• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ବି ଫିକା ପଡ଼ିବ ସାଧାରଣତନ୍ତ୍ର ଦିବସ । ଲାଗିଲା କଟକଣା । ଗୋଟିଏ ପଟେ କୋଭିଡ୍‌ ପାଇଁ ସାଧାରଣତନ୍ତ୍ର ଦିବସ ଉପରେ କଟକଣା ଲାଗୁଥିବା ବେଳେ ଏଥର ନିର୍ବାଚନ ପାଇଁ ଲାଗିଲା କଟକଣା । ଏଥର କୌଣସି ମନ୍ତ୍ରୀ କି ନେତା ସାଧାରଣତନ୍ତ୍ର ଦିବସରେ ନିଜର ଆତ୍ମ ପ୍ରଚାର କିମ୍ବା ସରକାରୀ ସଫଳତା ବଖାଣିପାରିବେନି । 

ଆସନ୍ତା ଗଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ନିର୍ବାଚନ କମିଶନର । ଅତିଥିଙ୍କ ଭାଷଣରେ ସରକାରୀ ସଫଳତାର କୌଣସି ଚିତ୍ର ରହିବନି ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ତାସହ ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ କେହି ବି ନିଜ ସମ୍ବୋଧନ ବେଳେ ସରକାରୀ ସଫଳତା କଥା କହିପାରିବେନି ।

କେବଳ ଯାହା ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ ଏବଂ ସହିଦଙ୍କ ସଂପର୍କରେ ଭାଷଣ ଦେଇପାରିବେ । ସେହିପରି କୌଣସି ମନ୍ତ୍ରୀ ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ହୋଇପାରିବେ ନାହିଁ ଆସନ୍ତା ସାଧାରଣତନ୍ତ୍ର ଦିବସରେ । ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ବାରଣ କରିଛନ୍ତି ନିର୍ବାଚନ କମିଶନର । ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ କିନ୍ତୁ ହୋଇପାରିବ ବୋଲି କମିଶନର ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ।