/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642575746.jpg)
Amit Parelkar Arvind Kejriwal
ଗୋଟିଏ ପରେ ଗୋଟିଏ କାର୍ଡ ଖେଳି ଚାଲିଛି ଆମ୍ ଆଦ୍ମୀ ପାର୍ଟି । କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି ପଞ୍ଜାବ ପରେ ଏବେ ଗୋଆରେ ମଧ୍ୟ ନିଜର ଦବଦବା ଜାହିର କରିଛି । ପ୍ରଥମେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି କାର୍ଡ ଖେଳିଥିବା ବେଳେ ଏବେ ଗୋଆରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ଗୋଟଇ ଚଳାଇଛି । ଖୋଦ୍ ଅରବିନ୍ଦ କେଜ୍ରିୱାଲ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି କେଜରିୱାଲ । ଏବେ ଗୋଆରେ ଆମିତଙ୍କ ନେତୃତ୍ୱରେ ଆପ୍ ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରସ୍ତୁତ ।
Amit Palekar will be AAP's chief ministerial candidate for the Goa Assembly polls: Delhi CM & Aam Aadmi Party's national convenor Arvind Kejriwal
The party will be contesting all the 40 Assembly seats in Goa.#GoaAssemblypolls2022pic.twitter.com/mdzSTAfbbf
— ANI (@ANI) January 19, 2022
ଗତକାଲି ପଞ୍ଜାବ ଦଖଲ ପାଇଁ ଆମ୍ ଆଦମୀ ପାର୍ଟିର ପ୍ରଥମ ଗୋଟି ଚାଳନା କରିଥିଲା । ଭଗବନ୍ତ ମାନ୍ଙ୍କୁ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି କେଜ୍ରିୱାଲ । ମୋହାଲୀରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ନିଜେ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଭବବନ୍ତ ମାନ୍ଙ୍କ ନା ଘୋଷଣା କରିଛନ୍ତି । ଭଗବନ୍ତ ମାନ୍ଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ନିର୍ବାଚନ ଲଢ଼ିବ ।
ପଞ୍ଜାବ ନିର୍ବାଚନ ପାଇଁ ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ପଞ୍ଜାବବାସୀ ଭଗବନ୍ତ ମାନ୍ଙ୍କୁ ବାଛିଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ । ପଞ୍ଜାବରେ ନିଜର ସ୍ଥିତ ବେଶ୍ ଭଲ ଥିବା ଦାବି କରୁଥିବା ଆମ୍ ଆଦମୀ ପାର୍ଟି ସରକାର ଗଠନ ପାଇଁ ନିଜକୁ ପ୍ରମୁଖ ଦାବିଦାର ମଧ୍ୟ ମାନୁଛି । ଆସନ୍ତା ଫେବ୍ରୁଆରୀ ୨୦ରେ ଗୋଟିଏ ପର୍ଯ୍ୟାୟରେ ହିଁ ପଞ୍ଜାବରେ ମତଦାନ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)