Advertisment

ଭାରତ-ସାଉଥ୍‌ ଆଫ୍ରିକା ଦ୍ୱିତୀୟ ଦିନିକିଆ: ସିରିଜ ବଞ୍ଚାଇବା ପାଇଁ ଜୋର ଲଗାଇବ ଭାରତ

ପ୍ରଥମ ମ୍ୟାଚ୍ ଜିତି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ତେଣୁ ଆଜି ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ଘରୋଇ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଛି । ଏହାର କଡ଼ା ଜବାବ ଦେବାକୁ ଟିମ୍ ଇଣ୍ଡିଆ ମଧ୍ୟ ତୟାର ହେଉଛି । ବିରାଟ କୋହଲି କ୍ୟାପ୍ଟେନସିପ୍ ଛାଡ଼ିବା ପରେ କେଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଏହି ସିରିଜ୍ ଖେଳୁଛି ଭାରତ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
India- South Africa ODI

India- South Africa ODI

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ବୋଲାଣ୍ଡ ପାର୍କ ପାର୍ଲରେ ଭାରତୀୟ ସମୟ ଦିନ ୨ଟାରେ ଆରମ୍ଭ ହେବ ମ୍ୟାଚ୍ । ଆଜିର ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଆଜି ମ୍ୟାଚ୍ ହାରିଲେ ସିରିଜ୍ ହାତଛଡ଼ା କରିବ ଭାରତ ।

Advertisment

ଅନ୍ୟପଟେ ପ୍ରଥମ ମ୍ୟାଚ୍ ଜିତି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ତେଣୁ ଆଜି ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ଘରୋଇ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଛି । ଏହାର କଡ଼ା ଜବାବ ଦେବାକୁ ଟିମ୍ ଇଣ୍ଡିଆ ମଧ୍ୟ ତୟାର ହେଉଛି । ବିରାଟ କୋହଲି କ୍ୟାପ୍ଟେନସିପ୍ ଛାଡ଼ିବା ପରେ କେଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଏହି ସିରିଜ୍ ଖେଳୁଛି ଭାରତ ।

ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍ ତେମ୍ବା ବାଭୁମା ଓ ରାସି ଭାନ୍ ଡର୍ ଡୁସେନଙ୍କ ଶତକ ପରେ ବୋଲରଙ୍କ ଦମରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଭାରତକୁ ୩୧ ରନରେ ପରାସ୍ତ କରିଥିଲା । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା। ଜବାବରେ ଭାରତ ୮ ୱିକେଟ୍ ହରାଇ ୨୬୫ ରନ୍ କରି ପରାସ୍ତ ହୋଇଥିଲା।

Advertisment

୨୯୭ ରନର ଟାର୍ଗେଟର ପିଛା କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କ୍ୟାପଟେନ୍ ତଥା ଓପ୍ନର ଲୋକେଶ ରାହୁଲ୍‌ ମାତ୍ର ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ କମବ୍ୟାକ୍ କରିଥିବା ଶିଖର ଧୱନ୍ ଓ ସମସ୍ତ ଫର୍ମାଟରୁ କ୍ୟାପଟେନ୍ ପଦ ଛାଡ଼ିଥିବା ବିରାଟ୍ କୋହଲି ଦମଦାର ବ୍ୟାଟିଂ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୯୨ ରନର ଭାଗିଦାରୀ କରିଥିଲେ। ଧୱନ୍ ଓ କୋହଲିଙ୍କ ଆଉଟ୍ ପରେ ଭାରତର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଥିଲା। ଧୱନ୍ ୮୪ ବଲରେ ୧୦ ଚୌକା ସହ ୭୯ ଓ କୋହଲି ୫୧ (୬୩ ବଲ୍, ୩ ଚୌକା) ରନ୍ କରି ଆଉଟ୍ ହୋଇଥିଲେ।

Cricket India-South Africa ODI
Advertisment
Advertisment