱୀପ, ରହନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ବିଶେଷ କଙ୍କଡା

ଏକ ନିଆରା ତଥା ରହସ୍ୟମୟ ଆଇଲ୍ୟାଣ୍ଡ । ଯାହାର ନାଁ କ୍ଲିପର୍ଟନ୍‌ ଅଇଲ୍ୟାଣ୍ଡ । ଏହା ପ୍ରଶାନ୍ତ ମହାସାଗରରେ ମାତ୍ର ୬ କିଲୋମିଟର ବର୍ଗ କ୍ଷେତ୍ରରେ ବ୍ୟାପ୍ତ । ଏହି ଦ୍ୱୀପ ସହ ଏକ କାହାଣୀ ମଧ୍ୟ ଯୋଡି ହୋଇ ରହିଛି । ପାଖାପାଖି ୧୯୧୦ରେ ଏଠାରେ ଲୋକମାନେ ବସବାସ କରୁଥିଲେ । କିନ୍ତୁ ମେକ୍ସିକୋରେ ସିଭିଲ୍‌ ୱାର ପରେ ଏହି ଦ୍ୱୀପକୁ ଯେପରି ସମସ୍ତେ ଭୁଲିଗଲେ । ହେଲେ କାହିଁକି । ଏହାପରେ ସେଠାରେ ଥିବା ଲୋକମାନଙ୍କ ଅବସ୍ଥା କଣ ହୋଇଥିଲା । ଏଭଳି ଅନେକ ପ୍ରଶ୍ନକୁ ନେଇ ଚାଲନ୍ତୁ ଜାଣିବା ଏହି ଆଇଲ୍ୟାଣ୍ଡର ରହସ୍ୟ ।

DIARABKAR CITY
ଏଭଳି ସହର, ଯାହାର ନାହିଁ ଅସ୍ତିତ୍ୱ ,ନାହିଁ ନିଜସ୍ୱ ଭାଷା, ହେଲେ କାହିଁକି

ଏଭଳି ଏକ ସହର ସମ୍ପର୍କରେ କେବେ ଶୁଣିଛନ୍ତି ଯାହାର କୌଣସି ଅସ୍ତିତ୍ୱ ନଥିବ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । ତେବେ ଏଭଳି ଏକ ସହର ଅଛି କାହିଁକି । କେଉଁ ବିଶେଷତ୍ତ୍ୱ କାରଣରୁ ଏହି ସହରର ଗଠିଉଠିଥିଲା । ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ତୁର୍କୀର ଦିୟାରବକର ସହର ମଧ୍ୟ ସେହିଭଳି ଏକ ସହର ଯାହାର କୌଣସି ଅସ୍ତିତ୍ୱ ନାହିଁ ବୋଲି କୁହାଯାଏ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେଲେ ଏହା ତୁର୍କୀର କୁଦସ୍ତାନର ରାଜଧାନୀ । ତେବେ କଣ ହୋଇଥାଇପାରେ ରହସ୍ୟ । ଚାଲନ୍ତୁ ଜାଣିବା ।

China wall, nanjing
ଚାଇନାର ଆଉ ଏକ ଐତିହାସିକ କାନ୍ଥ, ଜାଣିଛନ୍ତି କି ?

ଚୀନର ଗ୍ରେଟ୍ ୱାଲ୍‌ ଅଫ୍‌ ଚାଇନା ସମ୍ପର୍କରେ ପୁରା ଦୁନିଆ ଜାଣିଛି । ଏହାକୁ ସପ୍ତାଶ୍ଚର୍ଯ୍ୟରେ ଗଣାଯାଏ । କିନ୍ତୁ ଚୀନରେ ଆଉ ଏକ ମହାନ କାନ୍ଥ ମଧ୍ୟ ରହିଛି, ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି । ଏହା ଏକ ଐତିହାସିକ କାନ୍ଥ, ଯାହା ଇତିହାସ ବଖାଣିଥାଏ । ଆଉ ଏହି କାନ୍ଥ ରହିଛି ଚୀନର ନାନଜିଙ୍ଗ ସହରରେ । ତେବେ କଣ ଏହି କାନ୍ଥ, ଆଉ କଣ ଏହାର ଇତିହାସ, ଚାଲନ୍ତୁ ଜାଣିବା

