Advertisment

କାହିଁକି ଅଲଗା ହେଲେ ଧନୁଷ ଓ ଐଶ୍ୱର୍ଯ୍ୟା ? ଧନୁଷଙ୍କ ବାପା କଲେ ଖୁଲାସା...

ଦୀର୍ଘ ୧୮ ବର୍ଷ ଏକାଠି ରହିବା ପରେ ଧନୁଷ ଓ ଐଶ୍ୱର୍ଯ୍ୟା ପରସ୍ପରଠୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପରସ୍ପର ସହମତିରେ ଉଭୟ ଅଲଗା ହେବା ପାଇଁ ସେମାନେ ନିଷ୍ପତ୍ତି ନେଇଥିବା ସୋସିଆଲ ମିଡିଆରେ ଏକ ନୋଟ୍‌ ଶେଆର କରି ଜଣାଇଥିଲେ।

author-image
Rajalaxmi Sahoo
Dhanush And Aishwaryaa

Dhanush And Aishwaryaa

ନିକଟରେ ତାମିଲ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡ଼ି ଧନୁଷ-ଐଶ୍ୱର୍ଯ୍ୟା ଅଲଗା ହେବା ନେଇ ଘୋଷଣା କରିଥିଲେ। ପରସ୍ପର ସହମତିରେ ଉଭୟ ଅଲଗା ହେବା ପାଇଁ ସେମାନେ ନିଷ୍ପତ୍ତି ନେଇଥିବା ସୋସିଆଲ ମିଡିଆରେ ଏକ ନୋଟ୍‌ ଶେଆର କରି ଜଣାଇଥିଲେ। ଏନେଇ ଧନୁଷଙ୍କ ବାପା କସ୍ତୁରୀ ରାଜା ତାମିଲ ନ୍ୟୁଜ୍‌ପେପର ‘Dailythandi’କୁ  ଏକ ସାକ୍ଷାତକାର ଦେଇ କହିଛନ୍ତି, ‘ପାରିବାରିକ କଳହ ଯୋଗୁ ସେମାନେ(ଧନୁଷ-ଐଶ୍ୱର୍ଯ୍ୟା) ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

ଉଭୟ ଛାଡ଼ପତ୍ର ଦେବା ଘଟଣାକୁ କସ୍ତୁରୀ ରାଜା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ଧନୁଷ ଓ ଐଶ୍ୱର୍ଯ୍ୟା ଚେନ୍ନାଇରେ ନାହାନ୍ତି। ଉଭୟ ଏବେ ହାଇଦ୍ରାବାଦରେ ଅଛନ୍ତି। ଫୋନ୍‌ରେ ଉଭୟଙ୍କ ସହ କଥାବାର୍ତ୍ତା ହେବା ସହ କିଛି ପରାମର୍ଶ ମଧ୍ୟ ଦେଇଛି।’

ଦୀର୍ଘ ୧୮ ବର୍ଷ ଏକାଠି ରହିବା ପରେ ଧନୁଷ ଓ ଐଶ୍ୱର୍ଯ୍ୟା ପରସ୍ପରଠୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୦୪ରେ ଫିଲ୍ମ ନିର୍ମାତା ଐଶ୍ୱର୍ଯ୍ୟାଙ୍କୁ ଧନୁଷ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ରହିଛି। ଐଶ୍ୱର୍ଯ୍ୟା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ।

Advertisment

ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟର ଯାଦୁ ବଳରେ ଦର୍ଶକଙ୍କ ହୃଦୟ ଜିତିଥିବା ଧନୁଷ ଆନନ୍ଦ ଏଲ୍‌ ରାଇଙ୍କ ଫିଲ୍ମ ‘Raanjhanaa’ରୁ ବଲିଉଡ୍‌ ଡିବଟ୍‌ ଆରମ୍ଭ କରିଥିଲେ। ନିକଟରେ ‘Atrangi Re’ ନଜର ଆସିଥିଲେ ଧନୁଷ। ଗତବର୍ଷ ଫିଲ୍ମ ‘ Asuran’ ପାଇଁ ବେଷ୍ଟ୍‌ ଆକ୍ଟର କ୍ୟାଟେଗୋରୀରେ ସେ ନ୍ୟାସନାଲ ଫିଲ୍ମ ଆୱାର୍ଡ ପାଇଥିଲେ। 

Dhanush Dhanush Aishwaryaa Tamil Star Dhanush Dhanush Aishwaryaa Separation
Advertisment
Advertisment