• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାରବାଟୀରେ ହେବନି ଟି-୨୦ । କଟକ ବାରବାଟୀ ଷ୍ଟାଡିୟମ୍‌ରେ ହୋଇ ନପାରେ ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ । ଆସନ୍ତା ଫେବୃୟାରୀ ୧୫ ତାରିଖରେ କଟକ ବାରବାଟୀରେ ଏହି ମ୍ୟାଚ ଖେଳାଯିବାର ଥିଲା । ତେବେ ଦେଶରେ କରୋନା ସ୍ଥିତିକୁ ଦେଖି ୱେଷ୍ଟଇଣ୍ଡିଜ ସିରିଜର ସବୁ ମ୍ୟାଚମାତ୍ର ଦୁଇଟି ସ୍ଥାନରେ ଖେଳାଯିବା ଲାଗି ବିସିସିଆଇର ଏକ କମିଟି ସୁପାରିଶ କରିଛି ।

ଏଣୁ ଯଦି BCCI କମିଟି ସୁପାରିଶକୁ ଗ୍ରହଣ କରେ ତେବେ ବାରବାଟୀରେ ଏହି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗତକାଲି ବିସିସିଆଇର ଟୁରସ୍‌, ଫିକ୍ସଚର୍ସ ଏବଂ ଟେକ୍ନିକାଲ କମିଟିର ଏକ ବୈଠକ ବସିଥିଲା । ଦେଶର କରୋନା ସ୍ଥିତି ଏବଂ ୱେଷ୍ଟଇଣ୍ଡିଜର ଆସନ୍ତା ଭାରତ ଗସ୍ତର କାର୍ଯ୍ୟସୂଚୀ ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା ।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ଦୁଇଟି ଭେନ୍ୟୁ ଅହମ୍ମଦାବାଦ ଏବଂ କୋଲକତାରେ ସମସ୍ତ ମ୍ୟାଚ ଆୟୋଜନ ନେଇ କମିଟି ସୁପାରିଶ କରିଛି । ତେବେ ଏନେଇ ବିସିସିଆଇ ଚୂଡାନ୍ତ ନିଷ୍ପତ୍ତି ନେବ । ୱେଷ୍ଟଇଣ୍ଡିଜର ଭାରତ ଗସ୍ତ ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ । ଏହି ଗସ୍ତରେ ୱେଷ୍ଟଇଣ୍ଡିଜ ୩ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଦିନିକିଆ ମ୍ୟାଚ ଅହମ୍ମଦାବାଦ, ଜୟପୁର ଏବଂ କୋଲକତା ଓ ଟି-ଟ୍ୱେଣ୍ଟି ମ୍ୟାଚ କଟକ, ବିଶାଖାପାଟଣା ଏବଂ ତିରୁଭନନ୍ତପୁରମରେ ଖେଳାଯିବାର ଅଛି । ସେପଟେ ବାରବାଟୀ ମ୍ୟାଚ ଆୟୋଜନ ନ ହେବା ସମ୍ପର୍କରେ ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ଗତକାଲି ଖଳାଯାଇଥିବା ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଭାରତର ପରାଜୟ ଘଟିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ହାରିଲା ଭାରତ । ଦକ୍ଷିଣ ଆଫ୍ରିକା ଠାରୁ ୩୧ ରନ୍‌ରେ ହାରିଲା ଭାରତ। ଭାରତ ଆଗରେ ଜିତିବା ପାଇଁ  ୨୯୭ ରନ୍‌ର ଲକ୍ଷ୍ୟ ଥିଲା । ଜବାବରେ ଭାରତ ୮ ୱିକେଟ୍ ହରାଇ ୨୬୫ ରନ୍ କରିବାରେ ସକ୍ଷମ ହୋଇଥିଳା । ଏହି ମ୍ୟାଚ ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଦ.ଆଫ୍ରିକା ୧-୦ରେ ଆଗୁଆ ରହିଛି ।