Caminito del rey, foot bridge
ଦୁନିଆର ସବୁଠାରୁ ଭୟଙ୍କର ରାସ୍ତା ହେଲେ ଦେଖିବାକୁ ବହୁତ ସୁନ୍ଦର

ଦୁନିଆରେ ଅନେକ ଭିନ୍ନ ଭିନ୍ନ ସଡକ ରହିଛି ଯେଉଁ ରାସ୍ତା ଦେଇ ଯାତାୟତ କରିବା ବେଶ୍‌ ଆରାମଦାୟକ । କିନ୍ତୁ କିଛି ରାସ୍ତା ଏଭଳି ବି ରହିଥାଏ, ଯେଉଁଥିରେ ଚାଲିବା ଜୀବନକୁ ବିପଦରେ ପକାଇବାଠାରୁ କମ ନୁହେଁ । ସେହିଭଳି ଏକ ରାସ୍ତା ସ୍ପେନ୍ ରେ ରହିଛି । ଏହି ରାସ୍ତା ୧୧୦ ବର୍ଷର ପୁରୁଣା । ତେବେ ଏତେ ଭୟଙ୍କର ରାସ୍ତା ଏହା କିପରି ହେଲା ? କଣ ଏହି ରାସ୍ତାର ନାଁ ? ଚାଲନ୍ତୁ ଜାଣିବା

Water is hot even without fire
ବିନା ନିଆଁରେ ବି ଗରମ ହେଉଛି ପାଣି

ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରେ । ଏହିଭଳି ରହସ୍ୟ ରହିଛି ତୁର୍କୀର ପମୁକ୍କଲେ ପାହାଡରେ । ଏଠାରେ ପ୍ରାକୃତିକ ଭାବେ ଏକ ସ୍ୱିମିଙ୍ଗ ପୁଲ୍‌ ନିର୍ମିତ ହୋଇଛି, ଯାହା ନିଜର ସୁନ୍ଦରତା ସହ ଲୋକମାନଙ୍କର କୌତୁହଳର ବିଷୟ ହୋଇ ରହିଛି । ‌ଆଉ ଏହି କୌତୁହଳର କାରଣ ଏହି ପୁଲର ଏକ ଝରଣା ‌ଆକାରର ବୋହିଥାଏ । ‌ଆଉ ଏହି ଝରଣାର ପାଣି ଆପେ ଆପେ ଗରମ ହୋଇଯାଏ । ହେଲେ କିଭଳି ଏପରି ହୁଏ ?

Yester castle, Scotland
ଭୟଙ୍କର ମହଲ,ଏହାକୁ ତିଆରି କରିଛନ୍ତି ଭୂତ

ସ୍କଟଲ୍ୟାଣ୍ଡରେ ରହିଛି ଏକ ଭୟଙ୍କର ସ୍ଥାନ । ଏହି ସ୍ଥାନକୁ ଦୂରରୁ ଦେଖିଲେ ହି ମନରେ ଭୟ ସୃଷ୍ଚି ହୁଏ । ଏହା ହେଉଛି ଏକ କ୍ୟାସଲ୍‌ ବା ମହଲ । ତେବେ କୁହାଯାଏ ଭୂତ ମାନଙ୍କ ଦ୍ୱାରା ଏହି ମହଲର ନିର୍ମାଣ କରାଯାଇଥିଲା ୧୨୬୬ରେ । ତେବେ ବାସ୍ତବରେ କଣ ଏହି ସ୍ଥାନ ସେତେ ଭୟଙ୍କର । କଣ ହୋଇଥାଇପାରେ ଏହାର ସତ୍ୟତା ।

THE WORLD ISLAND, DUBAI
ଦାମୀ ମନୁଷ୍ୟକୃତ ଦ୍ୱୀପ,ହେଲେ ଜନଶୂନ୍ୟ କାହିଁକି ?

