ବିମାନ ଦୁର୍ଘଟଣାରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଏବେବି ଲୋକମାନେ ଦୁଃଖରୁ ବାହାରି ପାରିନାହାନ୍ତି । ଏଭଳି ସମୟରେ ଅଫିସରେ ନାଚଗୀତ ସହ ସେଲିବ୍ରେସନକୁ ଲୋକମାନେ ସମାଲୋଚନା କରିଛନ୍ତି ।
ଆନ୍ତର୍ଜାତିକ କ୍ୟାରିଅର୍ର ମଧ୍ୟଭାଗରେ ନାୟକରୁ ଖଳନାୟକ ସାଜିଥିଲେ ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ପରିଗଣିତ ହାନ୍ସୀ କ୍ରୋନିଏ । ମ୍ୟାଚ୍ ଫିକ୍ସିଂରେ ସମ୍ପୃକ୍ତି ଯୋଗୁଁ ତାଙ୍କ ଉଲ୍ଲେଖନୀୟ କ୍ୟାରିଅର୍ର ହୋଇଥିଲା ନାଟକୀୟ ପତନ । ଏହାପରେ ମାତ୍ର ୩୨ ବର୍ଷ ବୟସରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏହି କଳଙ୍କିତ କ୍ରିକେଟର୍ ।
ବିଜେ ମେଡିକାଲ କଲେଜର କସୌଟି ଭବନରେ ଡିଏନଏ ନମୂନା ଜମା କରିଥିଲେ। ଗେ।ଟିଏ ମୃତଦେହ ସହ ମହେଶଙ୍କ ଡିଏନଏ ନମୂନା ମ୍ୟାଚ ହେ।ଇଥିଲା । ମହେଶଙ୍କ ମୃତ୍ୟୁ ପ୍ଲେନ୍ କ୍ରାସ୍ ହେ।ଇଥିବା ଜାଗାରେ ନିଆଁ ଲାଗିବା କାରଣରୁ ହେ।ଇଛି ।
ନଷ୍ଟ ହୋଇଯାଇଛି ଦୁର୍ଘଟଣାଗ୍ରସ୍ତ ବିମାନ AI171ର ବ୍ଲାକ ବକ୍ସ । ଖବର ଆସୁଛି ବ୍ଲାକବାକ୍ସଟି ଏତେ କ୍ଷତିଗ୍ରସ୍ତ ହୋଇଛି ଯେ ଭାରତରେ ଏହାର ରେକର୍ଡ ପୁନରୁଦ୍ଧାର କରିବା ଆଉ ସମ୍ଭବ ନୁହେଁ । ତେଣୁ ଏହାକୁ ଆମେରିକା ପଠାଯିବାର ବ୍ୟବସ୍ଥା କରାଯାଇଛି ।
ଏୟାର ଇଣ୍ଡିଆ ବିମାନ ଭିତରେ ଡାକ୍ତରାଣୀଙ୍କ ଉନ୍ମତ୍ତ କାଣ୍ଡ । କ୍ରୁ କ୍ୟାବିନରେ ବ୍ୟାଗ୍ ରଖିବାକୁ ନେଇ ଅସଭ୍ୟ ଭାଷାରେ ଗାଲି ଦେଲେ । କହିଲେ- ମୋ ବ୍ୟାଗ୍ ଏଠୁ ହଟାଇଲେ ଏ ବିମାନକୁ କ୍ରାସ୍ କରିଦେବି ।
ଗୁରୁବାର ଏହି ଧାରାରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଏଭଳି ସ୍ଥିତିରେ ଅବତରଣ କରିଥିଲା। ଗୁରୁବାର ସକାଳୁ ଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏକ ଏୟାରବସ ୩୨୦ ଲେହ ଅଭିମୁଖେ ଯାତ୍ରା କରିଥିଲା। ୬ଇ୨୦୦୬ ନମ୍ବରର ଏହି ବିମାନରେ କ୍ରୁ ମେମ୍ବରଙ୍କୁ ମିଶାଇ ୧୮୦ ଯାତ୍ରୀ ରହିଥିଲେ।
ପାଇଲଟ୍ ସ୍ବାମୀଙ୍କୁ ସେନାରେ କାର୍ଯ୍ୟରତ ପତ୍ନୀଙ୍କ ଅଶ୍ରୁଳ ବିଦାୟ । ସେନା ପୋଷାକରେ ସ୍ବାମୀଙ୍କୁ ଜଣାଇଲେ ଶେଷ ଶ୍ରଦ୍ଧାଞ୍ଜଳି । ଫଟୋ ଧରି ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ ପତ୍ନୀ । କାନ୍ଦି ପକାଇଥିଲେ ସେନାରେ କାର୍ଯ୍ୟରତ ପତ୍ନୀ।
ବ୍ଲାକବକ୍ସ ଖୋଲିବ ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ। ବିମାନର ଦ୍ବିତୀୟ ବ୍ଲାକ ବକ୍ସ ମିଳିଥିବା ବେଳେ ସେଥିରେ ରହିଛି କକପିଟ୍ ଭଏସ୍ ରେକର୍ଡ। ଏହାକୁ ଡିକୋଡ୍ କରାଯାଉଛି। ସେପଟେ DNA ଟେଷ୍ଟରେ ଏଯାଏ ୧୨୦ ମୃତଦେହ ଚିହ୍ନଟ ହୋଇସାରିଛି।
