Advertisment

ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ, ଦେବଦୂତ ସାଜି ଜୀବନ ବଞ୍ଚାଇ ଦେଲେ ଏହି ବ୍ୟକ୍ତି

ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ। ଧକ୍କା ହୋଇଥାନ୍ତା ୨ଟି ଉଡ଼ନ୍ତା ବିମାନ। ଆଉ ନିମିଷକେ ମଧ୍ୟରେ ଚାଲି ଯାଇଥାନ୍ତା ୪୦୦ରୁ ଅଧିକ ଜୀବନ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Indigo Mid Air Crisis Averted

Indigo Mid Air Crisis Averted

ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ। ଆଉ ନିମିଷକେ ମଧ୍ୟରେ ଚାଲି ଯାଇଥାନ୍ତା ୪୦୦ରୁ ଅଧିକ ଜୀବନ। ଧକ୍କା ହୋଇଥାନ୍ତା ୨ଟି ଉଡ଼ନ୍ତା ବିମାନ। ହେଲେ ଦେବଦୂତ ସାଜି ରାଡାର୍ କଣ୍ଟ୍ରୋଲର୍ ୪୦୦ରୁ ଅଧିକ ଜୀବନ ବଞ୍ଚାଇ ଦେଇଛନ୍ତି। ଗତ ୭ ତାରିଖରେ ୨ଟି ଇଣ୍ଡିଗୋ ବିମାନ ବେଙ୍ଗାଲୁରୁର Kempegowda ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ମଝି ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। କାହିଁକି ଏଭଳି ଅଘଟଣ ଘଟିଲା, ତା’ର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି। 

Advertisment

DGCA ପ୍ରାଥମିକ ରିପୋର୍ଟ ଅନୁସାରେ, ଗତ ୭ ତାରିଖ ଦିନ ଇଣ୍ଡିଗୋର ୨ଟି ବିମାନ ଗୋଟିଏ ରନ୍‌ୱେରୁ ଉଡ଼ାଣ ଆରମ୍ଭ କରିଥିଲା। 6E 455 ବିମାନ ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାତ୍ରା କରିଥିବାବେଳେ 6E 246 ବିମାନ ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ବେଙ୍ଗାଲୁରୁ-ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବିମାନରେ ୨୩୮ ଯାତ୍ରୀଙ୍କ ସହ ୬ ଜଣ କ୍ରିୟୁ ମେମ୍ବର୍ସ ଥିଲେ ଓ ବେଙ୍ଗାଲୁରୁ-କୋଲକାତା ବିମାନରେ ୧୭୬ ଜଣ ଯାତ୍ରୀ ଓ ୬ ଜଣ କ୍ରିୟୁ ମେମ୍ବର୍ସ ଥିଲେ। ଉଭୟ ବିମାନରେ ମୋଟ୍‌ ୪୨୬ ଜଣ ଯାତ୍ରୀ ଥିଲେ। 

ସେଦିନ ବେଙ୍ଗାଲୁରୁ ଏୟାରପୋର୍ଟ ରନ୍‌ୱେ ଶିଫ୍ଟ ଇନ୍‌ଚାର୍ଜ ସାଉଥ୍ ରନ୍‌ୱେକୁ ବନ୍ଦ ରଖି କେବଳ ନର୍ଥ ରନ୍‌ୱେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏନେଇ ସାଉଥ୍ ଟାଓ୍ୱାର୍ କଣ୍ଟ୍ରୋଲରଙ୍କୁ ଜଣାଇ ନଥିଲେ। ଫଳରେ ଉଭୟ ବିମାନକୁ ଗୋଟିଏ ରନ୍‌ୱେରେ ଉଡ଼ିବାକୁ ଅନୁମତି ଦିଆଯାଇଥିଲା ଓ ମଝି ଆକାଶରେ ସେମାନେ ପରସ୍ପରର ଅତି ନିକଟକୁ ଚାଲି ଆସିଥିଲେ। ଏହି ସମୟରେ ବିମାନ ଦୁଇଟି ୩ ହଜାର ଫୁଟ୍ ଉପରେ ଉଡ଼ୁଥିଲା। ତେବେ ଠିକ୍ ସମୟରେ ରାଡାର୍ କଣ୍ଟ୍ରୋଲର୍ ଲୋକେନ୍ଦ୍ର ସିଂ(୪୨) ଆଲର୍ଟ କରିବା ଫଳରେ ବିମାନ ଦୁଇଟି ମଝି ଆକାଶରେ ଅଳ୍ପକେ ଧକ୍କା ହେବାରୁ ବର୍ତ୍ତି ଯାଇଥିଲା। ୨ଟି ବିମାନ ଗୋଟିଏ ରନ୍‌ୱେରୁ ଉଡ଼ାଣ ଆରମ୍ଭ କରିଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। 

Advertisment

ଘଟଣାକୁ ନେଇ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ପରିଚାଳନା କରୁଥିବା ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅବହେଳା ମଧ୍ୟ DGCA ନଜରକୁ ଆସିଛି। ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।  

ସୂଚନାଥାଉ କି, କିଛିଦିନ ପୂର୍ବେ ଦୁବାଇ ଏୟାରପୋର୍ଟରେ ଏଭଳି କିଛି ଘଟଣା ଘଟିଥିଲା। ଉଡ଼ାଣ ଭରିବା ପାଇଁ ଏକାସଙ୍ଗେ ଗୋଟିଏ ରନ୍‌ୱେରେ ଏମିରେଟସ୍‌(Emirates)ର ୨ଟି ବିମାନ ଆସିବା ଯୋଗୁ ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥାନ୍ତା, ହେଲେ ଉଚିତ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥିଲା।

Plane Crash IndiGo Flight
Advertisment
Advertisment