ଦୁବାଇ କୃତ୍ରିମ ଦ୍ୱୀପ ନିର୍ମାଣରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଆଉ ସେହିକ୍ରମରେ ଏଠାରେ ରହିଛି 'ଦ ୱାର୍ଲଡ୍‌ ଆଇଲ୍ୟାଣ୍ଡ' । ଏତେ ବଡ ଆଉ ଏତେ ଦାମୀ ଦ୍ୱୀପ ହୋଇ ମଧ୍ୟ ଏହା ଜନଶୂନ୍ୟ । ହେଲେ କାହିଁକି, ଚାଲନ୍ତୁ ଜାଣିବା ।

statue of ramses 2
ଇତିହାସ ପୃଷ୍ଠାର ସବୁଠୁ ପୁରାତନ ସଭ୍ୟତା, ହେଲେ ଆଜି ବି ରହସ୍ୟମୟ

ଆପଣମାନେ ସମସ୍ତେ ପ୍ରାଚୀନ ମିଶର ଓ ଏହାର ସଭ୍ୟତା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ । ମିଶର ଓ ଏହାର ସଭ୍ୟତା ‌ଆଜି ବି ରହସ୍ୟମୟ । ଏଠାରେ ଦୁନିଆର ସବୁଠାରୁ ଭବ୍ୟ ସଂରଚନା ଓ କାରିଗରୀ ଦେଖିବାକୁ ମିଳେ । କିଛି ସଂରଚନା ଆଜି ବି ନିଜର ଅସ୍ତିତ୍ୱ ଜାହିର କରୁଥିବା ବେଳେ କିଛି ନିର୍ମାଣ ଓ ସଂରଚନା ସମୟ ଗର୍ଭରେ ଲୀନ ହୋଇଯାଇଛି । କିଛି ନିର୍ମାଣ ବର୍ତ୍ତମାନ ଗବେଷଣା ତଥା ଖନନରୁ ମିଳିପାରୁଛି । ସେହିଭଳି ଏକ ନିର୍ମାଣ ରାଜା ରାମସେ ଦ୍ୱିତୀୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ନିକଟ ଅତୀତରେ ଖନନରୁ ମିଳିପାରିଛି ।

Split apple rock
ବିଶାଳକାୟ ପଥର ନା ଦୁଇଫାଳ ହୋଇଥିବା ସେଓ

ଆମ ଦୁନିଆରେ ଅନେକ ପ୍ରାକୃତିକ ସୃଷ୍ଟି ଆପଣ ଦେଖିବାକୁ ପାଇବେ । ଯାହା ସବୁବେଳେ ରହସ୍ୟମୟ ଲାଗେ । ଆଉ ଆଶ୍ଚର୍ଯ୍ୟ ବି କରେ । ସେହିଭଳି ଏକ ନିର୍ମାଣ ରହିଛି ନ୍ୟୁଜିଲ୍ୟାଣ୍ଡର ସାଉଥ୍‌ ଆଇଲ୍ୟାଣ୍ଡରେ । ଏହି ନିର୍ମାଣଟି ଏକ ବିଶାଳକାୟ ପଥର । ଯାହା ଏକ ଜିଓଲୋଜିକାଲ୍‌ ରକ୍‌ ଫରମେସନ୍‌ । ତେବେ ଏହା ଦେଖିବାକୁ ଦୁଇଫାଳ ହୋଇଥିବା ସେଓ ଭଳି ମନେ ହୁଏ । ଆଉ ସେଥିପାଇଁ ଏହାର ନାଁ ‘ସ୍ପ୍ଲିଟ୍‌ ଆପଲ୍‌ ରକ୍‌’ ।

Runit Island
ବିଷାକ୍ତ ଆଇଲ୍ୟାଣ୍ଡ, କିନ୍ତୁ ଅଦ୍ଭୁତ ସୁନ୍ଦରତାରେ ଭରପୁର

ରୁନିଟ୍‌ ଆଇଲ୍ୟାଣ୍ଡ ସମ୍ପର୍କରେ କେବେ ଶୁଣିଛନ୍ତି ? ଏହି ଆଇଲ୍ୟାଣ୍ଡ ବେଶ୍‌ ବିଚିତ୍ର । ଏହାକୁ ମାର୍ଶାଲ୍‌ ଆଇଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଏ । ଏହି ଆଇଲ୍ୟାଣ୍ଡଟି ରହିଛି ପ୍ୟାସିଫିକ୍‌ ଓସିନରେ । ତେବେ କଣ ଏହି ରୁନିଟ୍‌ ଦ୍ୱୀପ । କଣ ଏହାର ବିଶେଷତ୍ତ୍ୱ । ଚାଲନ୍ତୁ ଜାଣିବା ।

rabbit island
ଏଠି ଖାଲି ଠେକୁଆ ହିଁ ଠେକୁଆ

ଦୁନିଆରେ ଏଭଳି ବହୁତ ସ୍ଥାନ ରହିଛି, ଯେଉଁ ସ୍ଥାନ ସମ୍ପର୍କରେ ଆମେ ଶୁଣି ବି ନଥିବା । ସେହିଭଳି ଏକ ସ୍ଥାନ ଜାପାନର ରାବିଟ୍‌ ଆଇଲ୍ୟାଣ୍ଡ । ଏବେ ଆପଣ ଭାବିବେ ରାବିଟ୍‌ ଆଇଲ୍ୟାଣ୍ଡ ମାନେ ସେଠାରେ କଣ କେବଳ ଠେକୁଆ ରହୁଥିବେ । ବିଲକୁଲ୍‌ ଠିକ୍‌, ଜାପାନର ଏହି ନିଆରା ଦ୍ୱୀପରେ ରୁହନ୍ତି ହଜାର ହଜାର ଠେକୁଆ । ଏଠି ଚାଲେ ଠେକୁଆଙ୍କ ରାଜୁତି । ହେଲେ ବାସ୍ତବରେ କଣ ଏହା ଠେକୁଆଙ୍କ ଦ୍ୱୀପ ।

kalavantin fort maharashtra
ଭାରତର ସବୁଠାରୁ ଭୟଙ୍କର ଓ ରହସ୍ୟମୟ ଦୁର୍ଗ

ଭାରତରେ ରାଜା ମାନଙ୍କର ଏଭଳି ଅନେକ ଦୁର୍ଗ ରହିଛି । ଯାହା ବେଶ୍‌ ସୁନ୍ଦର ବି ଆଉ ଭୟଙ୍କର ବି । ମହାରାଷ୍ଟ୍ର ମାଥେରନ ଓ ପନୱେଲ ମଧ୍ୟରେ ସେହିଭଳି ଏକ ଦୁର୍ଗ ରହିଛି । ଯାହାକୁ ବେଶ୍‌ ଭୟଙ୍କର ଦୁର୍ଗ ବୋଲି ବିବେଚନା କରାଯାଏ । ଆଉ ଏହାକୁ କୁହାଯାଏ 'ପ୍ରବଲଗଡ କିଲ୍ଲା' ।

Dangerous Beaches
ବୁଲିବାକୁ ଯାଆନ୍ତୁ ନାହିଁ ଏହି ଭୟଙ୍କର ବେଳାଭୂମିକୁ

ଦୁନିଆରେ ଏଭଳି ଅନେକ ସମୁଦ୍ର ବେଳାଭୂମି ରହିଛି ଯାହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସେମିତି ତ ଦୁନିଆରେ ଅନେକ ସୁନ୍ଦର ସାମୁଦ୍ରିକ ବେଳାଭୂମି ରହିଛି ଯେଉଁ ସ୍ଥାନକୁ ଯିବାକୁ ସମସ୍ତେ ଚାହାଁନ୍ତି । ସେଠାରେ ସମୟ ଅତିବାହିତ କରିବାକୁ ଚାହାଁନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ଦୁନିଆରେ ସୁନ୍ଦର ବିଚ୍‌ ସହ ଭୟଙ୍କର ବିଚ୍‌ ମଧ୍ୟ ରହିଛି । ଯାହା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ନୁହେଁ । ତେବେ ଚାଲନ୍ତୁ ଜାଣିବା ଦୁନିଆର ସେହିଭଳି କିଛି ଭୟଙ୍କର ବେଳାଭୂମି ସମ୍ପର୍କରେ ।