ବିଶ୍ୱାସ କୁମାରଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଭିଡିଓଟି ଦୁର୍ଘଟଣାର ଭୟାବହତା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ଚିତ୍କାର ବିଷୟରେ ସବୁକିଛି ବର୍ଣ୍ଣନା କରୁଛି।
କକପିଟ୍ ଭଏସ୍ ରେକର୍ଡର ବ୍ଲାକବକ୍ସ ମିଳିଥିବା ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛନ୍ତି।ଏଥିରୁ ଜଣାପଡ଼ିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ। ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ୍ ଦିଆଯାଇଛି ।
ଦୁର୍ଘଟଣା ପୂର୍ବରୁ ପାଇଲଟ୍ ୩ ଥର ମେ’ଡେ’ କହିଥିଲେ ଏକଥା ତ ସମସ୍ତେ ଜାଣିଛନ୍ତି । ହେଲେ କ୍ରାସ ହେବର ୫ ସେକେଣ୍ଡ ପୂର୍ବରୁ ପାଇଲଟ୍ କହିଥିଲେ ୭ଟି ଶବ୍ଦ ଯାହା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
କକପିଟ୍ ଭଏସ୍ ରେକର୍ଡର ବ୍ଲାକବକ୍ସ ମିଳିଥିବା ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛନ୍ତି।ଏଥିରୁ ଜଣାପଡ଼ିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ। ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ୍ ଦିଆଯାଇଛି ।
ଗତକାଲି ବିଜୟ ରୂପାଣିଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଡିଏନଏ ଟେଷ୍ଟ ମାଧ୍ୟମରେ ତାଙ୍କ ମୃତଦେହ ଚିହ୍ନଟ କରାଯାଇଛି ।ପତ୍ନୀ ଏବଂ ଝିଅକୁ ଦେଖା କରିବା ପାଇଁ ଲଣ୍ଡନ ଯାଉଥିଲେ ।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପୂର୍ବରୁ ବିଚଳିତ ଥିଲେ ପାଇଲଟ୍ । କ୍ରାସର ୫ ସେକେଣ୍ଡ ପୂର୍ବରୁ କହିଥିଲେ ୭ଟି ଶବ୍ଦ । ATCକୁ ପାଇଲଟ୍ ଦେଇଥିବା ମେସେଜ ଖୋଲିବ ରହସ୍ୟ ।
ସରୁନି ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିଚୟ ଖୋଜା । DNA ଟେଷ୍ଟର ବିଧିବ୍ୟବସ୍ଥା ଭିତରେ ବଢ଼ିବାରେ ଲାଗିଛି ଆତ୍ମୀୟ ସ୍ବଜନଙ୍କ ଭିଡ଼ । ସେପଟେ ଆଜି ବି ଅତି ନିକଟରେ ଲ୍ୟାଣ୍ଡିଂ ଓ ଟେକ-ଅଫ୍ କରୁଥିବା ବିମାନ ଦେଖିଲେ ଭୟ ଲାଗୁଥିବା କହିଛନ୍ତି ମେଘାନୀନଗର ବସ୍ତି ବାସିନ୍ଦା ।
ଜଳୁଥିଲା ବିମାନ, ଖଣ୍ଡଖଣ୍ଡ ହୋଇ ଖସିପଡୁଥିଲା ମଣିଷର ଅର୍ଦ୍ଧଦଗ୍ଧ ମରଶରୀର। କିଛି ଡେଡବଡି ବି ପୋଡି ପାଉଁଶ ହୋଇଯାଇଛି। ଜଣକୁ ଛାଡିଦେଲେ ବାକି ସମସ୍ତଙ୍କ ଜୀବନ ନେଇଯାଇଛି ପ୍ଲେନ୍ କ୍ରାସ।
ଅହମ୍ମଦାବାଦ୍ ବିମାନ ଦୁର୍ଘଟଣା ପରେ AI 171 ଫ୍ଲାଇଟ ନମ୍ବରରେ ବିମାନ ଉଡାଣ ବନ୍ଦ ହୋଇ AI 159 ନମ୍ବରରେ ଲଣ୍ଡନକୁ ଉଡ଼ିବ ଫ୍ଲାଇଟ୍। ଫ୍ଲାଇଟ ନମ୍ବର ୧୭୧ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ AIR INDIA ଏହି ନିଷ୍ପତ୍ତି ନେଇଛି ।
କ୍ରାସ ହେଲା ଏୟାର ଇଣ୍ଡିଆ ଫ୍ଲାଇଟ୍ 171। Tataର ହେବକି କୋଟି କୋଟି ଟଙ୍କା କ୍ଷତି। ଏୟାର ଇଣ୍ଡିଆକୁ କିଣିବା କମ୍ପାନୀକୁ ପଡ଼ିଯିବ କି ଭାରି ?
ଅହମ୍ମଦାବାଦ ବିମାନ ଦୁର୍ଘଟଣା ପଛରେ ଶତ୍ରୁ ରାଷ୍ଟ୍ର ତୁର୍କୀର ଷଡ଼ଯନ୍ତ୍ର ଥିବା ଆଶଙ୍କା କଲେ ଯୋଗଗୁରୁ ବାବା ରାମଦେବ । ଯେହେତୁ ଭାରତ ସହ ତୁର୍କୀର ସଂପର୍କ ଭଲ ନାହିଁ, ତେଣୁ ପ୍ରତିଶୋଧ ନେଇ ଥାଇପାରେ କହିଲେ ।
ପ୍ଲେନରେ ଥିବା ୨୪୨ ଜଣ ପାସେଞ୍ଜରଙ୍କ ମଧ୍ୟରୁ ଜଣେ ବଞ୍ଚିଯିବା ସମସ୍ତଙ୍କୁ ଯେମିତି ତାଜୁବ କରିଛି, ସେମିତି ବିମାନ ଦୁର୍ଘଟଣାରେ ଶ୍ରୀମଦ ଭାଗବତର ଗ୍ରନ୍ଥ ଅକ୍ଷତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି ।
ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବ ଏୟାର ଇଣ୍ଡିଆ । ପୂର୍ବରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ଘୋଷଣା କରିଥିଲା ଟାଟା ସନ୍ସ ।
ଉଡ଼ାଣର ମାତ୍ର ୩୨ ସେକେଣ୍ଡରେ ଇଞ୍ଜିନରେ କାହିଁକି ହେଲା ସାଂଘାତିକ ଗଡ଼ବଡ଼ ? କେଉଁ କାରଣରୁ କ୍ରାସ୍ ହେଲା ବିମାନ । ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ ମିଳିଥିବାବେଳେ ବିମାନ ମେଣ୍ଟେନାନ୍ସ ଦାୟିତ୍ବରେ ଥିବା ତୁର୍କୀ ସଂସ୍ଥା ବିରୋଧରେ ଅଭିଯୋଗ ଆଣିଲେ ବାବା ରାମଦେବ ।
ବିମାନ ଦୁର୍ଘଟଣାକୁ ବିତିଛି ୨ ଦିନ । ଲୁହ ଆଉ ଲହୁର ଛାତିଥରା ଦୃଶ୍ୟ ଭିତରେ ଏବେ ବି କଷ୍ଟ ହେଉଛି ପରିଚୟ ଖୋଜିବା । ସେପଟେ ଛୋଟମୋଟ ବ୍ୟବସାୟ କରି ପରିବାର ଚଳାଉଥିବା ମେଘାନୀ ନଗରରେ ସାଧାରଣ ଖଟିଖିଆଙ୍କ ବସ୍ତିର ଆଜି ଯୁଆଡ଼େ ଯିବେ, ମାଡ଼ି ବସିଛି ଭୟ ।
ଅହମ୍ମଦବାଦ ପ୍ଲେନ୍ କ୍ରାସ୍ ପରେ ଚର୍ଚ୍ଚାରେ ସିଟ୍ ନମ୍ବର 11A । ଏହା ସେହି ସିଟ୍ ଯେଉଁଠି ବସିଥିଲେ ବଞ୍ଚିଯାଇଥିବା ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର ରମେଶ । ୨୭ ବର୍ଷ ତଳେ ବି ବିଶ୍ୱାସଙ୍କ ଭଳି 11Aରେ ବସିଥିବା ଆଉ ଜଣେ ବ୍ୟକ୍ତି ଏମିତି ଏକ ଦୁର୍ଘଟଣାର ବଞ୍ଚିଥିଲେ । ଜାଣନ୍ତୁ କ'ଣ ଏହି ସିଟ୍ ନମ୍ବର ପଛର କାହାଣୀ...
ପୂର୍ବରୁ ଦୁଇ ଦୁଇ ଥର ଲଣ୍ଡନ ଯିବାକୁ ଚାହିଁଥିଲେ ମଧ୍ୟ କେଉଁ କାରଣ ପାଇଁ ସେ ଉଡ଼ାଣ ଭରି ନଥିଲେ ସେ ନେଇ କିନ୍ତୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।